ବିଧାୟକ ଶ୍ରୀକାନ୍ତ ସାହୁ ଓ ସଂଯୁକ୍ତା ମହଲା ବିବାଦରେ ନୂଆ ମୋଡ଼: ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗ, ପରସ୍ପର ମୁହାଁମୁହିଁ

ପୋଲସରା ବିଜେଡି ବିଧାୟକ ଶ୍ରୀକାନ୍ତ ସାହୁ ନିଜ ହ୍ୱାଟସଅପରେ ସଂଯୁକ୍ତା ମହଲା ଓ ବିକାଶ ବେହେରାଙ୍କ ମଧ୍ୟରେ ହୋଇଥିବା ଚାଟ୍ ସଂକ୍ରାନ୍ତ ଏକ ମେସେଜ୍ ପାଇବା ପରେ ସେମାନଙ୍କୁ ତୁରନ୍ତ ଗିରଫ କରିବା ନିମନ୍ତେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

BJD

ବାମରୁ ସଂଯୁକ୍ତା ମହଲା ଓ ବିଧାୟକ ଶ୍ରୀକାନ୍ତ ସାହୁ (ଫାଇଲ ଫଟୋ)

Ordigital Desk
  • Published: Wednesday, 20 September 2023
  • Updated: 20 September 2023, 08:52 PM IST

Sports

Latest News

ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ପୋଲସରା ବିଜେଡି ବିଧାୟକ ଶ୍ରୀକାନ୍ତ ସାହୁ ଓ ମହିଳା ବିଜେଡି ଉପସଭାନେତ୍ରୀ ସଂଯୁକ୍ତା ମହଲାଙ୍କ ମଧ୍ୟରେ ପ୍ରେମ-ସେକ୍ସ ଓ ଧୋକା ବିବାଦ ଏବେ ନୂଆମୋଡ଼ ନେଇଛି । ଭୁବନେଶ୍ୱରରେ ରହୁଥିବା ତାଙ୍କ ଝିଅ ଓ ତାଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର କରାଯାଉଛି ଓ  ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ବିଧାୟକ ଶ୍ରୀକାନ୍ତ ସାହୁ ପୋଲସରା ଥାନାରେ ଏତଲା ଦେଇଛନ୍ତି । ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଶ୍ରୀକାନ୍ତଙ୍କ ଅଭିଯୋଗ ଆଧାରରେ ପୁଲିସ ସଂଯୁକ୍ତା ମହଲା ଓ ବିକାଶ ବେହେରାଙ୍କ ନାମରେ ଆଇପିସି ଧାରା ୫୦୬,୫୦୭ ଓ ୧୨୦-ବିରେ ମାମଲା ରୁଜୁ କରିଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ସଂଯୁକ୍ତା ପାଲଟା ଅଭିଯୋଗ କରି କହିଛନ୍ତି ଯେ, ସେ ଦୁଇମାସ ତଳୁ ଶ୍ରୀକାନ୍ତଙ୍କ ବିରୁଦ୍ଧରେ ଏତଲା ଦେଇଥିଲେ ମଧ୍ୟ ପୁଲିସ ତଦନ୍ତ ନକରି ଚୁପ୍ ବସିଛି । ଏବେ ଏଭଳି ମାମଲା ରୁଜୁ କରି ଶ୍ରୀକାନ୍ତ ତାଙ୍କୁ ଗିରଫ କରି ଜେଲ ପଠାଇବାକୁ ଉଦ୍ୟମ କରିଛନ୍ତି ବୋଲି ସଂଯୁକ୍ତା କହିଛନ୍ତି ।

ସୂଚନା ଅନୁସାରେ, ପୋଲସରା ବିଜେଡି ବିଧାୟକ ଶ୍ରୀକାନ୍ତ ସାହୁ ନିଜ ହ୍ୱାଟସଅପରେ ସଂଯୁକ୍ତା ମହଲା ଓ ବିକାଶ ବେହେରାଙ୍କ ମଧ୍ୟରେ ହୋଇଥିବା ଚାଟ୍ ସଂକ୍ରାନ୍ତ ଏକ ମେସେଜ୍ ପାଇବା ପରେ ସେମାନଙ୍କୁ ତୁରନ୍ତ ଗିରଫ କରିବା ନିମନ୍ତେ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ସଂଯୁକ୍ତା ଓ ବିକାଶ ବେହେରାଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା(ଚାଟ୍ )ରେ ବିକାଶ ଲେଖିଛନ୍ତି ଯେ, “ଦୟାକରି ମୋ କଥା ମାନ ବନ୍ଧୁ, ମୁଁ ଶ୍ରୀକାନ୍ତ ମରିବା ପାଇଁ ଚାହୁଁଛି, ମୋ ଭଉଣୀକୁ ସେ ମାରିଛି । ମାଡାମ ଆପଣ ମୋତେ ଟିକେ ସାହାଯ୍ୟ କଲେ ମୁଁ ତାକୁ ମାରିବି । ତା’ ଝିଅ ସମ୍ ହସ୍ପିଟାଲରେ ଅଛି ତାକୁ ବି ମାରିବି ।” ବିକାଶ ଏହି ସନ୍ଦେଶ ଲେଖିବା ପରେ ସଂଯୁକ୍ତା ତାଙ୍କୁ ନିଜର ମୋବାଇଲ ନମ୍ବର ଦେଇଥିବା ଜଣାପଡ଼ିଛି । ଏହି ସନ୍ଦେଶ ଆଧାରରେ ବିଧାୟକ ଶ୍ରୀକାନ୍ତ ସାହୁ ନିଜ ଜୀବନପ୍ରତି ବିପଦ ଥିବା ଓ ମାରିବା ପାଇଁ ଷଡ଼ଯନ୍ତ୍ର କରୁଥିବା ଉଭୟ ସଂଯୁକ୍ତା ଓ ବିକାଶଙ୍କୁ ଗିରଫ ଦାବି କରିଛନ୍ତି ।

Also Read

ଅନ୍ୟପକ୍ଷରେ ସଂଯୁକ୍ତା ଅଭିଯୋଗ କରିଛନ୍ତି ଯେ, ବିଧାୟକ ଶ୍ରୀ ସାହୁ ତାଙ୍କୁ ଗିରଫ କରିବା ପାଇଁ ମିଛ କେସ୍ ରୁଜୁ କରିଛନ୍ତି । ବିକାଶ ବେହେରା ନାଁରେ ଜାଲ୍ ଆକାଉଣ୍ଟ ଖୋଲି ତାଙ୍କୁ ଫସାଇବାକୁ ଉଦ୍ୟମ କରିଛନ୍ତି । ଗତ ପ୍ରାୟ ଦୁଇମାସ ତଳେ ଫେସବୁକରେ ସେ ଏହି ମେସେଜ ପାଇବା ପରେ ନିଜ ମୋବାଇଲ ନମ୍ବର ଦେଇଥିଲି, ଘଟଣା କ’ଣ ବୁଝିବା ପାଇଁ । ଏହି ମାମଲାରେ ସେ ଭୁବନେଶ୍ୱର ସାଇବର ଥାନା, ଭୁବନେଶ୍ୱର ଡିସିପି ଓ ଲକ୍ଷ୍ମୀସାଗର ଥାନାରେ ବିକାଶ ବେହେରାଙ୍କ ବିରୁଦ୍ଧରେ ଏତଲା ଦେଇଥିଲେ । କିନ୍ତୁ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି ।

ବୁଗୁଡ଼ାର ପୂର୍ବତନ ତହସିଲଦାର ତଥା ନିକଟରେ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଓଏଏସ୍ ସଂଗ୍ରାମ କେଶରୀ ଜେନା ହେଉଛନ୍ତି ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଘନିଷ୍ଠ ସହଯୋଗୀ । ଏହାସହିତ ବିଜେଡିର ଅନେକ ବଡ଼ ବଡ଼ ନେତାଙ୍କ ସମ୍ପର୍କରେ ଶ୍ରୀକାନ୍ତ ବହୁ ଖରାପ କଥା କହିଛନ୍ତି । ଯାହାର ଅଡିଓ ରେକର୍ଡିଂ ତାଙ୍କ ପାଖରେ ଅଛି । ତେଣୁ କାଳେ ସେ ଏସବୁ କଥା ଖୋଲିଦେଲେ ତେଣୁ ଶ୍ରୀକାନ୍ତ ଏଭଳି ମିଛ ଏତଲା ଥାନାରେ ଦେଇ ତାଙ୍କୁ ଜେଲରେ ପୁରାଇବା ସହ ମୁହଁ ବନ୍ଦ ନିମନ୍ତେ ଉଦ୍ୟମ କରିଛନ୍ତି ବୋଲି ସଂଯୁକ୍ତା କହିଛନ୍ତି ।

ଆଶ୍ଚର୍ଯ୍ୟର କଥା, ମହିଳାଙ୍କ ସ୍ୱାର୍ଥ, ସୁରକ୍ଷା ଓ ବିକାଶ କଥା କହୁଥିବା ବିଜେଡି ଦୀର୍ଘ ୬ମାସରୁ ଅଧିକ ଦିନ ଧରି ନିଜର ଜଣେ ନେତ୍ରୀଙ୍କୁ ନ୍ୟାୟ ଦେବାକୁ ସକ୍ଷମ ହୋଇପାରିନି । କିମ୍ବା ସଂଯୁକ୍ତାଙ୍କ ଅଭିଯୋଗର ସତ୍ୟତା ଅଛି କି ନାହିଁ ତା’ର ତଦନ୍ତ ପାଇଁ ମଧ୍ୟ ରାଜ୍ୟ ପୁଲିସ ଆଗ୍ରହ ଦେଖାଇନାହିଁ ।

ସୂଚନାଯୋଗ୍ୟ, ସଂଯୁକ୍ତାଙ୍କ ଏଭଳି ପରକୀୟା ପ୍ରେମ ସମ୍ପର୍କର ଅଭିଯୋଗ ପରେ ଶ୍ରୀକାନ୍ତଙ୍କୁ ମନ୍ତ୍ରୀ ପଦରୁ ବିଦା ହେବାକୁ ପଡ଼ିଥିଲା । ପ୍ରେମ-ସେକ୍ସ ଓ ଧୋକା ପରେ ସଂଯୁକ୍ତା ଗତ ଏପ୍ରିଲ ମାସରେ ବିଧାୟକ ଶ୍ରୀ ସାହୁଙ୍କ ବିରୁଦ୍ଧରେ ମହିଳା ଥାନାରେ ଏତଲା ଦେଇଥିଲେ । କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଗତ ଅଗଷ୍ଟ ମାସରେ ସଂଯୁକ୍ତା ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ତାଙ୍କ ଅଭିଯୋଗ ଉପରେ ଉପଯୁକ୍ତ ତଦନ୍ତ ପାଇଁ ପୁଲିସକୁ ନିର୍ଦ୍ଦେଶ ଦେବାକୁ କୋର୍ଟଙ୍କୁ ଅନୁରୋଧ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story