Advertisment

ମିଳିବ ବନାମ ମିଳିଗଲା କହି ବିଜେପି-କଂଗ୍ରେସର ପାର୍ଥକ୍ୟ ଦର୍ଶାଇଲେ ନିର୍ମଳା

ଅନାସ୍ଥା ପ୍ରସ୍ତାବ ଆଲୋଚନାର ତୃତୀୟ ଦିନରେ ଗର୍ଜିଲେ ନିର୍ମଳା। ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଗୃହରେ ବିବୃତ୍ତି ରଖି କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳକୁ କଡା ସମାଲୋଚନା କରିଛନ୍ତି।

author-image
Debibandita Barick
Nirmala Sitharaman In Parliament

Nirmala Sitharaman In Parliament

ଅନାସ୍ଥା ପ୍ରସ୍ତାବ ଆଲୋଚନାର ତୃତୀୟ ଦିନରେ ଗର୍ଜିଲେ ନିର୍ମଳା। ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଗୃହରେ ବିବୃତ୍ତି ରଖି କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳକୁ କଡା ସମାଲୋଚନା କରିଛନ୍ତି। ସେ କହିଛନ୍ତି, କଂଗ୍ରେସ ସ୍ୱପ୍ନ ଦେଖାଉଥିଲା ଏବଂ ବିଜେପି ସ୍ୱପ୍ନକୁ ସାକାର କରିଛି। କଂଗ୍ରେସ ହେବ, ହୋଇଯିବ ବୋଲି କହୁଥିଲା, ହେଲେ ବିଜେପି କରି ଦେଖାଇଛି। ଏହା ହିଁ ଆମ ଏବଂ ତୁମ ମଧ୍ୟରେ ପାର୍ଥକ୍ୟ ବୋଲି ନିର୍ମଳା କହିଛନ୍ତି।

Advertisment

ନିର୍ମଳା ସୀତାରମଣ କହିଛନ୍ତି, '2013 ରେ ମୋର୍ଗାନ ଷ୍ଟେନଲି ଭାରତକୁ ବିଶ୍ୱର ପାଞ୍ଚଟି ଦୁର୍ବଳ ଅର୍ଥନୀତି ଦେଶ ମଧ୍ୟରେ ତାଲିକାଭୂକ୍ତ କରିଥିଲା। ଭାରତକୁ ଏକ ଦୁର୍ବଳ ଅର୍ଥନୀତି ଦେଶ ଭାବେ ଘୋଷଣା କରାଯାଇଥିଲା। ଆଜି ସେହି ମୋର୍ଗାନ ଷ୍ଟେନଲି ଭାରତକୁ ହାଇ ରେଟିଂ ଦେଇଛି। ଆମ ସରକାରଙ୍କ ନୀତି ମାତ୍ର 9 ବର୍ଷ ମଧ୍ୟରେ ଅର୍ଥନୀତିରେ ଉନ୍ନତି ଆଣିପାରିଛି ଏବଂ କୋଭିଡ ସତ୍ତ୍ୱେ ଅର୍ଥନୈତିକ ଅଭିବୃଦ୍ଧି ଘଟିଛି। ଆଜି ଭାରତ ହେଉଛି ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି।'

କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି, 'ଭାରତ ଭବିଷ୍ୟତର ବିକାଶ ପାଇଁ ଆଶାବାଦୀ ଏବଂ ସକାରାତ୍ମକ ଭାବନା ଦୁଇଟି ରଖିଛି। ଭାରତକୁ ପ୍ରଗତି ପଥରେ କେହି ଅଟକାଇ ପାରିବେ ନାହିଁ। ବର୍ତ୍ତମାନ ଆଉ ହେବ, ମିଳିବ ବୋଲି ଶବ୍ଦ ପ୍ରୟୋଗ ହେଉନାହିଁ। ଏବେ ଲୋକ କଣ କହୁଛନ୍ତି? ହୋଇଗଲା, ମିଳିଗଲା, ଆସିଗଲା।' ୟୁପିଏର ଶାସନ କାଳ ସମୟରେ ଲୋକେ କହୁଥିଲେ ବିଦ୍ୟୁତ ଆସିବ, ଏବେ କହୁଛନ୍ତି ବିଦ୍ୟୁତ ଆସିଗଲା। ସେତେବେଳ ଲୋକ କହୁଥିଲେ ଗ୍ୟାସ ସଂଯୋଗ ମିଳିବ, ବର୍ତ୍ତମାନ କହୁଛନ୍ତି ମିଳିଗଲା। ବିମାନବନ୍ଦର ନିର୍ମାଣ ହେବ କହୁଥିଲେ, ବର୍ତ୍ତମାନ ବିମାନବନ୍ଦର ନିର୍ମାଣ ହୋଇସାରିଛି। ବିଜେପି ଆଉ କଂଗ୍ରେସ ମଧ୍ୟରେ ପାର୍ଥକ୍ୟ ଏହା ଯେ, କଂଗ୍ରେସ ସ୍ୱପ୍ନ ଦେଖାଏ ଆଉ ବିଜେପି ଲୋକଙ୍କ ସ୍ୱପ୍ନକୁ ସାକାର କରେ।

Advertisment
Parliament Monsoon Session Nirmala Sitharaman No-trust Motion