Advertisment

ସଂସଦରେ ଦାବି କଲେ ପ୍ରଧାନମନ୍ତ୍ରୀ ମୋଦି: ଏସ୍‌ସି/ଏସଟି ସଂରକ୍ଷଣ ବ୍ୟବସ୍ଥା ବିରୋଧରେ ଥିଲେ ନେହରୁ

ରାଜ୍ୟଗୁଡ଼ିକୁ ନେହରୁ ଗୋଟିଏ ଚିଠି ଲେଖି ସରକାରୀ ଚାକିରିରେ ଥିବା ସଂରକ୍ଷଣ ବ୍ୟବସ୍ଥାକୁ ସମାଲୋଚନା କରିଥିଲେ ବୋଲି ମୋଦି କହିଛନ୍ତି।

author-image
Hemant Lenka
PM Modi

PM Modi

ସଂରକ୍ଷଣ ବ୍ୟବସ୍ଥାକୁ ନେଇ ବିରୋଧୀ କଂଗ୍ରେସ ବାରମ୍ବାର କ୍ଷମତାସୀନ ବିଜେପିକୁ ଟାର୍ଗେଟ କରି ଚାଲିଛି। କିନ୍ତୁ ଆଜି ରାଜ୍ୟସଭାରେ ଏହାକୁ କାଉଣ୍ଟର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Advertisment

ସେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ କୁଆଡ଼େ ଏସ୍‌ସି/ଏସଟି ସଂରକ୍ଷଣ ବିରୋଧରେ ଥିଲେ ବୋଲି ମୋଦି ଦାବି କରିଛନ୍ତି। ରାଜ୍ୟଗୁଡ଼ିକୁ ନେହରୁ ଗୋଟିଏ ଚିଠି ଲେଖି ସରକାରୀ ଚାକିରିରେ ଥିବା ସଂରକ୍ଷଣ ବ୍ୟବସ୍ଥାକୁ ସମାଲୋଚନା କରିଥିଲେ ବୋଲି ମୋଦି କହିଛନ୍ତି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବରେ ମତ ରଖି ଆଜି ରାଜ୍ୟସଭାରେ କଂଗ୍ରେସ ଉପରେ ମନଇଚ୍ଛା ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

Advertisment

ସେ ଦାବି କରିଛନ୍ତି ଯେ ନେହରୁ ବିଧିବଦ୍ଧ ଭାବେ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖିଥିଲେ ଓ ସଂରକ୍ଷଣ ବ୍ୟବସ୍ଥାକୁ ବିରୋଧ କରିଥିଲେ। ବିଶେଷ କରି ସରକାରୀ ଚାକିରିରେ ସଂରକ୍ଷଣ ବ୍ୟବସ୍ଥାକୁ ସେ ପସନ୍ଦ କରୁ ନଥିଲେ। 

ମୋଦି କହିଛନ୍ତି, “ନେହରୁ ତାଙ୍କ ଚିଠିରେ କହିଥିଲେ ଯେ ମୁଁ ସଂରକ୍ଷଣର କୌଣସି ପ୍ରକାରର ବ୍ୟବସ୍ଥାକୁ ପସନ୍ଦ କରେନାହିଁ। ବିଶେଷ କରି ଚାକିରି କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା ଠିକ ନୁହେଁ।

ଅପାରଗତା ଓ ଆମକୁ କାମଚଳ ନୀତିକୁ ଆଡ଼କୁ ପ୍ରୋତ୍ସାହିତ କରୁଥିବା ଏପରି ପଦକ୍ଷେପଗୁଡ଼ିକୁ ମୁଁ ବିରୋଧ କରେ ବୋଲି ନେହରୁ ଚିଠିରେ କହିଥିଲେ।” ମୋଦି ଏହା କହିବା ବେଳେ ଏନଡିଏର ସଦସ୍ୟମାନେ ଲଜ୍ଜା ଲଜ୍ଜା ବୋଲି କହି ଟେବୁଲ ପିଟିଥିଲେ।

ମୋଦି ଆହୁରି କହିଛନ୍ତି, “ଏହି ଚିଠି ନେହରୁ ରାଜ୍ୟଗୁଡ଼ିକୁ ଲେଖିଥିଲେ। ଏହା ଦର୍ଶାଉଛି ଯେ କଂଗ୍ରେସ ସବୁବେଳେ ସଂରକ୍ଷଣ ବ୍ୟବସ୍ଥା ବିରୋଧରେ ରହି ଆସିଛି। ନେହରୁଜୀ ସବୁବେଳେ କହୁଥିଲେ ଯେ ଯଦି ଏସ୍‌ସି/ଏସ୍‌ଟି ଚାକିରିରେ ସଂରକ୍ଷଣ ବ୍ୟବସ୍ଥା ପାଇବେ, ତା’ହେଲେ ସରକାରୀ କାମର ସ୍ତର ହ୍ରାସ ପାଇବ। ସରକାରୀ କାମ ଠିକ ଭାବେ ହୋଇପାରିବ ନାହିଁ। 

ଏବେ କଂଗ୍ରେସ ଓବିସି ପ୍ରତିନିଧିଙ୍କ ସଂଖ୍ୟା କଥା କହୁଛି। କିନ୍ତୁ ଏହା ପଛର ପ୍ରକୃତ କାରଣ ହେଲା ଯେ ସେମାନେ ନିଜ ପ୍ରତିଷ୍ଠାତା ପ୍ରତିଷ୍ଠା କରିଥିବା କଥା ପାଳନ କରୁଛନ୍ତି। ଯଦି ସେତେବେଳେ କଂଗ୍ରେସ ପଛୁଆ ବର୍ଗର ଲୋକଙ୍କୁ ସମର୍ଥନ କରି ସଶକ୍ତୀକରଣ କରିଥାଆନ୍ତା, ତା’ହେଲେ ଆଜି ସ୍ଥିତି କିଛି ଭିନ୍ନ ହୋଇଥାଆନ୍ତା।”

ନିକଟରେ ରାହୁଲ ଗାନ୍ଧି ସିଧାସଳଖ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ଟାର୍ଗେଟ କରିଥିଲେ। ସେ ଦାବି କରିଥିଲେ ଯେ ବଡ଼ ବଡ଼ କମ୍ପାନୀ, ହସ୍ପିଟାଲ, ସ୍କୁଲ, କଲେଜ ଓ କୋର୍ଟରେ ଏସ୍‌ସି/ଏସ୍‌ଟି ସଂପ୍ରଦାୟର ଲୋକଙ୍କ ଭାଗିଦାରୀ ବହୁତ କମ ରହିଛି। ଯଦି ଇଣ୍ଡିଆ ମେଣ୍ଟ କ୍ଷମତାକୁ ଆସିବ, ତା’ହେଲେ ୫୦% ସଂରକ୍ଷଣ ବ୍ୟବସ୍ଥାକୁ ହଟାଇ ଦେବ ବୋଲି ରାହୁଲ କହିଥିଲେ। ଏହାକୁ କାଉଣ୍ଟର କରି ମୋଦି ଆଜି ନେହରୁଙ୍କୁ ଟାର୍ଗେଟ କରିଛନ୍ତି।

PM Modi Rajya Sabha Pandit Jawaharlal Nehru