ଆଉ 'ଆମ ଓଡ଼ିଶା ନବୀନ ଓଡ଼ିଶା' ନୁହେଁ ଏଣିକି 'ବିକଶିତ ଗାଁ ବିକଶିତ ଓଡ଼ିଶା' । ନୂଆ ସରକାରରେ ଯୋଜନାର ନୂଆ ରୂପ, ଢାଞ୍ଚା ବି ହେବ ନୂଆ । ଆମ ଓଡ଼ିଶା ନବୀନ ଓଡ଼ିଶାର ଭବିଷ୍ୟତ ନେଇ ନୂଆ ସରକାର ଆରମ୍ଭ ହେବା ପରଠୁ ଲାଗିଥିବା ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇ ଏଭଳି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ।