Advertisment

ବିଜେଡି ପାଇଁ ୯ ଅଙ୍କ ଶୁଭ କି?

ବିଜେଡି ଷଷ୍ଠ ଥର ପାଇଁ ସାଧାରଣ ନିର୍ବାଚନକୁ ଓହ୍ଲାଉଛି। ଦଳରେ ବିଦ୍ରୋହ ଯେତିକି ବଢିଛି ତା’ଠୁ ବେଶୀ ଚାଲେଞ୍ଜ ବିରୋଧୀଙ୍କ ଶାଣିତ ଆକ୍ରମଣ। ଶିକ୍ଷା, ସ୍ୱାସ୍ଥ୍ୟ, ଆଇନ ଶୃଙ୍ଖଳାଠାରୁ ଆରମ୍ଭ କରି ଅନେକ ପ୍ରସଙ୍ଗରେ ଶାସକ ଦଳର ନେତା ମନ୍ତ୍ରୀ ବିବାଦରେ ଛନ୍ଦି ହୋଇଛନ୍ତି।

BJD

BJD

Advertisment

ବିଜେଡି ପାଇଁ ୯ ଅଙ୍କ ଶୁଭ କି? ଦଳ ଏବେ ଟିକେଟ ପାଇଁ ଯେତିକି ଅଙ୍କ କଷୁଛି, ତାଠୁ ବେଶୀ ଗୁରୁତ୍ୱ ଦେଉଛି ୯ ସଂଖ୍ୟାକୁ। ବିଜେଡି ପ୍ରକାଶ କରିଥିବା ପ୍ରାର୍ଥୀ ତାଲିକା ସଂଖ୍ୟାକୁ ନେଇ ଏପରି ଚର୍ଚ୍ଚା ହେଉଛି। ଜ୍ୟୋତିର୍ବିଦଙ୍କ ମତରେ ୯ ସଂଖ୍ୟାଟି ଭାରି ଶୁଭ। ସେଥିପାଇଁ ବିଜେଡି ୯ ସଂଖ୍ୟାରେ ପ୍ରାର୍ଥୀ ଘୋଷଣା କରୁଥାଇପାରେ।

Advertisment

ବିଜେଡି ୩ଟି ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ପ୍ରଥମ ପର୍ଯ୍ୟାୟରେ ଦଳ ୭୨ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା। ସାତରେ ଦୁଇ ମିଶାଇଲେ ଫଳ ଆସୁଛି ୯। ସେହିପରି ପ୍ରଥମ ପର୍ଯ୍ୟାୟରେ ୯ ସାଂସଦଙ୍କ ନାଁ ମଧ୍ୟ ଘୋଷଣା କରିଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ଦଳ ବିଧାନସଭା ଆସନ ପାଇଁ ୨୭ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା। ଏଠି ମଧ୍ୟ ୨ରେ ୭ ମିଶିଲେ ୯। ସେହିପରି ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ବିଜେଡି ଏକ ଅଙ୍କକୁ ଖସି ୯ଟି ଲେଖାଏଁ ବିଧାନ ସଭା ଆସନ ପାଇଁ ପ୍ରାର୍ଥୀଙ୍କ ଘୋଷଣା କରିଛି। ବର୍ତ୍ତମାନ ସୁଦ୍ଧା ଦଳ ଚାରିଟି ପର୍ଯ୍ୟାୟରେ ୧୧୭ ଆସନରେ ପ୍ରାର୍ଥୀ ଦେଇସାରିଛି। ୧୧୭ର ସବୁ ଘର ଅଙ୍କକୁ ମିଶାଇଲେ ଫଳ ଆସୁଛି ୯। ତେବେ ଏହି ୯ ସଂଖ୍ୟା ପଛର ରହସ୍ୟ କ’ଣ ? କାହିଁକି ବିଜେଡି ଏହି ୯ ସଂଖ୍ୟାକୁ ଗୁରୁତ୍ୱ ଦେଇ ଟିକେଟ ଘୋଷଣା କରୁଛି? ତେବେ ଜ୍ୟୋତିର୍ବିଦଙ୍କ ମତ ୯ ସଂଖ୍ୟାଟି ଭାରି ଶୁଭ।

ବିଜେଡି ଷଷ୍ଠ ଥର ପାଇଁ ସାଧାରଣ ନିର୍ବାଚନକୁ ଓହ୍ଲାଉଛି। ଦଳରେ ବିଦ୍ରୋହ ଯେତିକି ବଢିଛି ତା’ଠୁ ବେଶୀ ଚାଲେଞ୍ଜ ବିରୋଧୀଙ୍କ ଶାଣିତ ଆକ୍ରମଣ। ଶିକ୍ଷା, ସ୍ୱାସ୍ଥ୍ୟ, ଆଇନ ଶୃଙ୍ଖଳାଠାରୁ ଆରମ୍ଭ କରି ଅନେକ ପ୍ରସଙ୍ଗରେ ଶାସକ ଦଳର ନେତା ମନ୍ତ୍ରୀ ବିବାଦରେ ଛନ୍ଦି ହୋଇଛନ୍ତି। ଯେଉଁଥିପାଇଁ ଦଳ ବଦନାମ ମୁଣ୍ଡେଇଛି। ଏଥିସହ ଶାସନ ବିରୋଧୀ ଜନମତ ମଧ୍ୟ ପ୍ରବଳ। ତେଣୁ ଏସବୁ କାଉଣ୍ଟର ସହ ବିଜୟ ସଂଖ୍ୟା ଜୁଟାଇବାକୁ ଦଳ ଏବେ ଜ୍ୟୋତିଷ ଶାସ୍ତ୍ରକୁ ଭରସା କରିଥିବା ଚର୍ଚ୍ଚା ହେଉଛି। ହେଲେ ବିରୋଧୀଙ୍କ ଯୁକ୍ତି, ୨୪ ନିର୍ବାଚନରେ ଏସବୁ ଥିଓରୀ କିଛି କାମ ଦେବନି। ତେବେ ଶାସକ ଦଳର କହିବା କଥା, ନବୀନ ଧର୍ମବିଶ୍ୱାସୀ। ତେଣୁ ସେ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବା ନିଶ୍ଚିତ।

Advertisment
BjD Loksabha Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe