Advertisment

କାଲି ଓଡ଼ିଶାରେ ପହଞ୍ଚିବେ ନୂତନ ରାଜ୍ୟପାଳ, ୩ରେ ଶପଥ ସମାରୋହ

ଆସନ୍ତା ୩ରେ ଶପଥ ନେବେ ଓଡ଼ିଶାର ନୂଆ ରାଜ୍ୟପାଳ ହରି ବାବୁ କମ୍ଭାମପତି । ସେ ଆସନ୍ତା କାଲି ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ଥିବା ବେଳେ  ୩ ତାରିଖରେ ଶପଥ ଗ୍ରହଣ ସମାରୋହର କାର୍ଯ୍ୟକ୍ରମ ରହିଛି।

author-image
Niharika Rout
ଅଦ୍ୟତନ ହୋଇଛି
hari babu kambhampati

hari babu kambhampati

ଆସନ୍ତା ୩ରେ ଶପଥ ନେବେ ଓଡ଼ିଶାର ନୂଆ ରାଜ୍ୟପାଳ ହରିବାବୁ କମ୍ଭାମପତି । ସେ ଆସନ୍ତାକାଲି ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ଥିବା ବେଳେ  ୩ ତାରିଖରେ ଶପଥ ଗ୍ରହଣ ସମାରୋହର କାର୍ଯ୍ୟକ୍ରମ ରହିଛି। ରାଜଭବନରେ ନୂଆ ରାଜ୍ୟପାଳ ଶପଥ ନେବେ।

Advertisment

ମିଜୋରାମର ପୂର୍ବତନ ରାଜ୍ୟପାଳ ଡଃ କମ୍ଭାମପତିଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି। ଡ. କମ୍ଭାମପତି ୨୦୨୧ ଜୁଲାଇ ୧୯ତାରିଖରେ  ମିଜୋରାମର ରାଜ୍ୟପାଳ ଭାବେ ଶପଥ ନେଇଥିଲେ। 

ଛାତ୍ର ରାଜନୀତିରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ଡଃ କମ୍ଭାମପତି ୧୯୭୪-୭୫ ମସିହାରେ ଜୟପ୍ରକାଶ ନାରାୟଣ ଆନ୍ଦୋଳନବେଳେ ଗିରଫ ହୋଇ ୬ମାସ ଜେଲ୍ ଯାଇଥିଲେ। ସେ ୧୯୯୯ ମସିହାରେ ବିଶାଖାପାଟଣାର ବିଧାୟକ ଭାବେ ଆନ୍ଧ୍ରପ୍ରଦେଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରେ ୨୦୧୪ ମସିହାରେ ବିଶାଖାପାଟଣା ଲୋକସଭା ଆସନରୁ ସଂସଦକୁ ନିର୍ବାଚିିତ ହୋଇଥିଲେ।

Advertisment

୧୯୫୩ ମସିହା ଜୁନ୍ ୧୫ତାରିଖରେ ଆନ୍ଧ୍ରପ୍ରଦେଶର ପ୍ରକାଶମ୍ ଜିଲ୍ଲାର ଟିମାସମୁଦ୍ରମ ଗାଁରେ ଜନ୍ମିତ କମ୍ଭାମପତି ଆନ୍ଧ୍ରପ୍ରଦେଶ ବିଶ୍ୱବିଦ୍ୟାଳୟରୁ ଇଲେକ୍ଟ୍ରିକାଲ ଆଣ୍ଡ କଂଟ୍ରୋଲ ସିଷ୍ଟମରେ ମାଷ୍ଟର ଡିଗ୍ରୀ ଓ କଂଟ୍ରୋଲ ସିଷ୍ଟମରେ ଡକ୍ଟରେଟ ଡିଗ୍ରୀ ହାସଲ କରିଛନ୍ତି। ସେ ଆନ୍ଧ୍ରପ୍ରଦେଶ ୟୁନିଭରସିଟି ଇଞ୍ଜିନିୟରିଂ କଲେଜରେ ୨୪ବର୍ଷ ଧରି ଆସୋସିଏଟ୍ ପ୍ରଫେସର ଭାବେ କାର୍ଯ୍ୟ କରିଥିଲେ।

ଅନ୍ୟପକ୍ଷରେ, ଓଡ଼ିଶାର ରାଜ୍ୟପାଳ ଥିବା ଝାଡ଼ଖଣ୍ଡର ବିଜେପି ନେତା ରଘୁବର ଦାସଙ୍କୁ ହଟାଇ ଦିଆଯାଇଛି। ଝାଡ଼ଖଣ୍ଡରେ ବିଜେପିର ପରାଜୟ ପଛରେ ରଘୁବର ଦାସ ଓ ଅନ୍ୟ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ମୂଳ କାରଣ ବୋଲି ଚର୍ଚ୍ଚା ହେଉଛି। ତା’ଛଡ଼ା ଜଣେ ଓଡ଼ିଆ ଏଏସଓଙ୍କ ପ୍ରତି ରାଜ୍ୟପାଳଙ୍କ ପୁଅର ଅମାନବୀୟ ଆଚରଣକୁ ନେଇ ରାଜ୍ୟର ବିଜେପି ସରକାରକୁ ମଧ୍ୟ ବଦନାମ ମୁଣ୍ଡାଇବାକୁ ପଡ଼ିଥିଲା।

Odisha Governor Dr Hari Babu Kambhampati