ରାଜ୍ୟରେ ‘ନୂଆ ଶିକ୍ଷା ନୀତି’ ଓ ‘ଆୟୁଷ୍ମାନ ଭାରତ’ ଯୋଜନା କାର୍ଯ୍ୟକାରୀ କରାଯିବ: ମୁଖ୍ୟମନ୍ତ୍ରୀ

ସେହିପରି ରାଜ୍ୟରେ ସେପ୍ଟେମ୍ବର ୧୭ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମତିଥିରେ ତାଙ୍କ ଉପସ୍ଥିତିରେ ମହିଳାମାନଙ୍କ ପାଇଁ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ ହେବ।

CM Mohan Charan Majhi

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

Ordigital Desk
  • Published: Wednesday, 24 July 2024
  • Updated: 24 July 2024, 09:59 PM IST

Sports

Latest News

ଓଡ଼ିଆ ଭାଷାରେ ବିଭିନ୍ନ ପାଠ୍ୟକ୍ରମ ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ଜାତୀୟ ଶିକ୍ଷା ନୀତି-୨୦୨୦ ଢ଼ାଂଚାରେ ରାଜ୍ୟରେ ନୂଆ ଶିକ୍ଷା ନୀତି ପ୍ରଣୟନ କରାଯିବ । ରାଜ୍ୟବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ‘ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା’କୁ କାର୍ଯ୍ୟକାରୀ କରାଯିବ । ୩ହଜାର ନୂଆ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇ ଡାକ୍ତର ଅଭାବ ସମସ୍ୟାକୁ ଦୂର କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି
ଆଜି ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ  ଆଲୋଚନାରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ବର୍ତ୍ତମାନ ସମୟର ଆବଶ୍ୟକତାକୁ ଅନୁଭବ କରି ରାଜ୍ୟ ସରକାର ଓଡ଼ିଶାରେ ‘ଜାତୀୟ ଶିକ୍ଷା ନୀତି-୨୦୨୦’ ଢ଼ାଂଚାରେ ଏକ ରାଜ୍ୟସ୍ତରୀୟ ଶିକ୍ଷା ନୀତି ପ୍ରଣୟନ କରିବେ । ଉଚ୍ଚଶିକ୍ଷା ବିଶେଷକରି ଆଇନ, ଡାକ୍ତରୀ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମକୁ ଓଡ଼ିଆ ଭାଷାରେ ଉପଲବ୍ଧ କରାଇବା ଏହାର ମୂଳ ଲକ୍ଷ୍ୟ ହେବ । ଏହାସହିତ ସ୍କୁଲଗୁଡ଼ିକରେ କାଉନସେଲିଂ ସେଂଟର ସ୍ଥାପନ, ୨୦୩୦ ମସିହା ସୁଦ୍ଧା ସବୁ ଅଙ୍ଗନବାଡ଼ି କେନ୍ଦ୍ରକୁ ‘ସକ୍ଷମ ଅଙ୍ଗନବାଡ଼ି’ରେ ପରିଣତ କରିବା ଓ ଶିକ୍ଷକମାନଙ୍କ ପ୍ରଶିକ୍ଷଣରେ ଉନ୍ନତି ଆଣିବାକୁ ମଧ୍ୟ ପଦକ୍ଷେପ ନିଆଯିବ । ସରକାରୀ ସ୍କୁଲଗୁଡ଼ିକରେ ଆର୍ଟଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) ପ୍ଲାଟଫର୍ମ ସୃଷ୍ଟି କରାଯିବ । ୮୦୦ଟି ସରକାରୀ ସ୍କୁଲକୁ ପିଏମଶ୍ରୀ ବିଦ୍ୟାଳୟ ଭାବେ ବକଶିତ କରାଯିବ ।

