Advertisment

ବିଜେପି ଦେଲାନି ଟିକେଟ, ଗଧ ଉପରେ ବସି ନାମାଙ୍କନ ଦାଖଲ କଲେ ପ୍ରାର୍ଥୀ

ଜଣେ ସ୍ୱାଧୀନ ପ୍ରାର୍ଥୀ ଗଧ ଉପରେ ବସି ନାମାଙ୍କନ ପତ୍ର ଦାଲ କରିବାକୁ ପହଞ୍ଚିଛନ୍ତି। ସେ ନିଜ ଘର ଠାରୁ ଗଧ ଉପରେ ବସି ତହସିଲ ଅଫିସ ଯାଇଥିବା ବେଳେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

author-image
Hemant Lenka
Donkey

Donkey

ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ମଧ୍ୟପ୍ରଦେଶରୁ ଆସିଛି ଗୋଟିଏ ଅଜବ ଦୃଶ୍ୟ। ନିର୍ବାଚନରେ ପ୍ରାର୍ଥୀ ହେଉଥିବା ରାଜନେତାମାନେ ବଡ଼ବଡ଼ ଗାଡ଼ି କିମ୍ବା ଘୋଡ଼ା କିମ୍ବା ଅନ୍ୟାନ୍ୟ ଯାନବାହନରେ ବସି ନାମାଙ୍କନ ଦାଖଲ କରିବାକୁ ଆସନ୍ତି। ହେଲେ ବୁରହନପୁର ନିର୍ବାଚନ ମଣ୍ଡଳୀରୁ ଭିନ୍ନ ଏକ ଦୃଶ୍ୟ ସାମ୍ନାକୁ ଆସିଛି।

Advertisment

ଏହି ନିର୍ବାଚନ ମଣ୍ଡଳୀର ଜଣେ ସ୍ୱାଧୀନ ପ୍ରାର୍ଥୀ ଗଧ ଉପରେ ବସି ନାମାଙ୍କନ ପତ୍ର ଦାଲ କରିବାକୁ ପହଞ୍ଚିଛନ୍ତି। ସେ ନିଜ ଘର ଠାରୁ ଗଧ ଉପରେ ବସି ତହସିଲ ଅଫିସ ଯାଇଥିବା ବେଳେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହି ନେତା ଜଣଙ୍କ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ଠାରୁ ଟିକେଟ ଆଶାରେ ଥିଲେ। କିନ୍ତୁ ବିଜେପି ତାଙ୍କୁ ଟିକେଟ ନ ଦେବାରୁ, ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି।

ଗଧ ଉପରେ ବସି ନାମାଙ୍କନ ଦାଖଲ କରିଥିବା ନେତା ଜଣଙ୍କ ହେଲେ ପ୍ରିୟଙ୍କ ସିଂହ ଠାକୁର। ଏପରି ଅଜବ ଘଟଣା ସମ୍ପର୍କରେ ସେ କହିଛନ୍ତି, “ସେମାନେ(ରାଜନେତା) ଲୋକମାନଙ୍କୁ ଗଧ ଭାବେ ବିବେଚନା କରି ବୋକା ବନାଉଛନ୍ତି। ତେଣୁ ମୁଁ ନାମାଙ୍କନ ପତ୍ର ଦାଖଲ କରିବାକୁ ଗଧ ଉପରେ ବସି ଆସିଛି। ବୁରହନପୁରରେ ରହୁଥିବା ୨/୩ଟି ପରିବାର ଲୋକମାନଙ୍କୁ ବିକାଶ ନାଁରେ ବୋକା ବନାଉଛନ୍ତି। ବାସ୍ତବରେ ବିକାଶ କେବଳ ସେମାନେ ନିଜ ଘରର ହେଉଛି।”

Advertisment

ବିଜେପି ଠାରୁ ଟିକେଟ ପାଇଁ ଆଶା ରଖି ନିରାଶ ହୋଇଥିବା ପ୍ରିୟଙ୍କ ଗଧ ଉପରେ ବସି ଯାଉଥିବା ବେଳେ ତାଙ୍କର କିଛି ସମର୍ଥକ ମଧ୍ୟ ଉପସ୍ଥିତ ଥିଲେ। ସେମାନେ ଜୟ ସିୟାରାମ ନାରା ମଧ୍ୟ ଦେଇଥିଲେ। ପ୍ରିୟଙ୍କ ଆହୁରି କହିଛନ୍ତି, “ମୁଁ ମଧ୍ୟ ମୋର ନିର୍ବାଚନୀ ଚିହ୍ନ ଗଧ ରଖିବାକୁ ଦାବି କରିଥିଲା। କିନ୍ତୁ ଏପରି ଚିହ୍ନ ନାହିଁ।

ବିଜେପି ମୋତେ ଟିକେଟ ନ ଦେଇ ଭୁଲ କରିଛି। ନିର୍ବାଚନ ଜିତିବା ପରେ ମୁଁ ମୋର ସମର୍ଥନ ବିଜେପିକୁ ଦେବି। ମୋର ନିର୍ବାଚନ ଲଢ଼ିବା ଶୈଳୀ ଭିନ୍ନ ହୋଇପାରେ, କିନ୍ତୁ ମୋର ବାର୍ତ୍ତା ପୂରା ସ୍ପଷ୍ଟ ରହିଛି। ଭୋଟରମାନଙ୍କୁ ଏଠାରେ ରହୁଥିବା ୨/୩ଟି ପରିବାର ଆଉ ବୋକା ବନାଇ ପାରିବେ ନାହିଁ। ବିକାଶ, ଗରିବୀ ଓ ବିଜେପି ଏବଂ କଂଗ୍ରେସର ବରିଷ୍ଠ ନେତାମାନେ କରିଥିବା ଦୁର୍ନୀତିର ପର୍ଦ୍ଦାଫାସ କରି ମୁଁ ନିର୍ବାଚନ ଲଢ଼ିବି।”

Bjp Madhya Pradesh