Advertisment

ବିବାଦ ପରେ ଅଭଦ୍ର ଟିପ୍ପଣୀ ପାଇଁ କ୍ଷମା ମାଗିଲେ ନୀତୀଶ କୁମାର

ନୀତୀଶ କୁମାର ଏମିତି କିଛି ଶବ୍ଦର ବ୍ୟବହାର କରିଥିଲେ, ଯାହାକୁ ଏଠାରେ କହିବା ମଧ୍ୟ ମୁସ୍କିଲ।

Nitish Kumar

Nitish Kumar

Advertisment

ଜନସଂଖ୍ୟା ନିୟନ୍ତ୍ରଣ ଓ ମହିଳାମାନଙ୍କ ଶିକ୍ଷା ଉପରେ ମତ ରଖିବା ବେଳେ ଅତ୍ୟନ୍ତ ଅଭଦ୍ର ବୟାନ ଦେଇଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଶେଷରେ କ୍ଷମା ମାଗିଛନ୍ତି। ମଙ୍ଗଳବାର ସେ ବିଧାନସଭାରେ ଜନସଂଖ୍ୟା ନିୟନ୍ତ୍ରଣରେ ମହିଳାଙ୍କ ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ ତା’ ଉପରେ ମତ ରଖିଥିଲେ। ଏହି ସମୟରେ ନୀତୀଶ କୁମାର ଏମିତି କିଛି ଶବ୍ଦର ବ୍ୟବହାର କରିଥିଲେ, ଯାହାକୁ ଏଠାରେ କହିବା ମଧ୍ୟ ମୁସ୍କିଲ।

Advertisment

ତାଙ୍କ ବୟାନକୁ ବିଭିନ୍ନ ମହଲରେ ତୀବ୍ର ସମାଲୋଚନା ମଧ୍ୟ କରାଯାଇଥିଲା। ବିବାଦ ବଢ଼ିବାରୁ ଆଜି ନୀତୀଶ କୁମାର କ୍ଷମା ମାଗିଛନ୍ତି। ସେ କହିଛନ୍ତି, “ମହିଳାମାନଙ୍କୁ ଅସମ୍ମାନ କରିବାର ମୋର ଉଦ୍ଦେଶ୍ୟ ନଥିଲା। ଯଦି ବି ମୁଁ ବ୍ୟବହାର କରିଥିବା ଶବ୍ଦ କାହାକୁ ଆଘାତ ଦେଇଛି, ତା’ହେଲେ ମୁଁ ସେସବୁ ଫେରାଇ ନେଉଛି।

ମୁଁ ଏମିତି ହିଁ ସବୁ କଥା କହିଥିଲି। ମୋ ବୟାନର ଅର୍ଥକୁ ଭୁଲ ଭାବେ ଉପସ୍ଥାପନ କରାଯାଇଛି। ମୁଁ ତ ମହିଳାମାନଙ୍କ ଶିକ୍ଷାର କଥା କହିଥିଲି। ତଥାପି ଯଦି ମୋ ବୟାନରେ କେହି ଆଘାତ ପାଇଛନ୍ତି, ତା’ହେଲେ ମୁଁ କ୍ଷମା ମାଗୁଛି।”

Advertisment

ନୀତୀଶ କୁମାର ବିହାରର ଜନ୍ମ ହାର ୪.୨ରୁ ୨.୯%କୁ କେମିତି ଖସିଲା, ତା’ର ଉତ୍ତର ରଖିବା ବେଳେ ଅଭଦ୍ର ଶବ୍ଦର ପ୍ରୟୋଗ କରିଥିଲେ। ଏହାକୁ ବିଜେପି ଓ ଜାତୀୟ ମହିଳା କମିଶନ ଅଧ୍ୟକ୍ଷ ରେଖା ଶର୍ମା ମଧ୍ୟ ବିରୋଧ କରିଥିଲେ। ଜାତୀୟ ମହିଳା କମିଶନ ପକ୍ଷରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କ୍ଷମା ମାଗନ୍ତୁ ବୋଲି ମଧ୍ୟ ଦାବି କରାଯାଇଥିଲା। 

ନୀତୀଶ କୁମାର ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଝିଅମାନେ ଶିକ୍ଷିତ ହେବା ଦରକାର ବୋଲି କହିଥିଲେ। ଏହାଦ୍ୱାରା ବିବାହ ପରେ ସେ ତାଙ୍କ ସ୍ୱାମୀଙ୍କୁ ଛୁଆ କରିବା ବେଳେ ବୁଝାଇ ପାରିବେ ବୋଲି ନୀତୀଶ କୁମାର ମତ ରଖିଥିଲେ। ଏ ବିଷୟରେ କହିବା ବେଳେ ସେ ଛୁଆ କେମିତି ହୁଏ ଓ ଜଣେ ଶିକ୍ଷିତ ଝିଅ କେମିତି ଛୁଆ କରିବା ବେଳେ ସ୍ୱାମୀଙ୍କୁ ବୁଝାଇ ପାରିବେ, ସେ ସମ୍ପର୍କରେ ବିସ୍ତୃତ ଭାବେ କହିଥିଲେ। ଏକଥା ଶୁଣି ତାଙ୍କ ପାଖରେ ବସିଥିବା ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ମଧ୍ୟ ସ୍ମିତ ହାସ୍ୟ ଦେଇଥିଲେ। ମହିଳା ସଦସ୍ୟମାନେ ଲାଜରେ ମୁହଁ ତଳକୁ କରି ଦେଇଥିଲେ।

ବିବାଦ ବଢ଼ୁଥିବା ବେଳେ ତେଜସ୍ୱୀ ଯାଦବ କିନ୍ତୁ ନୀତୀଶ କୁମାରଙ୍କ ଓକିଲାତି କରିଥିଲେ। ମୁଖ୍ୟମନ୍ତ୍ରୀ ସ୍କୁଲରେ ସେକ୍ସ ଏଡୁକେସନ ସମ୍ପର୍କରେ ମତ ରଖିଥିବା କହିଛନ୍ତି।

Bihar Nitish Kumar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe