ଏନଡିଏର ଛାୟା ସହଯୋଗୀ ବିଜେଡି: ପଦାରେ ପଡ଼ୁଛି ରାଜନୀତିକ ସୁବିଧାବାଦୀ ଚେହେରା

ଯାହା ଆଶା କରାଯାଉଥିଲା, ସେୟା ହେଲା । ରାଜ୍ୟର କ୍ଷମତାସୀନ ବିଜୁ ଜନତା ଦଳ(ବିଜେଡି) ପୁଣିଥରେ କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନଡିଏ ପ୍ରତି ନିଃସର୍ତ୍ତ ସମର୍ଥନ ଘୋଷଣା କରି ନିଜର ଆନୁଗତ୍ୟ ପ୍ରଦର୍ଶନ ସହ ବିଶ୍ୱସ୍ତ ସହଯୋଗୀ ଭାବେ ପୁଣିଥରେ ଅଗ୍ନିପରୀକ୍ଷା ଦେଇଛି ।

Prime Minister Narendra Modi with Chief Minister Naveen Patnaik PhotoOR

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Ordigital Desk
  • Published: Tuesday, 01 August 2023
  • Updated: 01 August 2023, 06:04 PM IST

Sports

Latest News

ଯାହା ଆଶା କରାଯାଉଥିଲା, ସେୟା ହେଲା । ରାଜ୍ୟର କ୍ଷମତାସୀନ ବିଜୁ ଜନତା ଦଳ(ବିଜେଡି) ପୁଣିଥରେ କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନଡିଏ ପ୍ରତି ନିଃସର୍ତ୍ତ ସମର୍ଥନ ଘୋଷଣା କରି ନିଜର ଆନୁଗତ୍ୟ ପ୍ରଦର୍ଶନ ସହ ବିଶ୍ୱସ୍ତ ସହଯୋଗୀ ଭାବେ ପୁଣିଥରେ ଅଗ୍ନିପରୀକ୍ଷା ଦେଇଛି । ଦିଲ୍ଲୀ ଅଧ୍ୟାଦେଶ(ଦିଲ୍ଲୀ ସର୍ଭିସ ବିଲ)କୁ ସମର୍ଥନ ଓ ବିରୋଧୀଙ୍କ ଦ୍ୱାରା ଆଗତ ଏନଡିଏ ସରକାର ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବକୁ ବିରୋଧ ନିମନ୍ତେ ବିଜେଡି ଘୋଷଣା କରିଛି । ‘ସମଦୂରତ୍ୱ ନୀତି’ର ଖୋଳପା ଭିତରେ ନିଜକୁ ରଖି ଏନଡିଏକୁ ସୁହାଇବା ଭଳି ନିଃସର୍ତ୍ତ ସମର୍ଥନ ପଛରେ ବିଜେଡିର ରାଜନୀତିକ ବାଧ୍ୟବାଧକତା ଓ ସୁବିଧାବାଦୀ ଚରିତ୍ରର ନଗ୍ନ ଚିତ୍ର ସମଗ୍ର ଦେଶ ଦେଖିଲା । ତେବେ ଦୀର୍ଘ ଏକ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ‘ସମଦୂରତ୍ୱ ନୀତି’ର ଦ୍ୱାହି ଦେଇ ବିଜେଡି ନିଜକୁ ଯେଭଳି ଭାବେ ବିଜେପି ପାଖରେ ସମର୍ପି ଦେଇଛି ତାହା ଏକ ଅସୁସ୍ଥ ଗଣତାନ୍ତ୍ରକ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ସହ ସଂଘୀୟ ବ୍ୟବସ୍ଥାକୁ ମଧ୍ୟ ଦୁର୍ବଳ କରୁଥିବା ଚର୍ଚ୍ଚା । କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ଏନଡିଏକୁ ସବୁ ସମୟରେ ସମର୍ଥନ ଦେଇଆସୁଥିବା ବିଜେଡି କାହିଁକି ଏଭଳି  ବିଶ୍ୱସ୍ତ ଛାୟା ସହଯୋଗୀ ପାଲଟିଛି ଓ ଏହା ବିଜେଡିର ବାଧ୍ୟବାଧକତା ନା ଆବଶ୍ୟକତା ତାକୁ ନେଇ ପ୍ରଶ୍ନ ଉଠିଛି ।

ନିର୍ବାଚନୀ ବର୍ଷରେ ରାଜ୍ୟରେ ପ୍ରମୁଖ ବିରୋଧୀ ଦଳ ବିଜେପି ସହ ରାତି ପାହିଲେ ମୁହାଁମୁହିଁ ହେଉଥିବା ବିଜେଡି କିନ୍ତୁ କେନ୍ଦ୍ରରେ ବିଜେପି ନେତୃ୍‌ତ୍ୱାଧୀନ ଏନଡିଏକୁ ସୁହାଇବା ପାଇଁ ଆଜି ନିଜର ସମର୍ଥନ ଘୋଷଣା କରିଛି । ବିଜେଡିର ଏଭଳି ନିଃସର୍ତ୍ତ ସମର୍ଥନ ପଛରେ କ’ଣ ଡିଲ୍ ହୋଇଛି ତାହା ଅସ୍ପଷ୍ଟ । ମାତ୍ର ରାଜ୍ୟ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗରେ ଅବା ରାଜ୍ୟବାସୀଙ୍କୁ ଦେଇଥିବା ନିଜର ନିର୍ବାଚନୀ ପ୍ରତିଶ୍ରୁତିକୁ ପୂରଣ ପାଇଁ କେନ୍ଦ୍ର ସରକାରଠୁ କିଛି ହାସଲ ନିମନ୍ତେ ଯେ ବିଜେଡି ଏଭଳି ନିଃସର୍ତ୍ତ ସମର୍ଥନ ଦେଇଛି ତାହା ଆଶା କରାଯାଇନପାରେ କି ଗ୍ରହଣୀୟ ବି ନୁହେଁ ।

Also Read

କାରଣ କେନ୍ଦ୍ରରେ ୨୦୧୪ ମସିହାରେ ନରେନ୍ଦ୍ର ମୋଦି ନେତୃତ୍ୱାଧୀନ ଏନଡିଏ ଶାସନ ପରଠୁ ବିଜେଡି ସର୍ବଦା ନିଃସର୍ତ୍ତ ସମର୍ଥନ ଦେଇ ଆସିଛି । ବିମୁଦ୍ରାକରଣ,ଜିଏସଟି ବିଲ୍ , ନାଗରିକ ସଂଶୋଧନ ବିଲ୍ , ଟ୍ରିପଲ ତଲାକ, ଆରଟିଆଇ ଆଇନ, ଧାରା -୩୭୦ର ଉଚ୍ଛେଦ, ଜାମ୍ମୁକାଶ୍ମୀର ପୁନର୍ଗଠନ ବିଲ , ରାଷ୍ଟ୍ରପତି ନିର୍ବାଚନ, ରାଜ୍ୟସଭାର ଉପାଧ୍ୟକ୍ଷ ନିର୍ବାଚନ ସମେତ ନୂଆ ସଂସଦ ଭବନ ଉଦଘାଟନରେ ସାମିଲ ହେବା ଭଳି ଅନେକ ପ୍ରମୁଖ ବିଲ ଉପରେ ବିଜେଡି ନିଜର ସମର୍ଥନ ଦେଇଛି । ଯେତେବେଳେ ବି କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନଡିଏକୁ ଆବଶ୍ୟକ ପଡ଼ିଛି ବିଜେଡି ଉପରେ ପଡ଼ି ନିଜର ଅଯାଚିତ ସମର୍ଥନ ଦେଇଛି ।

