Advertisment

ଆନ୍ଧ୍ରରେ ସରିଲା ବିଧାନସଭା ଓ ଲୋକସଭା ନିର୍ବାଚନ, ଜୁନ ୪କୁ ଅପେକ୍ଷା

ଆଜି ଗୋଟିଏ ପର୍ଯ୍ୟାୟରେ ରାଜ୍ୟର ସମସ୍ତ ୨୫ଟି ଲୋକସଭା ଓ ୧୭୫ଟି ବିଧାନସଭା ପାଇଁ ନିଜର ନେତା ବାଛିଛନ୍ତି ଭୋଟର।

author-image
Hemant Lenka
Vote

Vote

ଆନ୍ଧ୍ରପ୍ରଦେଶରେ ଶେଷ ହୋଇଛି ଭୋଟ। ଇଭିଏମରେ ସିଲ୍‌ ହୋଇଛି ସମସ୍ତ ପ୍ରାର୍ଥୀଙ୍କ ଭାଗ୍ୟ। ଆଜି ଗୋଟିଏ ପର୍ଯ୍ୟାୟରେ ରାଜ୍ୟର ସମସ୍ତ ୨୫ଟି ଲୋକସଭା ଓ ୧୭୫ଟି ବିଧାନସଭା ପାଇଁ ନିଜର ନେତା ବାଛିଛନ୍ତି ଭୋଟର।

Advertisment

ରାଜ୍ୟରେ ଭୋଟିଂ ହାର ପ୍ରାୟ ୭୦% ରହିଛି। ସନ୍ଧ୍ୟା ୫ଟା ସୁଦ୍ଧା ଭୋଟିଂହାର ୬୮% ଥିଲା। ସମୟ ପରେ ମଧ୍ୟ କିଛି ବୁଥରେ ଭୋଟରଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା। ତେଣୁ ଭୋଟିଂହାର ବୃଦ୍ଧି ପାଇବାର ସମ୍ଭାବନା ରହିଛି।

ନେଲ୍ଲୋରେ ୬୯.୯୫% ଭୋଟିଂ ହୋଇଥିବା ବେଳେ କାଣ୍ଡୁକୁରୁରେ ୭୪.୬୮% ଓ କୋଭଉରରେ ୭୩.୫୯% ମତଦାନ ହୋଇଛି। ଏବେ ସମସ୍ତେ ଜୁନ ୪କୁ ଅପେକ୍ଷା କରିଛନ୍ତି। କାରଣ ସେହିଦିନ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇଇ।

Advertisment

ରାଜ୍ୟର ୨୫ଟି ଲୋକସଭା ଆସନ ପାଇଁ ୫୦୩ ଜଣ ପ୍ରାର୍ଥୀ ହୋଇଥିଲେ। ସେହିପରି ୧୭୫ ବିଧାନସଭା ଆସନ ଲାଗି ୨, ୭୦୫ ଜଣ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି। 

ମୁଖ୍ୟମନ୍ତ୍ରୀ ତଥା ୱାଇଏସଆର କଂଗ୍ରେସର ମୁଖ୍ୟ ଜଗନ ମୋହନ ରେଡ୍ଡୀ ପୁଲିବେନ୍ଦୁଲା ଆସନରୁ ପ୍ରାର୍ଥୀ ହୋଇଛନ୍ତି। ଟିଡିପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କୁପ୍ପମ ଆସନରୁ ଲଢୁଛନ୍ତି। ପିଠାପୁରମ ବିଧାନସଭା ଆସନରୁ ଲଢୁଛନ୍ତି ଜନସେନା ମୁଖ୍ୟ ପବନ କଲ୍ୟାଣ।

ରାଜ୍ୟରେ ବିଜେପି-ଟିଡିପି ଓ ଜନସେନା ମିଳିତ ଭାବେ ନିର୍ବାଚନ ଲଢ଼ୁଛନ୍ତି। ବିଜେପି ୬, ଡିଡିପି ୧୭ ଓ ଜନସେନା ୨ଟି ଲୋକସଭା ଆସନରେ ପ୍ରାର୍ଥୀ ଦେଇଛି। ସେହିପରି ୧୭୫ଟି ବିଧାନସଭା ଆସନରୁ ବିଜେପି ୧୦ଟି, ଟିଡିପି ୧୪୪ ଓ ଜନସେନା ୨୧ଟି ଆସନରେ ଲଢ଼ୁଛି।

Andhra Pradesh Election Lok Sabha Election 2024