Advertisment

‘ନିଟ୍‌ ଓ ଲଜ୍ଜା’ ନାରା ଭିତରେ ଶପଥ ନେଲେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସେ ଶପଥ ପାଇଁ ପୋଡିୟମ ପାଖକୁ ଯାଉଥିବା ବେଳେ ବିରୋଧୀ ନିଟ ଓ ଲଜା ନାରା ଦେଇଥିଲେ। ବିରୋଧୀ ବେଞ୍ଚରୁ ଏପରି ନାରା ଦିଆଯାଉଥିବା ବେଳେ ଧର୍ମେନ୍ଦ୍ର ଏହାକୁ କର୍ଣ୍ଣପାତ କରି ନଥିଲେ।

author-image
Hemant Lenka
ଅଦ୍ୟତନ ହୋଇଛି
 Dharmendra Pradhan

Dharmendra Pradhan

ନିଟ୍‌ ପରୀକ୍ଷାରେ ବ୍ୟାପକ ଅନିୟମିତତା ଅଭିଯୋଗ ପୂରା ଦେଶରେ ଝଡ଼ ସୃଷ୍ଟି କରିଛି। ବିରୋଧୀ ଏହାକୁ ପ୍ରସଙ୍ଗ କରି କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଛନ୍ତି। ଏହାରି ଭିତରେ ଆଜି ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ଲୋକସଭାରେ ସାଂସଦ ଭାବେ ଶପଥ ଗ୍ରହଣ କରିଛନ୍ତି।

Advertisment

ସେ ଶପଥ ପାଇଁ ପୋଡିୟମ ପାଖକୁ ଯାଉଥିବା ବେଳେ ବିରୋଧୀ ନିଟ ଓ ଲଜ୍ଜା ନାରା ଦେଇଥିଲେ। ବିରୋଧୀ ବେଞ୍ଚରୁ ଏପରି ନାରା ଦିଆଯାଉଥିବା ବେଳେ ଧର୍ମେନ୍ଦ୍ର ଏହାକୁ କର୍ଣ୍ଣପାତ କରି ନଥିଲେ।

ତେବେ ସେ ପୋଡିୟମରେ ପହଞ୍ଚିବା ଯାଏ ନିଟ ନିଟ ଓ ଲଜ୍ଜା ଲଜ୍ଜା ନାରା ଶୁଣିବାକୁ ମିଳିଥିଲା। ଏହି ନାରା ଭିତରେ ଧର୍ମେନ୍ଦ୍ର ପ୍ରଧାନ ପୋଡିୟମ ପାଖକୁ ଯାଇଥିଲେ ଓ ପ୍ରୋଟେମ ସ୍ପିକର ଭର୍ତ୍ତୃହରି ମହତାବ ତାଙ୍କୁ ଶପଥ ପାଠ କରାଇଥିଲେ। ଶ୍ରୀ ପ୍ରଧାନ ଓଡ଼ିଶାର ସମ୍ବଲପୁରରୁ ଜିତି ଲୋକସଭାକୁ ଯାଇଛନ୍ତି। ତେଣୁ ସେ ଆଜି ଓଡ଼ିଆରେ ଶପଥ ପାଠ କରିଛନ୍ତି।

Advertisment

ନିଟ ୟୁଜି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ ହୋଇଥିବା ଅଭିଯୋଗର ତଦନ୍ତ ଚାଲିଥିବା ବେଳେ ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରାଯାଉଛି। କେନ୍ଦ୍ର ସରକାର ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି।

ତେବେ ବିରୋଧୀ ପ୍ରଶ୍ନପତ୍ର ଲିକକୁ ପ୍ରମୁଖ ପ୍ରସଙ୍ଗ କରିଛନ୍ତି। ବର୍ତ୍ତମାନ ଦେଶରେ ଶିକ୍ଷା ଏମର୍ଜେନ୍ସି ସୃଷ୍ଟି ହୋଇଛି ଓ ଶ୍ରୀ ପ୍ରଧାନ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି।

ଧର୍ମେନ୍ଦ୍ର ପ୍ରଧାନ ଆଜି ଶପଥ ନେଉଥିବା ବେଳେ କଂଗ୍ରେସର ଛାତ୍ର ସଂଗଠନ ଏନଏସ୍‌ୟୁଆଇ ଯନ୍ତରମନ୍ତରରେ ଆନ୍ଦୋଳନ ଜାରି ରଖିଛି। ବିକ୍ଷୋଭକାରୀ ସଂସଦ ଆଡ଼କୁ ଯିବାକୁ ଚାହୁଁଥିଲେ ହେଁ ପୁଲିସ୍‌ ଏଥିପାଇଁ ଅନୁମତି ଦେଇନାହିଁ।

Dharmendra Pradhan NEET NEET Result