Also Read

ସରକାରୀ କ୍ଷେତ୍ରରେ ଖାଲି ପଡ଼ିଥିବା ଦେଢ଼ ଲକ୍ଷ ସରକାରୀ ପଦବୀକୁ ପୂରଣ କରାଯିବ । ଆସନ୍ତା ୨ବର୍ଷ ମଧ୍ୟରେ ୬୫ହଜାର ସରକାରୀ ପଦବୀ ପୂରଣ ହେବ । ସେହିପରି ସ୍ୱାସ୍ଥ୍ୟ ଉପକେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକୁ ‘ଆରୋଗ୍ୟ ମନ୍ଦିର’ରେ ପରିଣତ କରାଯିବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାକୁ ଗ୍ରାମାଂଚଳ ପାଇଁ ୧୦ଲକ୍ଷ ଓ ସହରାଂଚଳ ପାଇଁ ୫ଲକ୍ଷ ଆବାସ(ଘର)ର ବ୍ୟବସ୍ଥା କରାଯାଇଛି । ଏଥିରେ ଓଡ଼ିଶାକୁ ୧୯୫୦୦କୋଟି ଟଙ୍କା ମିଳିବ । ପୂର୍ବୋଦୟ ବିକାଶ ଯୋଜନାରେ ଓଡ଼ିଶାକୁ ଗତକାଲିର କେନ୍ଦ୍ର ବଜେଟରେ ଗୁରୁତ୍ୱ ଦିଆଯାଇଛି ବୋଲି ଶ୍ରୀ ମାଝୀ କହିଛନ୍ତି ।

ସେହିପରି ରାଜ୍ୟରେ ସେପ୍ଟେମ୍ବର ୧୭ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମତିଥିରେ ତାଙ୍କ ଉପସ୍ଥିତିରେ ମହିଳାମାନଙ୍କ ପାଇଁ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ ହେବ । ଏହି ଯୋଜନାରେ ୫୦ହଜାର ଟଙ୍କା ଲେଖାଏଁ ମହିଳାମାନଙ୍କୁ ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି । ଏହାସହିତ ଏସଏଚଜି ଗୋଷ୍ଠୀ ଜରିଆରେ ରାଜ୍ୟରେ ଆଗାମୀ ୩ବର୍ଷ ମଧ୍ୟରେ ୨୫ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।

ରାଜ୍ୟରେ ଅନ୍ନଦାତା କୃଷକ ଭାଇଭଉଣୀମାନଙ୍କ ବିକାଶ ପାଇଁ ‘ସମୃଦ୍ଧ କୃଷକ ନୀତି’ ପ୍ରଚଳନ କରିବା ସହିତ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୩୧୦୦ଟଙ୍କା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛୁ ବୋଲି ଶ୍ରୀ ମାଝୀ କହିଛନ୍ତି । ଏହି ଟଙ୍କା ଧାନ ସଂଗ୍ରହର ୪୮ଘଣ୍ଟା ମଧ୍ୟରେ ସରକାର ପ୍ରଦାନ କରିବେ । ପୂର୍ବ ସରକାର ୧୦୦ଟଙ୍କା ବୋନସ ଦେବା ପାଇଁ ପ୍ରତିଶ୍ରୁତି ଦେଇ ପୂରଣ କଲେନି । କିନ୍ତୁ ଆମେ ୮୦୦ଟଙ୍କା ଅଧିକ ଦେଇପାରୁଛୁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ।

ଶ୍ରୀ ମାଝୀ ନିଜ ସରକାରର ନିଷ୍ଠା ଓ ପ୍ରତିବଦ୍ଧତା କଥା ଉଲ୍ଲେଖ କରି କହିଛନ୍ତି ଯେ ସରକାର ଗଠନର ପ୍ରଥମ ଦିନରେ ରାଜ୍ୟବାସୀଙ୍କୁ ଦେଇଥିବା ୪ଟି ମୁଖ୍ୟ ପ୍ରତିଶ୍ରୁତିକୁ ପାଳନ କରିଛୁ । ଶପଥ ଗ୍ରହଣ ସନ୍ଧ୍ୟାରେ କ୍ୟାବିନେଟ୍ ବୈଠକ ଡାକି ପୁରୀ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା, ଶ୍ରୀମନ୍ଦିରର ରକ୍ଷଣାବେକ୍ଷଣ ପାଇଁ ୫୦୦କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ଟଙ୍କା ଓ ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ହଜାର ଟଙ୍କା ପ୍ରଦାନ ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story