୨୦୧୮ ମସିହାରେ ଏନଡିଏ ସରକାର ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ପୂର୍ବରୁ ହିଁ ବିଜେଡି କକ୍ଷତ୍ୟାଗ କରିଥିଲା । ଯାହା ପରୋକ୍ଷରେ ସରକାରକୁ ସୁହାଇଥିଲା । ଏପରିକି  କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୋଟିଏ ଫୋନ୍ କଲରେ ବିଜେଡି ଗୋଟିଏ ରାଜ୍ୟସଭା ଆସନ ମଧ୍ୟ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ଦେବାକୁ ପଛାଇ ନଥିଲା । ତେବେ ପ୍ରଶ୍ନ ଉଠୁଛି, ବିଜେଡି ରାଜ୍ୟରେ ଯେଉଁ ବିଜେପି ସହ ସିଧାସଳଖ ଲଢ଼େଇ କରୁଛି କେନ୍ଦ୍ରରେ କିଭଳି ସେହି ବିଜେପି ନେତୃତ୍ୱାଧୀନ ଏନଡିଏର ବିଶ୍ୱସ୍ତ  ସହଯୋଗୀ ପାଲଟି ଯାଉଛି ।

କାହିଁକି ବିଜେଡି ବାରମ୍ବାର ନିଜକୁ ସମର୍ପି ଦେଉଛି? ରାଜ୍ୟରେ ୨୦୦୦ ମସିହାରୁ କ୍ରମାଗତ ସଂଖ୍ୟାଗରିଷ୍ଠତା ପାଇଁ ଶାସନ କରି ଆସୁଥିବା ବିଜେଡି କାହିଁକି ଏତେ ଅସହାୟ ହୋଇପଡ଼ୁଛି? ଏଭଳି କ’ଣ ରାଜନୀତିକ ବାଧ୍ୟବାଧକତା ଓ ଆବଶ୍ୟକତାକୁ ନେଇ ବିଜେଡି ନିଜର ଦଳୀୟ ଆଭିମୁଖ୍ୟ ସହ ସାଲିସ୍ କରୁଛି? ବିଜେଡି ପାଇଁ ‘ସମଦୂରତ୍ୱ ନୀତି’ କେବଳ ଏକ ସୁବିଧାବାଦୀ ଖୋଳପା ଓ ସ୍ଲୋଗାନ ହୋଇ ରହିଯାଇଛି କାହିଁକି? ବିଜେପି ସହ ଏଭଳି ଅସୁସ୍ଥ ଅଘୋଷିତ ମେଂଟ କରି ରାଜ୍ୟବାସୀଙ୍କ ପାଖରେ ନିଜର ଏକ ଦୋମୁହାଁ ଚରିତ୍ରକୁ ପଦାରେ ପକାଉନି ତ ବିଜେଡି?

ଏଭଳି ଅନେକ ପ୍ରଶ୍ନ ଏବେ ରାଜନୀତିକ ମହଲରେ ଉଙ୍କି ମାରୁଛି । ଅବଶ୍ୟ ଏହା ସତ ଯେ, ବିଜେଡିର ସୃଷ୍ଟି ବିଜେପି ଦ୍ୱାରା । ବିଜେପିର ପ୍ରତ୍ୟକ୍ଷ ପ୍ରୋତ୍ସାହନ ଓ ସହଯୋଗରେ ୧୯୯୭ ମସିହାରେ ନିଜର ଜନ୍ମ ପରଠୁ ବିଜେଡି ୧୯୯୮, ୧୯୯୯, ୨୦୦୪ରେ ଲୋକସଭା ନିର୍ବାଚନ ଏବଂ ୨୦୦୦ ଓ ୨୦୦୪ ମସିହାର ବିଧାନସଭା ନିର୍ବାଚନରେ ସଫଳ ହୋଇଥିଲା । କିନ୍ତୁ ୨୦୦୯ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ‘ନିଜର ସମସ୍ତ ଅସ୍ଥି ଧର୍ମନିରପେକ୍ଷ’ ବୋଲି କହି ବିଜେପିଠୁ ମେଂଟ ସମ୍ପର୍କ ଛିନ୍ନ କରିଥିଲେ । ଆଉ ସେବେଠୁ ଉଭୟ କଂଗ୍ରେସ ଓ ବିଜେପିଠୁ ସମଦୂରତ୍ୱ ନୀତି କଥା ବିଜେଡି ଦୋହରାଇ ଆସୁଛି ।

ଅବଶ୍ୟ ୨୦୦୯-୨୦୧୪ ମସିହା ମଧ୍ୟରେ ବିଜେଡି କେବେବି କେନ୍ଦ୍ରରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ପାଇଁ ଚିନ୍ତାର କାରଣ ହୋଇନି ଓଲଟା ସହଯୋଗ ଦେଇଛି । ଆଉ ୨୦୧୪ ମସିହାରେ କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନଡିଏ ସରକାର ଗଠନ ହେବା ଏବଂ ବିଜେପିର ଓଡ଼ିଶା ଉପରେ ଫୋକସକୁ ଦେଖି ବିଜେଡି ନିଜର ସମଦୂରତ୍ୱ ନୀତି ସହ ସାଲିସ୍ କଲା । ୨୦୧୭ ପଂଚାୟତ ନିର୍ବାଚନର ପ୍ରାୟ ବର୍ଷକ ପୂର୍ବରୁ ରାଜ୍ୟରେ ଚିଟଫଣ୍ଡ ଦୁର୍ନୀତି ମାମଲାରେ ସିବିଆଇ ଏକାଧିକ ବିଜେଡି ନେତାମାନଙ୍କୁ ଗିରଫ ଓ ଜେରା କରିବା ଯୋଗୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ମଳ ଭାବମୂର୍ତ୍ତି ଉପରେ ଦୁର୍ନୀତିର ଦାଗ ଲାଗିଲା । ଯାହାକୁ ଦେଖି ବିଜେଡି ନିଜକୁ ଏକ ସୁବିଧାବାଦୀ ରାଜନୀତିକ ଦଳ ଭାବେ ଧୀରେଧୀରେ ବିକଶିତ କରିବାକୁ ଲାଗିଲା । ଅବଶ୍ୟ ରାଜ୍ୟରେ ଚିଟଫଣ୍ଡ ଦୁର୍ନୀତି, ଖଣି ଦୁର୍ନୀତି, କୋଇଲା ଦୁର୍ନୀତି, ବ୍ଲାକରୋଜ୍ ଜାହାଜ ବୁଡ଼ି ଭଳି ଅନେକ ଦୁର୍ନୀତିରେ ସିବିଆଇର ଖଣ୍ଡା ଏବେବି ନବୀନ ପଟ୍ଟନାୟକ ସରକାର ଓ ବିଜେଡି ଉପରେ ଝୁଲୁଛି ।

ବିଜେଡି ନିଜର ଏସବୁ ଦୁର୍ନୀତି ପାଇଁ ଏତେ ଭୟଭୀତ ଯେ, ଏକ ରାଜନୀତିକ ଦଳ ଭାବେ ଆଜି ପର୍ଯ୍ୟନ୍ତ ଅନ୍ୟ ଏକ ରାଜନୀତିକ ଦଳ ମୁଖ୍ୟ ତଥା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସିଧାସଳଖ କୌଣସି ଗୋଟିଏ ପ୍ରସଙ୍ଗରେ ବି ସମାଲୋଚନା କରିବାକୁ ସାହାସ ଜୁଟାଇ ପାରିନି ।

ବିଜେଡି ନିଜର ଦୋମୁହାଁ ଓ ସୁବିଧାବାଦୀ ଚରିତ୍ରରୁ ବାହାରି ସିଧାସଳଖ ବିଜେପି ନେତୃତ୍ୱାଧୀନ ଏନଡିଏରେ ସାମିଲ ହେବାରେ ସମସ୍ୟା କ’ଣ ଅଛି? କାହିିଁକି ବିଜେଡି ଏହା ନକରି ରାଜ୍ୟରେ ବିଜେପି ସହ ଲଢ଼େଇର ଦ୍ୱନ୍ଦ୍ୱାତ୍ମକ ପରିବେଶ ସୃଷ୍ଟି କରି ବାରମ୍ବାର କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନଡିଏକୁ ସମର୍ଥନ ଅଜାଡ଼ି ଦେଉଛି? ଏହି ସମର୍ଥନ ଦେବା ବଦଳରେ ଏପର୍ଯ୍ୟନ୍ତ ରାଜ୍ୟର କେଉଁ ସ୍ୱାର୍ଥକୁ ବିଜେଡି ହାସଲ କରିପାରିଛି? ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ୍ ଷ୍ଟେଟ ମାନ୍ୟତା, ଧାନର ଏମଏସପି କ୍ୱିଣ୍ଟାଲ ପିଛା ୨୯୩୦ଟଙ୍କା, ବିଧାନ ପରିଷଦ ଗଠନ, ମହାନଦୀ ଜଳ ବିବାଦ, ପୋଲାଭରମ୍ ପ୍ରକଳ୍ପ ଡିଜାଇନ୍ ପରିବର୍ତ୍ତନ , ଓଡ଼ିଶାକୁ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ୍ ଭଳି କେଉଁ ଗୋଟିଏ ସୁବିଧାକୁ ବି ବିଜେଡି ହାସଲ କରିବାରେ ସକ୍ଷମ ହୋଇନି । ସାଢ଼େ ୪କୋଟି ଓଡ଼ିଶାବାସୀଙ୍କ ଦଳ ବୋଲି ବିଜେଡି ନିଜକୁ ଦାବି କରୁଥିବାବେଳେ ଓଡ଼ିଶା ପାଇଁ କେଉଁ ଗୋଟିଏ ଦାବି ଓ ରାଜ୍ୟ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗରେ କେନ୍ଦ୍ରଠୁ ହକ୍ ଆଣିପାରିଛି ତା’ର ହିସାବ ବିଜେଡି ନେତୃତ୍ୱ ରାଜ୍ୟବାସୀଙ୍କ ଆଗରେ ରଖିବାର ଆବଶ୍ୟକତା ରହିଛି । ବିଜେପି ନେତୃତ୍ୱାଧୀନ ଏନଡିଏକୁ ବାରମ୍ବାର ସମର୍ଥନ ଦେବା ପଛରେ କେଉଁ ଡିଲ୍ ହେଉଛି ତାହା ବି ରାଜ୍ୟବାସୀ ଜାଣିବା ଦରକାର ।

ଓଲଟା ସଂଘୀୟ ଗଣତନ୍ତ୍ର, ସମ୍ବିଧାନ ମୁଖବନ୍ଧରେ ଅହିଂସା ଶବ୍ଦକୁ ସାମିଲ ଆଦି ଭଳି ଲମ୍ବାଚଉଡ଼ା କଥା କହୁଥିବା ବିଜେଡି କିନ୍ତୁ ଏଭଳି ଏକ ଅସୁସ୍ଥ ଗଣତାନ୍ତ୍ରିକ ବ୍ୟବସ୍ଥାର ମୂଳଦୁଆ ଓ ଛାପ ରାଜ୍ୟବାସୀଙ୍କ ପାଖରେ ରଖୁଛି ତଥା ବିଭ୍ରାନ୍ତିକର ପରିବେଶ ସୃଷ୍ଟି କରୁଛି ଯାହା ଭବିଷ୍ୟତ ପୀଢ଼ୀ ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ଚିନ୍ତାଜନକ ହୋଇଛି ।   ଶେଷରେ ବିଜେଡି ଓ ବିଜେପିର ସମ୍ପର୍କକୁ ନେଇ ଏତିକି କୁହାଯାଇପାରେ ଯେ-

“ବଡ଼ି ଅଜିବ୍ ସି ବନ୍ଦିଶ୍ ହୈ ଉସକି ମହବତ୍ ମୈ,

ନା ୱୋ ଖୁଦ୍ କୈଦ କର ସକେ ନା ହମ୍ ଆଜାଦ୍ ହୋ ସକେ,

ବସ୍ ଏକ ଦୁଶରେ କି ଜରୁରତ୍ ହେ ହମ୍ ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story