Advertisment

ନ୍ୟୁଜିଲ୍ୟାଣ୍ଡ ସଂସଦରେ ହଙ୍ଗାମା; ବିଲ୍ ଚିରି ଫିଙ୍ଗିଦେଇ ନାଚିଲେ ସାଂସଦ

ପୁଣି ଥରେ ସଂସଦରେ ଦେଶର ସର୍ବ କନିଷ୍ଠ ସାଂସଦ ହାନା-ରାୱହିତି ଗୃହରେ ପାରମ୍ପରିକ ନୃତ୍ୟ ପ୍ରଦର୍ଶନ କରିଛନ୍ତି।

ଅଦ୍ୟତନ ହୋଇଛି
Hana-Rawhiti

Hana-Rawhiti

Advertisment

ନ୍ୟୁଜିଲ୍ୟାଣ୍ଡ ସଂସଦରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି। ପୁଣି ଥରେ ସଂସଦରେ ଦେଶର ସର୍ବ କନିଷ୍ଠ ସାଂସଦ ହାନା-ରାୱହିତି କାରିଆରିକି ମ୍ୟାପି-କ୍ଲାର୍କ ପାରମ୍ପରିକ ନୃତ୍ୟ ପ୍ରଦର୍ଶନ କରି ପ୍ରତିବାଦ କରିଛନ୍ତି। ଏଥିସହ ସେ ଗୃହରେ ଏକ ବିଲକୁ ମଧ୍ୟ ଚିରି ଫିଙ୍ଗି ଦେଇଛନ୍ତି।

Advertisment

ଏହି ସମୟରେ ନ୍ୟୁଜିଲ୍ୟାଣ୍ଡ ଗୃହରେ ହୋହଲ୍ଲା ପରିସ୍ଥିତି ସୃଷ୍ଟି ହୋଇଥିଲା। ହାନା-ରାୱହିତିଙ୍କ ସହ ଦଳର ଅନ୍ୟ ସାଂସଦମାନେ ମଧ୍ୟ ତାଙ୍କ ସହ ତାଳ ଦେଇ ମାୱରୀ ଆଦିବାସୀ ସମ୍ପ୍ରଦାୟର ପାରମ୍ପରିକ ହାକା ନୃତ୍ୟ ପରିବେଷଣ କରିଥିଲେ। ଗତ ବର୍ଷ ମଧ୍ୟ ଗୃହରେ ନିଜର ପ୍ରଥମ ଭାଷଣ ସମୟରେ ଏପରି କିଛି ଷାଣିତ ଢଙ୍ଗରେ ପ୍ରତିବାଦ କରି ଚର୍ଚ୍ଚାର ପରିଧିକୁ ଆସିଥିଲେ ହାନା-ରାୱହିତି। ଗତକାଲି ସଂସଦରେ ହୋଇଥିବା ଏହି ହଙ୍ଗାମା ସମୟର ଭିଡିଓ ସୋଶାଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି।

ସୂଚନା ଅନୁସାରେ, ନିକଟରେ ନ୍ୟୁଜିଲ୍ୟାଣ୍ଡର ଶାସକ ଦଳ ACT ୱାଇତାଙ୍ଗିରେ ଥିବା କିଛି ନୀତିରେ ପରିବର୍ତ୍ତନ ଆଣିବା ପାଇଁ ଏକ ବିଲ୍ ଆଗତ କରିଛନ୍ତି। କିନ୍ତୁ ଏହି ବିଲକୁ ଦେଶର ଆଦିବାସୀ ସମ୍ପ୍ରଦାୟ ବିରୋଧ କରୁଛନ୍ତି। ୧୮୪୦ ମସିହାରେ ବ୍ରିଟିଶ କ୍ରାଉନ୍ ଏବଂ ମାୱରୀ ମୁଖ୍ୟଙ୍କ ମଧ୍ୟରେ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା, ଯାହାକୁ ୱାଇତାଙ୍ଗି କୁହାଯାଉଛି।

Advertisment

ଏହି ଚୁକ୍ତି ନ୍ୟୁଜିଲ୍ୟାଣ୍ଡର ସମ୍ବିଧାନ ଏବଂ ନୀତି ଗଠନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। କିନ୍ତୁ ବର୍ତ୍ତମାନର ସରକାର ଏହି ଚୁକ୍ତିରେ କିଛି ପରିବର୍ତ୍ତନ ଆଣିବାକୁ ବିଲ୍ ଉପସ୍ଥାପନ କରିଛନ୍ତି, ଯାହାକୁ ମାୱରୀ ସମ୍ପ୍ରଦାୟ ଜୋରଦାର୍ ବିରୋଧ କରିଛନ୍ତି। ୨୨ ବର୍ଷୀୟ ସାଂସଦ ହାନା-ରାୱହିତି ମଧ୍ୟ ଏହି ସମ୍ପ୍ରଦାୟର। ତେଣୁ ସେ ମାୱରୀଙ୍କ ପକ୍ଷରୁ ବିଲକୁ କଡ଼ା ବିରୋଧ କରୁଛନ୍ତି। 

ଗତକାଲି ସେ ଗୃହରେ ଭାଷଣ ଦେବା ସମୟରେ ଏହି ବିଲକୁ ବିରୋଧ କରିବା ସହ ବିଲର ଏକ ପେପରକୁ ଚିରି ଫିଙ୍ଗି ଦେଇଥିଲେ। ଏଥିସହ ହାକା ନୃତ୍ୟ ପରିବେଷଣ କରି ଜୋରଦାର୍ ବିରୋଧ କରିଥିଲେ। ତାଙ୍କ ସହ ଅନ୍ୟ ସାଂସଦ ଏବଂ ଗ୍ୟାଲେରୀରେ ବଶିଥିବା ଦର୍ଶକ ମଧ୍ୟ ସମର୍ଥନ ଜଣାଇ ହାକା ପରିବେଷଣ କରିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି।

ପ୍ରକାଶ ଥାଉକି, ହାନା-ରାୱହିତି ହେଉଛନ୍ତି ନ୍ୟୁଜିଲ୍ୟାଣ୍ଡର ପ୍ରଥମ ସର୍ବ କନିଷ୍ଠ ସାଂସଦ। ସେ ୨୦୨୩ରେ ୨୧ ବର୍ଷ ବୟସରେ ପ୍ରଥମ କରି ସଂସଦକୁ ନିର୍ବାଚିତ ହୋଇଥିଲେ। 

New Zealand MP New Zealand New Zealand Parliament
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe