Advertisment

ନିଜ ଅଞ୍ଚଳରେ ବିଜେଡି ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିରୋଧ

ପୁରୀ ଜିଲ୍ଲା ନିମାପଡା ବିଧାୟକ ହେଉଛନ୍ତି ସମୀର ରଞ୍ଜନ ଦାଶ। ସେ ଆଜି କୋଠ ଘର ଉଦ୍‌ଘାଟନ କରିବା ପାଇଁ ଗୋପ ବ୍ଲକ ବେଦପୁରକୁ ଯାଉଥିଲେ। ଶ୍ରୀ ଦାଶ ଗାଁରେ ପହଞ୍ଚିବା ପରେ ତାଙ୍କ ସ୍ୱାଗତ କରାଯାଇଥିଲା।

BJD

BJD

Advertisment

୨୦୨୪ ସାଧାରଣ ନିର୍ବାଚନ ପାଇଁ କାଉଣ୍ଟଡାଉନ୍‌ ଆରମ୍ଭ ହେଲାଣି। ହେଲେ ତା’ପୂର୍ବରୁ ନିଜ ନିର୍ବାଚନମଣ୍ଡଳୀରେ ସମୀର ରଞ୍ଜନ ଦାଶଙ୍କୁ ବିରୋଧରେ ସମ୍ମୁଖୀନ ହେବାକୁ ପଡ଼ିଛି। ପ୍ରକଳ୍ପ ଉଦ୍‌ଘାଟନ କରିବାକୁ ଯାଉଥିବା ବେଳେ ତାଙ୍କୁ କଳା ପତାକା ପ୍ରଦର୍ଶନ କରାଯାଇଛି। ନିଜ ଦଳ ଭିତରେ ଥିବା କେତେକ ଅସନ୍ତୁଷ୍ଟ ବିଜେଡି କର୍ମୀ ତାଙ୍କୁ କଳାପତାକା ଦେଖାଇଥିବା ଚର୍ଚ୍ଚା ହେଉଛି।

Advertisment

ପୁରୀ ଜିଲ୍ଲା ନିମାପଡା ବିଧାୟକ ହେଉଛନ୍ତି ସମୀର ରଞ୍ଜନ ଦାଶ। ସେ ଆଜି କୋଠ ଘର ଉଦ୍‌ଘାଟନ କରିବା ପାଇଁ ଗୋପ ବ୍ଲକ ବେଦପୁରକୁ ଯାଉଥିଲେ। ଶ୍ରୀ ଦାଶ ଗାଁରେ ପହଞ୍ଚିବା ପରେ ତାଙ୍କ ସ୍ୱାଗତ କରାଯାଇଥିଲା। ହେଲେ ବିଜେଡିର ଗୋଟିଏ ଅସନ୍ତୁଷ୍ଟ ଗୋଷ୍ଠୀ ଓ କିଛି ବିଜେପି କର୍ମୀ ତାଙ୍କୁ ବିରୋଧ କରିଥିଲେ। କଳା ପତାକା ଦେଖାଇଥିଲେ। ସମୀର ଦାଶ ଗୋ’ ବ୍ୟାକ୍‌ ନାରା ଦେଇଥିଲେ। ଏପରିକି ସମୀର ଦାଶଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଯେଉଁଥିପାଇଁ ବିଧାୟକଙ୍କ ଶୋଭାଯାତ୍ରା ଅଧ ଘଣ୍ଟାଏରୁ ଅଧିକ ସମୟ ଧରି ଅଟକି ଥିଲା। ପୁଲିସ୍‌ ହସ୍ତକ୍ଷେପ ପରେ ପରିବେଶ ଶାନ୍ତ ପଡ଼ିଥିଲା।

ନିଜ ନିର୍ବାଚନମଣ୍ଡଳୀରେ ସମୀର ଦାଶଙ୍କୁ ବିରୋଧ କରାଯିବା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ତାଙ୍କୁ ବିରୋଧ କରାଯାଇଥିବା ଦେଖିବାକୁ ମିଳିଛି। ଦଳୀୟ କନ୍ଦଳ ଯୋଗୁ ତାଙ୍କୁ ବିରୋଧ କରାଯାଉଥିବା ଚର୍ଚ୍ଚା ହେଉଛି।

Advertisment

ରିପୋର୍ଟ-କୋଣାର୍କରୁ ସଞ୍ଜୟ ପତି

BjD Puri Samir Dash
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe