/odisha-reporter/media/post_attachments/uploadimage/library/16_9/16_9_0/IMAGE_1721836033.jpg)
Nitish Kumar
ବିଧାନସଭାରେ ବିରୋଧର ସମ୍ମୁଖୀନ ହେବା ପରେ ନିଜ ରାଗ ଉପରୁ ନିୟନ୍ତ୍ରଣ ହରାଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ସେ ନିଜର ରାଗ ବିରୋଧୀ ଆରଜେଡିର ଜଣେ ବିଧାୟକଙ୍କ ଉପରେ କାଢ଼ିଛନ୍ତି। ସେ ବିଧାୟକଙ୍କୁ ପ୍ରଶ୍ନ କରିଛନ୍ତି ଯେ “ଆପଣ ଜଣେ ମହିଳା, ଆପଣ କିଛି ଜାଣିଛନ୍ତି କି?”
ନୀତୀଶ କୁମାରଙ୍କ ଏପରି ବୟାନକୁ ଆରଜେଡି ନେତା ତେଜସ୍ୱୀ ଯାଦବ ଜୋରଦାର ବିରୋଧ କରିଛନ୍ତି। ମହିଳାଙ୍କ ବିରୋଧରେ ଏପରି ବୟାନ ଦେବାରେ ନୀତୀଶ କୁମାର ବେଶ ଅଭ୍ୟସ୍ଥ ବୋଲି ସେ କହିଛନ୍ତି।
ଆଜି ବିଧାନସଭା ଆରମ୍ଭ ହେବା ମାତ୍ରେ ନୀତୀଶ କୁମାର ଆରଜେଡି ଓ କଂଗ୍ରେସ ବିଧାୟକଙ୍କ ବିରୋଧର ସମ୍ମୁଖୀନ ହୋଇଥିଲେ। ବିହାର ପାଇଁ ସଂରକ୍ଷଣ ଓ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ହାସଲ କରିବାରେ ନୀତୀଶ କୁମାର ବିଫଳ ହୋଇଥିବାରୁ ବିରୋଧୀ ତାଙ୍କ ବିରୋଧରେ ନାରାବାଜୀ କରିଥିଲେ।
ଗତ ମାସରେ ପାଟଣା ହାଇକୋର୍ଟ ନୀତୀଶ ସରକାର ଆଣିଥିବା ସଂରକ୍ଷଣ ବ୍ୟବସ୍ଥାକୁ ରଦ୍ଦ କରିଥିଲେ। ସେହିପରି କେନ୍ଦ୍ର ସରକାର ବିହାରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ମିଳିବ ନାହିଁ ବୋଲି ଦିନକ ତଳେ ସ୍ପଷ୍ଟ କରିଥିଲେ।
महिला हो कुछ जानती हो? महिलाओं पर ओछी, गैर वांछित, असभ्य, अशिष्ट एवं निम्नस्तरीय टिप्पणियाँ करना मा॰ मुख्यमंत्री नीतीश कुमार की आदत में शुमार हो चुका है। प्रदेश के लिए यह अत्यधिक गंभीर व चिंतनीय विषय है।
CM ने कुछ दिन पूर्व आदिवासी वर्ग की BJP की महिला MLA पर भी सुंदरता संबंधित… pic.twitter.com/XdTiok7uIU
— Tejashwi Yadav (@yadavtejashwi) July 24, 2024
