Advertisment

ଆଜି ଓଡ଼ିଶା ଆସିବେ ନୀତିନ ଗଡ଼କରୀ

ଆସନ୍ତାକାଲି ପୁଣି ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

 Nitin gadkari

Nitin gadkari

Advertisment

ରାଜ୍ୟରେ ମତଦାନ ତାରିଖ ପାଖେଇ ଆସୁଥିବା ବେଳେ ପ୍ରଚାରର ରଙ୍ଗ ବଦଳିବାରେ ଲାଗିଛି। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ଆଜି ନବରଙ୍ଗପୁରର ଏକାଧିକ ସ୍ଥାନରେ ନିର୍ବାଚନ ପ୍ରଚାର କରିବେ। ସେହିପରି କ୍ୟାମ୍ପେନ୍ ପାଇଁ ଆଜି ଓଡ଼ିଶା ଆସିବେ ବିଜେପିର ଦୁଇ ହେଭିୱେଟ୍ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଓ ଆସାମ୍ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା।

Advertisment

ଗଡ଼କରୀ ପୁରୀ ଗସ୍ତରେ ଯାଇ କୃଷ୍ଣପ୍ରସାଦରେ ବିରାଟ ଜନସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସେହିପରି ହିମନ୍ତ ବିଶ୍ୱଶର୍ମା ମାଲକାନଗିରି, ଚିତ୍ରକୋଣ୍ଡା ଓ ଖଲ୍ଲିକୋଟରେ ପ୍ରଚାର କରିବେ।

ଏହାପରେ ଆସନ୍ତାକାଲି ପୁଣି ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭୋଟ୍ ଗ୍ରହଣ ତାରିଖ ଯେତିକି ପାଖୋଉଛି ବିଜେପିର କେନ୍ଦ୍ର୍ରୀୟ ନେତାଙ୍କ ଘନ ଘନ ଗସ୍ତ ରାଜ୍ୟ ପ୍ରଚାର ତାତିକୁ ସରଗରମ କରିଛି।

Advertisment
State Bjp Nitin Gadkari
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe