Advertisment

Mood of the Nation: ଏନ୍‌ଡିଏ ଜିତିବ ୩୩୫ଟି ଆସନ

୫୪୩ଟି ଲୋକସଭା ଆସନରୁ ବିଜେପି ୩୦୪ଟି ଆସନ ଜିତିବ।

author-image
Jitendra Garnayak
Narendra Modi

Narendra Modi

ପାଖେଇ ଆସୁଛି ଲୋକସଭା ନିର୍ବାଚନ। ତା’ସହିତ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଆଉ ତା’ ଭିତରେ ଆଜି ପ୍ରକାଶ ପାଇଛି Mood of the Nation ସର୍ଭେ ରିପୋର୍ଟ। ଏଥିରେ କୁହାଯାଇଛି, ଯଦି ଆଜି ନିର୍ବାଚନ ହୁଏ, ତା’ହେଲେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଲଗାତାର ତୃତୀୟ ଥର ପାଇଁ କ୍ଷମତାକୁ ଆସିବ। ଏନ୍‌ଡିଏ ୩୩୫ଟି ଆସନ ଜିତିବ। ଗତ ସାଧାରଣ ନିର୍ବାଚନରେ ଏନ୍‌ଡିଏ ୩୫୩ଟି ଆସନ ହାତେଇ ସରକାର କରିଥିବା ବେଳେ ସେଥିରୁ ୧୮ଟି ଆସନ ହରାଇବ। ଆଉ ଏହାର ଫାଇଦା ଇଣ୍ଡିଆ ମେଣ୍ଟକୁ ଯିବ। 

Advertisment

ସର୍ଭେରେ କୁହାଯାଇଛି, ୫୪୩ଟି ଲୋକସଭା ଆସନରୁ ବିଜେପି ୩୦୪ଟି ଆସନ ଜିତିବ। ଗତ ସାଧାରଣ ନିର୍ବାଚନରେ ଦଳ ୩୦୩ଟି ଆସନ ଜିତିଥିବା ବେଳେ ଆଉ ଗୋଟିଏ ଆସନ ଅଧିକ ଜିତିବ। ଅର୍ଥାତ୍ ଦଳ ଚାହିଁଲେ ଏକାକୀ ସରକାର ଗଠନ କରିପାରିବ। 

ସେହିପରି ଦ୍ୱିତୀୟ ସ୍ଥାନରେ ରହିବ କଂଗ୍ରେସ। ଦଳ ୭୧ଟି ଆସନ ଜିତିବ। ୨୦୧୯ ଲୋକସଭା ନିର୍ବାଚନରେ ୫୨ଟି ସିଟ୍ ଜିତିଥିବା ଏହି ସର୍ବପୁରାତନ ଦଳ ୧୯ଟି ଆସନ ଅଧିକ ପାଇବ। ଅନ୍ୟ ସବୁ ଦଳ ମିଶି ୧୬୮ଟି ଆସନ ପାଇବେ।

Advertisment

ଏନ୍‌ଡିଏ ୩୩୫ଟି ଆସନ ପାଇବାକୁ ଥିବା ବେଳେ ନୂଆ କରି ଗଠିତ ମେଣ୍ଟ ‘ଇଣ୍ଡିଆ’କୁ ମିଳିବ ୧୬୬ଟି ଆସନ। ସେହିପରି ଅନ୍ୟ ଦଳଗୁଡ଼ିକ ୪୨ଟି ଆସନ ଜିତିବେ।  

ଦେଶର ସମସ୍ତ ଲୋକସଭା ଆସନରେ ଏହି ସର୍ଭେ କରାଯାଇଥିଲା। ସର୍ଭେରେ ମୋଟ ୩୫,୮୦୧ ଜଣ ସେମାନଙ୍କ ମତାମତ ଦେଇଥିଲେ। ୨୦୨୩ ଡିସେମ୍ବର ୧୫ ତାରିଖରୁ ୨୦୨୪ ଜାନୁଆରୀ ୨୮ ତାରିଖ ମଧ୍ୟରେ ଏହି ସର୍ଭେ କରାଯାଇଥିଲା।

ଏହି ସର୍ଭେ ଅନୁଯାୟୀ, ଓଡ଼ିଶାରେ ୨୧ଟି ଲୋକସଭା ଆସନ ମଧ୍ୟରୁ ବିଜେପି ୧୦ଟି ଓ ବିଜେଡି ୧୧ଟି ଜିତିବ। ୨୦୧୯ ସାଧାରଣ ନିର୍ବାଚନରେ ଗୋଟିଏ ଲୋକସଭା ଆସନ ପାଇଥିବା କଂଗ୍ରେସର ହାତ ଖାଲି ରହିବ। ଅର୍ଥାତ୍ ଦଳ ଗୋଟିଏ ବି ଆସନରେ ଜିତି ପାରିବ ନାହିଁ। 

Bjp Congress