ଏହି ଦୁଇ ଝଟକା ପରେ ଆଜି ବିରୋଧୀ ନୀତୀଶ କୁମାରଙ୍କୁ ବିଧାନସଭାରେ ଘେରିଛନ୍ତି। ବିଧାନସଭାରେ ନୀତୀଶ କୁମାର କହିଥିଲେ ଯେ ପାଟନା ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବାକୁ ସରକାର ପଦକ୍ଷେପ ନେଉଛନ୍ତି। କିନ୍ତୁ ଏହା ବିରୋଧୀଙ୍କୁ ସନ୍ତୁଷ୍ଟ କରିପାରି ନଥିଲା।
ମୁଖ୍ୟମନ୍ତ୍ରୀଙ୍କ ଭାଷଣ ବେଳେ ନାରାବାଜୀ ଚାଲିବାରୁ ନୀତୀଶ କୁମାର ପୂରା ରାଗି ଯାଇଥିଲେ। ସେ ଜଣେ ଆରଜେଡିର ମହିଳା ବିଧାୟକଙ୍କୁ ଟାର୍ଗେଟ କରି କହିଥିଲେ, “ଆରେ ଆପଣ ଜଣେ ମହିଳା, ଆପଣ କିଛି ବି ଜାଣିଛନ୍ତି କି? ଦେଖନ୍ତୁ, ସେ କେମିତି କଥା କହୁଛନ୍ତି?” ଏହାକୁ ମହିଳା ବିରୋଧୀ ବୟାନ କହି ବିରୋଧୀ ପୁଣି ବିରୋଧ କରିଥିଲେ।
ନୀତୀଶ କୁମାର ଏହାକୁ ଖାତିର ନ କରି କହିଥିଲେ, “ଆପଣମାନେ କେବେ ମହିଳାଙ୍କ ପାଇଁ କିଛି କରିଛନ୍ତି? ଅଯଥା କଥା କୁହନ୍ତୁ ନାହିଁ। ଫାଲତୁ କଥା। ଏଥିପାଇଁ କହୁଛି, ଚୁପଚାପ ଶୁଣନ୍ତୁ। ଆରେ କ’ଣ ହେଲା? ଶୁଣିବ ନାହିଁ? ମୁଁ ତ ଶୁଣେଇବି। ଯଦି ଆପଣମାନେ ନ ଶୁଣିବେ, ତା’ହେଲେ ଏହା ଆପଣମାନଙ୍କ ଭୁଲ।” ତଥାପି ବିରୋଧୀ ଚୁପ ହୋଇ ନଥିଲେ। ନୀତୀଶ କୁମାର ନାରାବାଜୀ ଭିତରେ ନିଜର ମତ ରଖିଥିଲେ।
ଘଟଣା ଉପରେ ପ୍ରତିକ୍ରିୟା ଦେଇ ତେଜସ୍ୱୀ ଯାଦବ କହିଛନ୍ତି, “ଆପଣ ଜଣେ ମହିଳା, କିଛି ଜାଣିଛ କି? ମହିଳାଙ୍କ ଉପରେ ଏପରି ଉଚ୍ଚ ସ୍ୱର, ନିମ୍ନ, ଅସଭ୍ୟ ଓ ନିମ୍ନସ୍ତରୀୟ ଟିପ୍ପଣୀ କରିବା ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଅଭ୍ୟାସ ହୋଇଗଲାଣି। ରାଜ୍ୟ ପାଇଁ ଏହା ଅତ୍ୟନ୍ତ ଗମ୍ଭୀର ଓ ଚିନ୍ତାର ବିଷୟ।
ମୁଖ୍ୟମନ୍ତ୍ରୀ କିଛି ଦିନ ତଳେ ଆଦିବାସୀ ବର୍ଗର ବିଜେପିର ମହିଳା ବିଧାୟକଙ୍କ ଉପରେ ମଧ୍ୟ ସୁନ୍ଦରତା ସମ୍ବନ୍ଧରେ ଅଭଦ୍ର ଟିପ୍ପଣୀ କରିଥିଲେ। ଆଜି ଅନୁସୂଚିତ ଜାତିରୁ ଦୁଇ ଥର ବିଧାୟକ ହୋଇଥିବା ରେଖା ପାଶୱାନଙ୍କ ଉପରେ ଟିପ୍ପଣୀ କରିଛନ୍ତି। ସୃଷ୍ଟିର ସବୁଠାରୁ ବଡ଼ ଜ୍ଞାତା, ମଧ୍ୟସ୍ଥତା, ଉପସ୍ଥାପକ ଓ ରଚୟତା ହେଉଛନ୍ତି ଆଦରଣୀୟ ନୀତୀଶଜୀ। ତାଙ୍କୁ ଛାଡ଼ି ଆଉ କାହାକୁ କିଛି ଜଣା ନାହିଁ।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
