Advertisment

ଆସ୍ଥା ଭୋଟରେ ହାରିଗଲେ ପ୍ରଚଣ୍ଡ, ପ୍ରଧାନମନ୍ତ୍ରୀ ହେବେ କେପି ଶର୍ମା ଓଲି

୨୭୫ ଆସନ ବିଶିଷ୍ଟ ନେପାଳ ସଂସଦର ମାତ୍ର ୬୩ ଜଣ ସଦସ୍ୟ ପ୍ରଚଣ୍ଡଙ୍କ ସମର୍ଥନ କରିଥିଲେ। ତାଙ୍କ ବିରୋଧରେ ୧୯୩ ଖଣ୍ଡ ଭୋଟ ପଡ଼ିଛି। ଜଣେ ସଦସ୍ୟ ଭୋଟଦାନରୁ ଦୂରେଇ ରହିଥିଲେ।

author-image
Hemant Lenka
Nepal

Nepal

ଭାରତର ପଡ଼ୋଶୀ ଦେଶ ନେପାଳରେ ଜାରି ରହିଛି ରାଜନୀତିକ ହଲଚଲ। ଆସ୍ଥା ଭୋଟରେ ହାରି ଯାଇଛନ୍ତି ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ଦହଲ ଓରଫ ପ୍ରଚଣ୍ଡ।

Advertisment

ଆଜି ନେପାଳ ସଂସଦରେ ହୋଇଥିବା ଆସ୍ଥା ଭୋଟରେ ସେ ପରାସ୍ତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ୬୯ ବର୍ଷୀୟ ପ୍ରଚଣ୍ଡ ନେପାଳର କମ୍ୟୁନିଷ୍ଟ ପାର୍ଟିର ନେତା।

ସେ Communist Party of Nepal-Unified Marxist Leninist (CPN-UML)ର ସମର୍ଥନରେ ସରକାର ଗଠନ କରିଥିଲେ। ହେଲେ କିଛି ଦିନ ତଳେ CPN-UML ପ୍ରଚଣ୍ଡଙ୍କ ଠାରୁ ସମର୍ଥନ ପ୍ରତ୍ୟାହାର କରି ନେଇଥିଲା।

Advertisment

ଫଳରେ ୨ ବର୍ଷ ମଧ୍ୟରେ ୫ମ ଥର ପାଇଁ ପ୍ରଚଣ୍ଡଙ୍କୁ ସଂସଦରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ପଡ଼ିଥିଲା। ପୂର୍ବରୁ ୪ଥର ଆସ୍ଥା ରଖିବାକୁ ସକ୍ଷମ ହୋଇଥିବା ପ୍ରଚଣ୍ଡ ଏଥର ଫେଲ ମାରିଛନ୍ତି। ୨୭୫ ଆସନ ବିଶିଷ୍ଟ ନେପାଳ ସଂସଦର ମାତ୍ର ୬୩ ଜଣ ସଦସ୍ୟ ପ୍ରଚଣ୍ଡଙ୍କ ସମର୍ଥନ କରିଥିଲେ। ତାଙ୍କ ବିରୋଧରେ ୧୯୩ ଖଣ୍ଡ ଭୋଟ ପଡ଼ିଛି। ଜଣେ ସଦସ୍ୟ ଭୋଟଦାନରୁ ଦୂରେଇ ରହିଥିଲେ।

ନେପାଳ ସଂସଦରେ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ହେଉଛି ୧୩୮। ପ୍ରଚଣ୍ଡ ଆସ୍ଥାରେ ହାରି ପ୍ରଧାନମନ୍ତ୍ରୀ ପଦ ହରାଇଛନ୍ତି। ଏବେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା CPN-UMLର ନେତା କେପି ଶର୍ମା ଓଲି ଏହି ପଦ ସମ୍ଭାଳିବେ। ତାଙ୍କୁ ନେପାଳି କଂଗ୍ରେସ ସମର୍ଥନ କରିବ। ନେପାଳି କଂଗ୍ରେସର ସଭାପତି ଶେର ବାହାଦୂରା ଦେଉବା ପୂର୍ବରୁ ହିଁ ଓଲିଙ୍କୁ ପ୍ରଧାନମନ୍ତ୍ରୀ ପଦରେ ଦେଖିବା ପାଇଁ ଘୋଷଣା କରି ସାରିଛନ୍ତି।

ସଂସଦରେ ନେପାଳି କଂଗ୍ରେସର ସର୍ବାଧିକ ୮୯ ଜଣ ସଦସ୍ୟ ରହିଥିବା ବେଳେ CPN-UML ପାଖରେ ୭୮ ଜଣ ସାଂସଦ ରହିଛନ୍ତି। ଏହାର ଅର୍ଥ ଉଭୟ ଦଳ ପାଖରେ ମିଳିତ ଭାବେ ୧୬୭ ଜଣ ସାଂସଦ ଅଛନ୍ତି। ଏହା ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୧୩୮ ଠାରୁ ଯଥେଷ୍ଟ ଅଧିକ।

୨୦୨୨ ଡିସେମ୍ବର ୨୫ରେ ପ୍ରଚଣ୍ଡ ନେପାଳର ପ୍ରଧାନମନ୍ତ୍ରୀ ହୋଇଥିଲେ। ହେଲେ ଇତି ମଧ୍ୟରେ ତାଙ୍କୁ ୫ଥର ଆସ୍ଥା ଭୋଟର ସମ୍ମୁଖୀନ ହେବାକୁ ପଡ଼ିଥିଲା। କାରଣ ଗୋଟିଏ ପରେ ଗୋଟିଏ ଦଳ ତାଙ୍କ ସରକାର ଠାରୁ ସମର୍ଥନ ପ୍ରତ୍ୟାହାର କରି ନେଇଥିଲେ।

ହେଲେ କେପି ଶର୍ମାଙ୍କ ଦଳ ତାଙ୍କ ସହ ଥିବାରୁ ପ୍ରଚଣ୍ଡ ୪ ଥର ଆସ୍ଥା ଜିତିଥିଲେ। ହେଲେ ଏଥର କେପି ଶର୍ମାଙ୍କ ସମର୍ଥନ ନ ମିଳିବାରୁ ପ୍ରଚଣ୍ଡ ପ୍ରଧାନମନ୍ତ୍ରୀ ପଦରୁ ବିଦା ହୋଇଛନ୍ତି।

Nepal Nepal Politics