Advertisment

ନବୀନ ନିବାସରେ ଦୀପାଳି

ଉପନିର୍ବାଚନରେ ବିଜୟୀ ହେବା ପରେ ଭୁବନେଶ୍ଵରରେ ପହଞ୍ଚିଥିଲେ ଦୀପାଳି ଦାସ। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେ କହିଥିଲେ, ଏ ବିଜୟ ଝାରସୁଗୁଡ଼ାବାସୀଙ୍କ ବିଜୟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜୟ।

author-image
Manoranjan Sial
Depali

Depali

ଝାରସୁଗୁଡ଼ା ନବନିର୍ବାଚିତ ବିଧାୟିକା ଦୀପାଳି ଦାସ ଆଜି ସନ୍ଧ୍ୟା ବେଳେ ନବୀନ ନିବାସ ଯାଇଥିଲେ। ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଶୀର୍ବାଦ ନେଇଥିଲେ। ଝାରସୁଗୁଡ଼ାର ବିକାଶକୁ ଆଗେଇ ନେବା ସହ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ସମର୍ପିତ ଭାବେ କାର୍ଯ୍ୟ କରିବାକୁ ଦୀପାଳିଙ୍କୁ ନବୀନ ପଟ୍ଟନାୟକ ପରାମର୍ଶ ଦେଇଥିଲେ।

Advertisment

ଉପନିର୍ବାଚନରେ ବିଜୟୀ ହେବା ପରେ ଭୁବନେଶ୍ଵରରେ ପହଞ୍ଚିଥିଲେ ଦୀପାଳି ଦାସ। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେ କହିଥିଲେ, ଏ ବିଜୟ ଝାରସୁଗୁଡ଼ାବାସୀଙ୍କ ବିଜୟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜୟ। ଏ ବିଜୟ ବିକାଶର ବିଜୟ ଓ ନବ ଦାସଙ୍କ ବିଜୟ। ଏ ଉପନିର୍ବାଚନରେ ବିଜେଡିର ବହୁ ବରିଷ୍ଠ ନେତୃ ମଣ୍ଡଳୀ ବହୁତ ପରିଶ୍ରମ କରିଛନ୍ତି। ଏବେ ଭୁବନେଶ୍ଵର ପହଞ୍ଚିଛି ସମସ୍ତଙ୍କୁ ଭେଟିବା ପାଇଁ। ସମସ୍ତଙ୍କଠାରୁ ଆଶୀର୍ବାଦ ନେବା ପାଇଁ। ସେମାନଙ୍କୁ କୃତଜ୍ଞତା ଜଣାଇବି ବୋଲି ଦୀପାଳି କହିଛନ୍ତି।

ସେ ଆହୁରି କହିଛନ୍ତି, ମୋ ବାପାଙ୍କ ସ୍ୱପ୍ନ ଥିଲା ଝାରସୁଗୁଡାର ନୂତନ ନିର୍ମାଣ। ମୋ’ ବାପାଙ୍କ ସ୍ୱପ୍ନକୁ ପୂରା କରିବାକୁ ମୁଖ୍ୟମନ୍ତ୍ରୀ ହାତ ବଢାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଝାରସୁଗୁଡା ବିକାଶ ଲାଗି ବାପାଙ୍କ ସବୁ ସ୍ୱପ୍ନକୁ ପୂରା କରିବି। ବାପା ଉପରୁ ଆଶୀର୍ବାଦ ଦେଉଛନ୍ତି। ମୁଣ୍ଡ ଉପରେ ମୁଖ୍ୟମନ୍ତ୍ରୀଙ୍କ ହାତ ଅଛି। ଏବେ ଜନସାଧାରଣଙ୍କ ବିଶ୍ୱାସ ଓ ଆଶୀର୍ବାଦ ମୋ’ ଉପରେ ଅଛି। ତେଣୁ ମୋତେ ସାମ୍ନାରୁ ଯିଏ ଯାହା କିଛି କହିଲେ ବି ଫରକ ପଡ଼ିବନି ବୋଲି ଦୀପାଳି କହିଛନ୍ତି।

Advertisment

ଦୀପାଳି ଆହୁରି କହିଛନ୍ତି, ବାପା ସବୁବେଳେ ଚାହୁଁଥିଲେ ମୁଁ ଲୋକ ସେବାରେ ଆସେ। ଆଜି ସେ ମୁହୂର୍ତ୍ତ ଆସିଛି। ମୋ ପରିବାର ପାଇଁ ବହୁତ ଗର୍ବର କଥା। ବାପା ବଞ୍ଚିଥିଲେ, ବହୁତ ଖୁସି ହୋଇଥାନ୍ତେ ବୋଲି ନବ ନିର୍ବାଚିତ ବିଜେଡି ବିଧାୟକ ଦୀପାଳି ଦାସ କହିଛନ୍ତି।

BjD Naveen Patnaik Jharsuguda