Advertisment

ନବମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ ନୀତୀଶ

ନୀତୀଶ କୁମାର ସକାଳେ ଇସ୍ତଫା ଦେଇଥିବା ବେଳେ ସନ୍ଧ୍ୟାରେ ଶପଥ ନେଇଛନ୍ତି।

ଅଦ୍ୟତନ ହୋଇଛି
Nitish Kumar Take Oath

Nitish Kumar Take Oath

Advertisment

ବିହାର ରାଜନୀତିରେ ଘଡିକେ ଘୋଡ଼ା ଛୁଟୁଛି। ନୀତୀଶ କୁମାର ସକାଳେ ଇସ୍ତଫା ଦେଇଥିବା ବେଳେ ଏବେ ସନ୍ଧ୍ୟାରେ ଶପଥ ନେଇଛନ୍ତି। ୯ମ ଥର ପାଇଁ ବିବହାର ମୁଖ୍ୟମନ୍ତ୍ରୀ ଭାବେ ପୁଣି ଶପଥ ଗ୍ରହଣ କରିଛନ୍ତି ନୀତୀଶ କୁମାର। ରାଜଭବନରେ ତାଙ୍କୁ ରାଜ୍ୟପାଳ ପଦ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ମହାମେଣ୍ଟକୁ ବାଏ ବାଏ କହି ଏନ୍‌ଡିଏ ସମର୍ଥନରେ ସେ ପୁଣି ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି। ତାଙ୍କ ସହ ଆଉ ୮ ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି। ନୀତୀଶଙ୍କ ଏହି ଶପଥ ଗ୍ରହଣ ସମାରୋହରେ ବିଜେପି ସଭାପତି ଜେପି ନଡ୍ଡା ମଧ୍ୟ ଉପସ୍ଥିତ ଥିଲେ।

Advertisment

ସମ୍ରାଟ ଚୌଧୁରୀ, ବିଜୟ ସିହ୍ନା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏମାନଙ୍କୁ ରାଜ୍ୟପାଳ ଶପଥ ପାଠ କରାଇଛନ୍ତି। କୁଶୱା ଜାତିର ଏବଂ ବିହାର ବିଜେପି ସଭାପତି ହେଉଛନ୍ତି ସମ୍ରାଟ ଚୌଧୁରୀ। ସେ ଭେଟେରାନ ନେତା ଶକୁନି ଚୌଧୁରୀଙ୍କ ପୁଅ ଅଟନ୍ତି। ସେହିଭଳି ଲାଖୀସରାଇ ଆସନରୁ ଚାରିଥର ବିଧାୟକ ହୋଇଥିବା ବିଜୟ ସିହ୍ନା ଭୁମିହାର ଜାତିର ପ୍ରତିନିଧିତ୍ୱ କରନ୍ତି। ସେ ବିହାରର ନୂତନ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସେ ପୂର୍ବ ସରକାରରେ ଶ୍ରମ ମନ୍ତ୍ରୀ ଥିଲେ।

ସେହିପରି କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ପ୍ରେମ କୁମାର, ଶ୍ରବଣ କୁମାର, ସନ୍ତୋଷ କୁମାର ସୁମନ, ବିଜେନ୍ଦ୍ର ଯାଦବ, ସୁମିତ କୁମାର ସିଂହ ଶପଥ ନେଇଛନ୍ତି। JDU ଓ ବିଜେପିରୁ ୩ ଜଣ ଲେଖାଏଁ, HAMରୁ ଜଣେ ଓ ଜଣେ ସ୍ୱାଧିନ ବିଧାୟକ ଶପଥ ନେଇଥିବା ସୂଚନା ମିଳିଛି।

Advertisment

ଉଲ୍ଲେଖଯୋଗ୍ୟ, ଆଜି ସକାଳେ ନୀତୀଶ କୁମାର ମହାମେଣ୍ଟକୁ ବାଏ ବାଏ କହି ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହପରେ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟି ଏନ୍‌ଡିଏ ସହ ମିଶି ସରକାର ଗଠନ କରିବାକୁ ଦାବି କରିଥିଲେ। 

ବିହାରରେ ସରକାର ଗଠନ ପାଇଁ କେବଳ ୧୨୨ ଜଣ ବିଧାୟକ ଆବଶ୍ୟକ। ତେବେ ନୂଆ ସରକାର ଗଢ଼ିବା ପାଇଁ ନୀତୀଶଙ୍କୁ ୧୨୮ ବିଧାୟକଙ୍କ ସମର୍ଥନ ରହିଛି। ଏଥିରେ ୭୮ ବିଜେପି, ୪୫ ଜେଡିୟୁ, ୪ HAM (ହିନ୍ଦୁସ୍ତାନ ଆଓ୍ୱାମ ମୋର୍ଚ୍ଚା) ଓ ଜଣେ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ଜଣାଇଛନ୍ତି।

Nitish Kumar Bihar Politics Nitish Kumar Take Oath
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe