Advertisment

'ପ୍ରଧାନମନ୍ତ୍ରୀ ପାଇଁ ଅଫର୍ ମିଳିଥିଲା, କିନ୍ତୁ ମୁଁ ମନା କରିଦେଇଥିଲି'

କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀଙ୍କ ଏକ ବିବୃତ୍ତିକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।

Nitin Gadkari

Nitin Gadkari

Advertisment

କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀଙ୍କ ଏକ ବିବୃତ୍ତି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ତାଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ଅଫର୍ ଆସିଥିବା ସେ କହିଛନ୍ତି। ବିରୋଧୀ ଦଳର ଜଣେ ବଡ଼ ନେତା ତାଙ୍କୁ ଏହି ଅଫର୍ ଦେଇଥିଲେ ବୋଲି ସେ କହିଛନ୍ତି।

Advertisment

ଏକ ସାମ୍ବାଦିକ ଆୱାର୍ଡ ଫଙ୍କସନରେ ଯୋଗଦେଇ ସେ କହିଛନ୍ତି ଯେ, ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳର ଜଣେ ବଡ଼ ନେତା ତାଙ୍କୁ ଯୋଗାଯୋଗ କରିଥିଲେ ଏବଂ କହିଥିଲେ, ଯଦି ସେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଦୌଡ଼ରେ ରୁହନ୍ତି ତେବେ ତାଙ୍କୁ ସମର୍ଥନ କରିବେ। କିନ୍ତୁ ସେ ସେହି ମୁହୂର୍ତ୍ତରେ ହିଁ ତାଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ। 

ସେ ଆହୁରି କହିଛନ୍ତି, ମୁଁ ତାଙ୍କୁ ପଚାରିଥିଲି, "ସେ କାହିଁକି ମୋତେ ସମର୍ଥନ କରିବାକୁ ଚାହୁଁଛନ୍ତି? ତା ଛଡ଼ା ମୁଁ କାହିଁକି ତାଙ୍କ ସମର୍ଥନ ନେବି ବୋଲି ପଚାରିଥିଲି।"

Advertisment

"ପ୍ରଧାନମନ୍ତ୍ରୀ ହେବା ମୋ ଜୀବନର ଲକ୍ଷ୍ୟ ନୁହେଁ। ମୁଁ ମୋର ଧାରଣା ଏବଂ ସଂଗଠନ ପ୍ରତି ବିଶ୍ୱସ୍ତ ରହିବାକୁ ଚାହେଁ। ବିଶ୍ୱାସ ଆମ ଭାରତୀୟ ଗଣତନ୍ତ୍ରର ସବୁଠାରୁ ବଡ ଶକ୍ତି ବୋଲି ମୁଁ ଭାବେ। କୌଣସି ବି ପଦବୀ ପାଇଁ ମୁଁ ମୋର ଧାରଣା ତଥା ଚିନ୍ତାଧାରା ସହ କୌଣସି ପ୍ରକାର ବୁଝାମଣା କରିବାକୁ ଚାହେଁନାହିଁ। ସାମ୍ବାଦିକତା ହେଉ କିମ୍ବା ଅମଲାତନ୍ତ୍ର, ଗଣତନ୍ତ୍ରକୁ ମଜବୁତ କରିବାରେ ନୀତିଆଦର୍ଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।"

ବାସ୍ତବରେ, ବିଦର୍ଭ ଗୌରବ ସାମ୍ବାଦିକତା ମହୋତ୍ସବରେ ଯୋଗଦେବା ଅବସରରେ ଏପରି କହିଛନ୍ତି ନିତିନ ଗଡକରୀ।

ସେ ଆହୁରି କହିଛନ୍ତି ଯେ, ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ବୋଲି ସାମ୍ବାଦିକତାକୁ କୁହାଯାଇଛି। ଯେତେବେଳେ ନ୍ୟାୟପାଳିକା, ସାମ୍ବାଦିକତା, କାର୍ଯ୍ୟପାଳିକା ଏବଂ ରାଜନେତା ଚାରିଜଣ ସେମାନଙ୍କର ଆଦର୍ଶ ଅନୁସରଣ କରିବେ, ସେତେବେଳେ ଗଣତନ୍ତ୍ର ସଫଳ ହେବ। ଆମ ଭାରତ ହେଉଛି ସମଗ୍ର ବିଶ୍ୱରେ ଗଣତନ୍ତ୍ରର ଜନନୀ। 

Nitin Gadkari
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe