Advertisment

କଂଗ୍ରେସକୁ ଲକ୍ଷେ ୩୮ ହଜାର ଟଙ୍କା ଦାନ କଲେ ନିରଞ୍ଜନ ପଟ୍ଟନାୟକ

ଟଙ୍କା ଦାନ ନେଇ ଶ୍ରୀ ପଟ୍ଟନାୟକ 'X'ରେ ଲେଖିଛନ୍ତି, ରାଜ୍ୟରେ ବିଜେଡି ଓ କେନ୍ଦ୍ରରେ ବିଜେପି ନିର୍ବାଚନୀ ବଣ୍ଡ ଓ ଅନ୍ୟ ବାଟରେ ନିଜର ଆର୍ଥିକ ସ୍ଥିତିକୁ ବେଶ୍‌ ଭଲ ଭାବେ ପ୍ରଭାବିତ କରିପାରିଛନ୍ତି।

Niranjan

Niranjan

Advertisment

କଂଗ୍ରେସକୁ ୧.୩୮ ଲକ୍ଷ ଟଙ୍କା ଚେକ୍ ଦେଲେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଚେକ ଦେଇଥିବା ନେଇ ସୋଶାଲ ମିଡିଆ 'X'ରେ ସୂଚନା ଦେଇଛନ୍ତି। ଦଳ ପାଇଁ ପାଣ୍ଠି ସଂଗ୍ରହ ନିମନ୍ତେ ଅଭିଯାନ ଚଳାଇଛି କଂଗ୍ରେସ।

Advertisment

ଟଙ୍କା ଦାନ ନେଇ ଶ୍ରୀ ପଟ୍ଟନାୟକ 'X'ରେ ଲେଖିଛନ୍ତି, ରାଜ୍ୟରେ ବିଜେଡି ଓ କେନ୍ଦ୍ରରେ ବିଜେପି ନିର୍ବାଚନୀ ବଣ୍ଡ ଓ ଅନ୍ୟ ବାଟରେ ନିଜର ଆର୍ଥିକ ସ୍ଥିତିକୁ ବେଶ୍‌ ଭଲ ଭାବେ ପ୍ରଭାବିତ କରିପାରିଛନ୍ତି। ୧୩୮ ବର୍ଷ ପୁରୁଣା କଂଗ୍ରେସ ଦଳକୁ ପାଣ୍ଠି ଦାନ ପାଇଁ ମୁଁ ସମସ୍ତଙ୍କୁ ବିଚାର କରିବାକୁ ଅନୁରୋଧ କରୁଛି। ଏଥିସହ ସମସ୍ତେ ସମ୍ୱିଧାନର ସୁରକ୍ଷା ଓ ମୂଲ୍ୟବୋଧକୁ ଅକ୍ଷୁଣ୍ଣ ରଖିବାକୁ ଚେଷ୍ଟା କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ଲେଖିଛନ୍ତି।

ସୂଚନାରୁ ପ୍ରକାଶ, ଦେଶର ସର୍ବପୁରାତନ ଦଳ କଂଗ୍ରେସ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ସେଥିପାଇଁ ଦଳ ପକ୍ଷରୁ ଦାନ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଥିଲା। କଂଗ୍ରେସ କର୍ମୀମାନେ ପ୍ରତ୍ୟେକ ବୁଥରୁ ଅତିକମରେ ୧୦ଟି ଘର ଚିହ୍ନଟ କରି ପ୍ରତ୍ୟେକଙ୍କଠୁ ସର୍ବନିମ୍ନ ୧୩୮ଟଙ୍କା ଦାନ ସଂଗ୍ରହ କରିବାକୁ ଅନୁରୋଧ କରାଯାଇଛି।

Advertisment

ଦାନ ରାଶି ଅନଲାଇନ ମାଧ୍ୟମରେ ଗ୍ରହଣ କରାଯିବ। କେବଳ କଂଗ୍ରେସ କର୍ମୀ ନୁହେଁ, ସାଧାରଣ ଲୋକ ଓ ଶୁଭେଚ୍ଛୁମାନେ ମଧ୍ୟ ଏହି ଦାନ ଦେଇପାରିବେ। ସେଥିପାଇଁ donateinc.in ଓ www.inc.in ନାଁରେ ୨ଟି ପୋର୍ଟାଲ୍‌ ଦଳ ପକ୍ଷରୁ ଲଞ୍ଚ କରାଯାଇଛି।

Odisha Congress Congress Pcc
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe