Advertisment

ସାନଭାଇ ସପକ୍ଷରେ ବାହାରିଲେ ବଡ଼ଭାଇ: କହିଲେ- ସୌମ୍ୟ ଛୋଟ ବେଳୁ ସତ କହେ

ସାନ ଭାଇ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସମ୍ପାଦକୀୟ ଲେଖା ଓ ବୟାନ୍‌କୁ ସମର୍ଥନ କରିଛନ୍ତି ବଡ଼ ଭାଇ ନିରଞ୍ଜନ ପଟ୍ଟନାୟକ। ଖାଲି ସମର୍ଥନ କରିନାହାନ୍ତି, ସାନ ଭାଇ ପାଇଁ ରାଜ୍ୟ ସରକାରଙ୍କୁ ଟାର୍ଗେଟ ମଧ୍ୟ କରିଛନ୍ତି ନିରଞ୍ଜନ।

author-image
Manoranjan Sial
Niranjan

Niranjan

ସାନ ଭାଇ ସପକ୍ଷରେ ବାହାରିଲେ ବଡ଼ଭାଇ। ଆଉ ଏ ଭାଇ ଭାଇ ପ୍ରେମ ଦେଖିବାକୁ ମିଳିଛି ରାଜ୍ୟ ରାଜନୀତିରେ। ଗୋଟିଏ ପରେ ଗୋଟିଏ ବଜ୍ର ଛାଡ଼ି ଶାସକ ଦଳ ବିଜେଡିକୁ ଘାଇଲା କରୁଥିବା ସାନ ଭାଇ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସମ୍ପାଦକୀୟ ଲେଖା ଓ ବୟାନ୍‌କୁ ସମର୍ଥନ କରିଛନ୍ତି ବଡ଼ ଭାଇ ନିରଞ୍ଜନ ପଟ୍ଟନାୟକ। ଖାଲି ସମର୍ଥନ କରିନାହାନ୍ତି, ସାନ ଭାଇ ପାଇଁ ରାଜ୍ୟ ସରକାରଙ୍କୁ ଟାର୍ଗେଟ ମଧ୍ୟ କରିଛନ୍ତି ନିରଞ୍ଜନ।

Advertisment

ସୌମ୍ୟଙ୍କ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଆମେ ପରିବାର ଭିତରେ ତା’ ମୁହଁ ବନ୍ଦ କରିପାରିନୁ। ସମ୍ପାଦକ ହିସାବରେ ସେ ଯାହା ଲେଖିଲେ, ତାକୁ ଗ୍ରହଣ କରିବ ନହେଲେ ନାହିଁ। କିନ୍ତୁ ସମ୍ପାଦକ ଓ ରାଜନୈତିକ ଦଳର ବ୍ୟକ୍ତିକୁ ମିଶାଇ ଦେବା ଠିକ୍‌ ନୁହେଁ। ବିଜେଡିର ମାଲିକ ନବୀନ ବାବୁ। ସେ ଗୁମାସ୍ତାଙ୍କୁ ନେଇ ଶାସନ ଚଳାଇବେ ନା ମନ୍ତ୍ରୀଙ୍କୁ ନେଇ ଚଳେଇବେ, ତାହା ତାଙ୍କ ନିଷ୍ପତ୍ତି ବୋଲି ନିରଞ୍ଜନ କହିଛନ୍ତି।

ସୌମ୍ୟ ଦଳରେ ବିଶୃଙ୍ଖଳିତ କାମ କରୁଥିବା ନେଇ ଗଣମାଧ୍ୟମ ପ୍ରଶ୍ନରେ ସେ କହିଛନ୍ତି, ଯିଏ ବିଶୃଙ୍ଖଳିତ କାମ କରିଛନ୍ତି, ତାକୁ ବିଜେଡିରୁ ବାହାର କରି ଦେଉନାହାନ୍ତି କାହିଁକି? କଂଗ୍ରେସରେ ଥିବା ବେଳେ ଦଳକୁ ସୁଦୃଢ କରିବାକୁ ଚେଷ୍ଟା କରିଥିଲେ। ତାହା ହୁଏ ତ କଂଗ୍ରେସ ନେତାଙ୍କୁ ଭଲ ଲାଗିଲା ନାହିଁ। ତେଣୁ ଦଳରୁ ବାହାର କରାଗଲା। ଏବେ ବିଜେଡିକୁ ସୁଦୃଢ କରିବା ପାଇଁ ଚେଷ୍ଟା କରୁଛି। ତାକୁ ନେଇ ବିଜେଡି ଭାଇମାନେ ଅସହିଷ୍ଣୁ ହେଲାଣି। ରାଜନୈତକ ପ୍ରସଙ୍ଗରେ ମୁଁ ସୌମ୍ୟ ବାବୁଙ୍କ ସହ ଆଲୋଚନା କରେନାହିଁ ବୋଲି ନିରଞ୍ଜନ କହିଛନ୍ତି।

Advertisment
Congress Pradesh Congress Committee Soumya Ranjan Patnaik