ବିହାର ନିର୍ବାଚନ
ବିହାର(Bihar Election)ରେ ବଡ଼ ବିଜୟ ଦିଗରେ ବିଜେପି ନେତୃତ୍ୱାଧୀନ ଏନଡିଏ। ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ ଏନଡିଏ ବର୍ତ୍ତମାନ ସୁଦ୍ଧା ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୧୨୨କୁ ବେଶ ସହଜରେ ଅତିକ୍ରମ କରି ନେଇଛି। ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ ବର୍ତ୍ତମାନ ସୁଦ୍ଧା ଏନଡିଏ ୧୬୧ ଆସନରେ ଆଗୁଆ ରହିଥିବା ବେଳେ ଆରଜେଡି ନେତୃତ୍ୱାଧୀନ ମହାଗଠବନ୍ଧନ ୭୮ଟି ଆସନରେ ଆଗକୁ ରହିଛି। ଅନ୍ୟାନ୍ୟ ଦଳ ୪ଟି ଆସନରେ ଲିଡ କରୁଛନ୍ତି।
୩ରୁ ୪ ରାଉଣ୍ଡ ଗଣତି ପରେ ଏପରି ଟ୍ରେଣ୍ଡ ସାମ୍ନାକୁ ଆସିଛି। ବିହାର ନିର୍ବାଚନରେ ପ୍ରଶାନ୍ତ କିଶୋରଙ୍କ ଜନ ସୂରାଜ ପାର୍ଟି ଡେବ୍ୟୁ କରିଥିଲେ ହେଁ ଏହାର ପ୍ରଭାବ ରେଜଲ୍ଟ ଉପରେ ପଡ଼ି ନଥିବା ପ୍ରାରମ୍ଭିକ ଟ୍ରେଣ୍ଡରୁ ସ୍ପଷ୍ଟ ହେଉଛି।
ବିହାର ବିଧାନସଭା ନିର୍ବାଚନର ଗଣତି ସକାଳ ୮ଟରୁ ଆରମ୍ଭ ହୋଇଛି। ପ୍ରଥମେ ବାଲଟର ଗଣତି ହୋଇଥିଲା। ବାଲଟ ଭୋଟରେ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ଏନଡିଏ ପ୍ରଥମେ ଲିଡ ହାସଲ କରିଥିଲା। ଏହାପରେ ଇଭିଏମ ଖୋଲିଥିଲା। ବାଲଟ ଭଳି ଇଭିଏମ ଗଣତି ପରେ ଏନଡିଏ ଲିଡ୍ ବଜାୟୀ ରଖିଛି।
ମଙ୍ଗଳବାର ଭୋଟିଂ ଶେଷ ହେବା ପରେ ଏକଜିଟ ପୋଲ୍ ଏନଡିଏ ସପକ୍ଷରେ ଜନାଦେଶ ଯିବ ବୋଲି ଆକଳନ କରିଥିଲେ। କିଛି ସର୍ଭେ ସଂସ୍ଥା ବିଜେପି ନେତୃତ୍ୱାଧୀନ ଏନଡିଏ ୧୬୦ରୁ ଅଧିକ ଆସନ ଜିତିବ ବୋଲି ସେମାନେ କହିଥିଲେ। ସତକୁ ସତ ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ ଏନଡିଏ ୧୬୧ ଆସନରେ ଲିଡ୍ କରୁଛି। ସମୟ ଗଢ଼ିବା ସହ ଲିଡ ମଧ୍ୟ ଏନଡିଏର ବଢ଼ି ଚାଲିଛି।
ଅନ୍ୟପକ୍ଷରେ ମହାଗଠବନ୍ଧନ ନିର୍ବାଚନ ପୂର୍ବରୁ ସରକାର ଗଠନ କରିବା ନେଇ ଯେଉଁ ଦମ୍ଭୋକ୍ତି କରୁଥିଲା, ତାହା ଧୀରେଧୀରେ ଫସର ଫାଟିବା ଆରମ୍ଭ ହୋଇଛି। ତଥାପି ଆହୁରି ଅନେକ ରାଉଣ୍ଡ ବାକି ଥିବାରୁ ରେଜଲ୍ଟ ବଦଳି ପାରେ ବୋଲି ମଧ୍ୟ ଆକଳନ କରାଯାଉଛି। ଏବେ ବି ମହାଗଠବନ୍ଧନ ବିଜୟୀ ହେବାର ଆଶା ରଖିଛି। କିନ୍ତୁ ପ୍ରାରମ୍ଭିକ ଟ୍ରେଣ୍ଡ ମହାଗଠବନ୍ଧନ ବିରୋଧରେ ଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/11/14/bihar-2025-11-14-10-16-26.jpg)