Advertisment

ହାଇକୋର୍ଟ ଗଲେ ଏଲିନା; ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପରି ଉତ୍ତର ରଖିଲେ

ଗଣମାଧ୍ୟ ପ୍ରତିନିଧିମାନେ ବାରମ୍ୱାର ପଚାରିବାରୁ ଏଲିନା ଦାସ କହିଥିଲେ, ଲ ୱିଲ୍‌ ଟେକ୍‌ ଇଟ୍ସ ଓନ୍‌ କୋର୍ସ। ଏବେ ମୋ’ ଆଡ୍‌ଭୋକେଟ୍‌ଙ୍କ ସହିତ କଥା ହୁଅନ୍ତୁ। ମୁଁ ନିଶ୍ଚୟ ଆପଣମାନଙ୍କ ସହିତ କଥା ହେବି।

ଅଦ୍ୟତନ ହୋଇଛି
Elena

Elena

Advertisment

ପୂର୍ବତନ ମୁଖ୍ୟମନ୍ତ୍ରୀ କଥା କଥାରେ କୁହନ୍ତି ‘ଲ ୱିଲ୍‌ ଟେକ୍‌ ଇଟ୍ସ ଓନ୍‌ କୋର୍ସ’। ଆଜି ଠିକ୍‌ ସେମିତି ଢଙ୍ଗରେ ସାମ୍ୱାଦିକଙ୍କୁ ଉତ୍ତର ଦେଇଛନ୍ତି ଚର୍ଚ୍ଚାରେ ଥିବା ବିଜେଡି ନେତ୍ରୀ ଏଲିନା ଦାସ। ଗତ କିଛି ଦିନ ହେଲା ତାଙ୍କ ନାଁରେ ହେଉଥିବା ଚର୍ଚ୍ଚା ଉପରେ ରୋକ୍‌ ଲଗାଇବା ପାଇଁ ସେ ହାଇକୋର୍ଟ ଯାଇଥିବା ବେଳେ 'ବଲ୍ଲେ ବଲ୍ଲେ’ ଢାବାକୁ ନେଇ କୌଣସି ଉତ୍ତର ରଖିଲେ ନାହିଁ।

Advertisment

ଗଣମାଧ୍ୟମ ପ୍ରତିନିଧିମାନେ ବାରମ୍ୱାର ପଚାରିବାରୁ ଏଲିନା ଦାସ କହିଥିଲେ, ଲ ୱିଲ୍‌ ଟେକ୍‌ ଇଟ୍ସ ଓନ୍‌ କୋର୍ସ। ଏବେ ମୋ’ ଆଡ୍‌ଭୋକେଟ୍‌ଙ୍କ ସହିତ କଥା ହୁଅନ୍ତୁ। ମୁଁ ନିଶ୍ଚୟ ଆପଣମାନଙ୍କ ସହିତ କଥା ହେବି। ପ୍ରେସ୍‌ କନ୍‌ଫରେନ୍ସ ଡାକିବି। ଠିକ୍‌ ଟାଇମ୍‌ରେ ନିଶ୍ଚୟ ଜବାବ ଦେବି। ଏଥିପାଇଁ ଓରିଡ୍‌ ହୁଅନ୍ତୁ ନାହିଁ। ଆପଣମାନେ ମୋତେ ଗୋଟେ ବଢ଼ିଆ ନାଁ ଦେଇଛନ୍ତି। ଆପଣମାନଙ୍କ ସହିତ ନିଶ୍ଚିତ ଭାବେ କଥା ହେବି। ରାଇଟ୍‌ ଟାଇମ୍‌ରେ ରାଇଟ୍‌ ରିପ୍ଲାଏ ଦେବି ବୋଲି ଏଲିନା କହିଛନ୍ତି।

ସେପଟେ ଏଲିନାଙ୍କ ଓକିଲ ବ୍ୟୋମକେଶ ତ୍ରିପାଠୀ କହିଛନ୍ତି, ବଲ୍ଲେ ବଲ୍ଲେ ଢାବା ସହିତ ଏଲିନା ଦାସ ବା ତାଙ୍କ ସ୍ୱାମୀଙ୍କର କୌଣସି ସମ୍ପୃକ୍ତି ନାହିଁ। ସେମାନଙ୍କ ନାଁରେ ମଧ୍ୟ ସେହି ‍ଢାବା ନାହିଁ। ସେ ସେଠାକୁ ଯାଇନାହାନ୍ତି। ସେମାନଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ। ଜଣେ ବିଜେଡି ନେତ୍ରୀ ବୋଲି ତାଙ୍କର ଚରିତ୍ର ସଂହାର କରାଯାଇଛି। ସେଇଟାକୁ କେମିତି ବନ୍ଦ କରାଯିବ, ସେହି ଘଟଣାର କେମିତି ବିଧିବଦ୍ଧ ଭାବେ ତଦନ୍ତ କରାଯିବ, ତାହା ଉପରେ ହାଇକୋର୍ଟଙ୍କ ପାଖରେ ଦ୍ୱାରସ୍ଥ ହୋଇଛୁ। ଏଥିରେ ଡିଜି, ଗୃହ ସଚିବ, ବିଡିଓ, ଧର୍ମଶାଳା ଥାନା ଆଇଆଇସିଙ୍କୁ ପକ୍ଷଭୁକ୍ତ କରାଯାଇଛି ବୋଲି ବ୍ୟୋମୋକେଶ କହିଛନ୍ତି।

Advertisment

ସୂଚନାରୁ ପ୍ରକାଶ, ଯାଜପୁର ଧର୍ମଶାଳା ଭବନ ପରିସରରେ ରହିଛି 'ବଲ୍ଲେ ବଲ୍ଲେ’ ଢାବା। ସେହି ଢାବାକୁ ବିଜେଡି ନେତ୍ରୀ ଏଲିନା ଦାସଙ୍କ ସ୍ୱାମୀ ଚଳାଉଥିବା ଚର୍ଚ୍ଚା ହେଉଥିଲା। ବିନା କାଗଜପତ୍ରରେ ସେ ଚଳାଉଥିବା ନେଇ ଆଲୋଚନା ହେଉଥିଲା। ନବ ନିର୍ବାଚିତ ବିଧାୟକଙ୍କ ଖୋଳତାଡ଼ ପରେ ବ୍ଲକ ପ୍ରଶାସନ ସେହି ଢ଼ାବାରେ ଲଟକା ଲଗାଇଲେ। ଏହାକୁ ନେଇ ଗତ ସପ୍ତାହେ ହେଲା ଚର୍ଚ୍ଚା ଓ ଆଲୋଚନା ହେଉଥିଲା। ପ୍ରତିଦିନ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ହେଉଥିଲା। ହେଲେ ମୁହଁ ଖୋଲୁନଥିଲେ ଏଲିନା କିମ୍ୱା ତାଙ୍କ ସ୍ୱାମୀ। ଢାବା ଖାଲି କରିବା ପରେ ବୋଧହୁଏ ଲୋକ ଦେଖାଣିଆ ଭାବେ ଏଲିନା ହାଇକୋର୍ଟ ଯାଇଥିବା ଚର୍ଚ୍ଚା ହେଉଛି।

BjD Jajpur River
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe