Advertisment

ରାହୁଲ ଗାନ୍ଧିଙ୍କୁ ନୂଆ ଯୁଗର ରାବଣ କହି ଫଟୋ ପୋଷ୍ଟ କଲା ବିଜେପି

ଫିଲ୍ମ ପୋଷ୍ଟର ଭଳି ଦିଶୁଥିବା ରାହୁଲଙ୍କ ଏଡିଟେଡ ଫଟୋ ପୋଷ୍ଟ କରି ବିଜେପି ଏହା ଉପରେ ଲେଖିଛି ଯେ ଯେ “ରାବଣ: ଏ କଂଗ୍ରେସ ପାର୍ଟି ପ୍ରଡକ୍ସନ। ଏହାର ନିର୍ଦ୍ଦେଶକ ଜର୍ଜ ସୋରୋସ।”

Rahul Gandhi

Rahul Gandhi

Advertisment

କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ନୂଆ ଯୁଗର ରାବଣ କହି ତାଙ୍କର ଗୋଟିଏ ବିକୃତ ଫଟୋ ପୋଷ୍ଟ କରିଛି ବିଜେପି। ଦଳ ନିଜର ଅଫିସିଆଲ ଏକ୍ସ ଆକାଉଣ୍ଟରେ ରାହୁଲଙ୍କ ଏକାଧିକ ମୁଣ୍ଡ ଥିବା ଫଟୋ ପୋଷ୍ଟ କରିବା ପରେ ବିବାଦ ସୃଷ୍ଟି ହୋଇଛି।

Advertisment

ଫିଲ୍ମ ପୋଷ୍ଟର ଭଳି ଦିଶୁଥିବା ରାହୁଲଙ୍କ ଏଡିଟେଡ ଫଟୋ ପୋଷ୍ଟ କରି ବିଜେପି ଏହା ଉପରେ ଲେଖିଛି ଯେ ଯେ “ରାବଣ: ଏ କଂଗ୍ରେସ ପାର୍ଟି ପ୍ରଡକ୍ସନ। ଏହାର ନିର୍ଦ୍ଦେଶକ ଜର୍ଜ ସୋରୋସ।”

ସୋରୋସ ହେଉଛନ୍ତି ହଙ୍ଗେରୀ-ଆମେରିକାନ ବ୍ୟବସାୟୀ। ସେ ବିଶ୍ୱର ବିଭିନ୍ନ ସଂସ୍ଥାକୁ ଚାନ୍ଦା ଦିଅନ୍ତି ଓ ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରନ୍ତି ବୋଲି ବିଜେପି ସର୍ବାଦା ଅଭିଯୋଗ କରି ଆସୁଛି।

Advertisment

ତେଣୁ ରାହୁଲଙ୍କ ସହ ବିଜେପି ସୋରୋସଙ୍କୁ ମଧ୍ୟ ଟାର୍ଗେଟ କରିଛି। ବିଜେପି ଆହୁରି କହିଛି, “ଏଠାରେ ଅଛନ୍ତି ନୂଆ ଯୁଗର ରାବଣ। ସେ ରାକ୍ଷାସ। ଧର୍ମ ବିରୋଧୀ। ରାମ ବିରୋଧୀ। ଭାରତକୁ ଧ୍ୱଂସ କରିବା ତାଙ୍କର ଲକ୍ଷ୍ୟ।”

ଉକ୍ତ ଫଟୋରେ ରାବଣ ଭଳି ରାହୁଲଙ୍କର ଏକାଧିକ ମୁଣ୍ଡ ରହିଛି। ସେହିପରି ସେ ଦେହରେ ଲୁହାର କବଚ ମଧ୍ୟ ପିନ୍ଧିଛନ୍ତି। ବିଜେପି ଏପରି ଫଟୋ ପୋଷ୍ଟ କରିବା ପରେ ଏହାକୁ କଂଗ୍ରେସ ତୀବ୍ର ସମାଲୋଚନା କରିଛି।

କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, “ରାହୁଲ ଗାନ୍ଧିଙ୍କୁ ରାବଣ ସଜାଇ ବିକୃତ ଫଟୋ ପୋଷ୍ଟ କରିବା ପଛର ପ୍ରକୃତ ଉଦ୍ଦେଶ୍ୟ କ’ଣ? ଯାହାଙ୍କ ବାପା ଓ ଜେଜେମା’ଙ୍କୁ ଭାରତକୁ ଭାଗଭାଗ କରିବାକୁ ଚାହୁଁଥିବା ଲୋକମାନେ ହତ୍ୟା କରିଥିଲେ, ସେଭଳି ଜଣେ କଂଗ୍ରେସ ସାଂସଦ ଓ ଦଳର ପୂର୍ବତନ ଅଧ୍ୟକ୍ଷଙ୍କ ବିରୋଧରେ ହିଂସାକୁ ଉସକାଇବା ପାଇଁ ଏପରି କରାଯାଇଛି। ଆମେ ଆଦୌ ଭୟଭୀତ ହେବୁ ନାହିଁ।”

Bjp Congress Rahul Gandhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe