Advertisment

ଲୋକସଭା ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ ମତଦାନ ହାର କମିଲା, ବେଙ୍ଗଲରେ ସର୍ବାଧିକ ଭୋଟିଂ

ଆଜି ପ୍ରଥମ ପର୍ଯ୍ୟାୟରେ ୨୧ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୧୦୨ ଆସନ ପାଇଁ ମତଦାନ ଶେଷ ହୋଇଛି। ୮ କେନ୍ଦ୍ରମନ୍ତ୍ରୀଙ୍କ ସମେତ ବହୁ ହେଭିୱେଟଙ୍କ ଭାଗ୍ୟ ଏବେ ଇଭିଏମରେ ସିଲ ହୋଇ ଯାଇଛି।

author-image
Hemant Lenka
ଅଦ୍ୟତନ ହୋଇଛି
Election

Election

ଗଣତନ୍ତ୍ରର ମହାନ ପର୍ବ ନିର୍ବାଚନ। ଆଉ ଭାରତରେ ଆଜି ଠାରୁ ଆରମ୍ଭ ହୋଇଛି ମତଦାନ। ୭ଟି ପର୍ଯ୍ୟାୟରେ ମୋଟ ୫୪୩ ଲୋକସଭା ଆସନ ପାଇଁ ଭାରତବାସୀ ଭୋଟ ଦେବେ।

Advertisment

ଏହିକ୍ରମରେ ଆଜି ପ୍ରଥମ ପର୍ଯ୍ୟାୟରେ ୨୧ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୧୦୨ ଆସନ ପାଇଁ ମତଦାନ ଶେଷ ହୋଇଛି। ୮ କେନ୍ଦ୍ରମନ୍ତ୍ରୀଙ୍କ ସମେତ ବହୁ ହେଭିୱେଟଙ୍କ ଭାଗ୍ୟ ଏବେ ଇଭିଏମରେ ସିଲ ହୋଇ ଯାଇଛି। ୧୦୨ ଆସନରେ ମୋଟ ୧୬୨୫ ଜଣ ପ୍ରାର୍ଥୀ ହୋଇଥିଲେ। ଏବେ ସମସ୍ତଙ୍କ ଭାଗ୍ୟର ଫଳ ଆସନ୍ତା ଜୁନ ୪ ତାରିଖରେ ଜଣାପଡ଼ିବ। କାରଣ ଜୁନ ୪ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। 

ମଣିପୁର ଓ ପଶ୍ଚିମବଙ୍ଗର କିଛି ସ୍ଥାନକୁ ଛାଡ଼ି ଦେଲେ ନିର୍ବାଚନ ବେଶ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। କିନ୍ତୁ ୨୦୧୯ ତୁଳନାରେ ୨୦୨୪ ପ୍ରଥମ ପର୍ଯ୍ୟାୟରେ ମତଦାନ ହାର ହ୍ରାସ ପାଇଛି। ୨୦୧୯ରେ ପ୍ରଥମ ପର୍ଯ୍ୟାୟରେ ୬୯.୪୩% ଭୋଟିଂ ହୋଇଥିଲା। କିନ୍ତୁ ୨୦୨୪ରେ ପ୍ରାୟ ୬୦% ଭୋଟିଂ ହୋଇଛି।

Advertisment

ସନ୍ଧ୍ୟା ୬ଟା ସୁଦ୍ଧା ୫୯.୭୧% ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି। ଧାର୍ଯ୍ୟ ସମୟ ପରେ ମଧ୍ୟ ବିଭିନ୍ନ ସ୍ଥାନରେ ଅନେକ ଲୋକ ଭୋଟ ଦେବାକୁ ଲାଇନରେ ଛିଡ଼ା ହୋଇଥିବା ଦୃଶ୍ୟ ସାମ୍ନାକୁ ଆସିଛି। ତେଣୁ ଭୋଟିଂ ହାର ଆଗକୁ ବୃଦ୍ଧି ପାଇବାର ସମ୍ଭାବନା ରହିଛି।

ପଶ୍ଚିମବଙ୍ଗର କୁଚ୍ଚ ବେହାର ଜିଲ୍ଲା ସିତଲକୁନି ଠାରେ ବିଜେପି ଓ ଟିଏମସି ମଧ୍ୟରେ ପ୍ରବଳ ଗଣ୍ଡଗୋଳ ହୋଇଛି। ତଥାପି ରାଜ୍ୟର ୩ଟି ଆସନ ପାଇଁ ଆଜି ହୋଇଥିବା ନିର୍ବାଚନରେ ସବୁଠାରୁ ଅଧିକ ୭୭.୫୭% ଭୋଟିଂ ହୋଇଛି। ସେହିପରି ମଣିପୁରର ଗୋଟିଏ ପୁଲିଂ ଷ୍ଟେସନରେ ଗୁଳିମାଡ଼ ହୋଇଥିଲେ ହେଁ ଏଠାକାର ୨ଟି ଆସନ ପାଇଁ ଆଜି ହୋଇଥିବା ନିର୍ବାଚନରେ ୬୮.୬୨% ଲୋକ ମତାଧିକାର ସାବ୍ୟସ୍ତ କରିଛନ୍ତି।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା, ବିହାରରେ ଆଜି ପ୍ରଥମ ପର୍ଯ୍ୟାୟରେ ୪ଟି ଆସନ ପାଇଁ ଭୋଟିଂ ହୋଇଛି। କିନ୍ତୁ ଏଠାରେ ଭୋଟିଂ ହାର ସବୁଠାରୁ କମ ରହିଛି। ମାତ୍ର ୪୮.୨୩% ଲୋକ ଭୋଟ ଦେଇଛନ୍ତି।

ଏହାବାଦ ଆଣ୍ଡାମାନ ନିକୋବର(୧ ଆସନ)ରେ ୫୬.୮୭%, ଅରୁଣାଚଳ ପ୍ରଦେଶରେ(୨ଟି ଆସନ) ୬୪.୦୭%, ଆସାମରେ(୫) ୭୦.୭୭%, ଛତିଶଗଡ଼ରେ(୧ ଆସନ)୬୩.୪୧%, ଜମ୍ମୁ-କଶ୍ମୀର(୧ ଆସନ)ରେ ୬୫.୦୮%, ଲକ୍ଷଦ୍ୱୀପ(୧), ୫୯.୦୨%, ମଧ୍ୟପ୍ରଦେଶରେ (୬ଟି ଆସନ) ୬୩.୨୫%, ମହାରାଷ୍ଟ୍ରରେ(୫) ୫୪.୮୫%, ମଣିପୁର(୨)ରେ ୬୮.୬୨%, ମେଘାଳୟ(୨)ରେ ୬୯.୯୧%, ମିଜୋରାମ(୧)ରେ ୫୩.୯୬%, ନାଗାଲ୍ୟାଣ୍ଡ(୧)ରେ ୫୬.୧୮%, ପୁଡୁଚେରୀ(୧)ରେ ୭୨.୮୪%, ରାଜସ୍ଥାନ(୧୨)ରେ ୫୦.୨୭%, ସିକ୍କିମ(୧)ରେ ୬୮.୦୬%, ତାମିଲନାଡୁ(୩୯)ରେ ୭୨.୦୯%, ତ୍ରିପୁରା(୧)ରେ ୭୬.୧୦%, ଉତ୍ତର ପ୍ରଦେଶ(୮)ରେ ୫୭.୫୪%, ଉତ୍ତରାଖଣ୍ଡ(୫)ରେ ୫୩.୫୬% ଓ ପଶ୍ଚିମବଙ୍ଗ(୩)ରେ ୭୭.୫୭% ଭୋଟିଂ ହୋଇଛି।

Election Lok Sabha Election 2024