Advertisment

Nitish Kumar ବିହାର ରାଜନୀତିରେ ହଲଚଲ: ମୁଖ୍ୟମନ୍ତ୍ରୀ ପଦ ଛାଡ଼ି ରାଜ୍ୟସଭା ଯାଇପାରନ୍ତି ନୀତିଶ,ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲ!

ଆସନ୍ତାକାଲି ଅର୍ଥାତ୍ ମାର୍ଚ୍ଚ ୫ତାରିଖ ପୂର୍ବାହ୍ନ ସାଢ଼େ ୧୧ଟା ସମୟରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ଜଣାପଡ଼ିବା ପରେ ଦେଶର ରାଜନୀତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।

Nitish-kumar
Advertisment

ବିହାର ରାଜନୀତିରେ ବଡ଼ଧରଣର ହଲଚଲ । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିଜ ପଦରୁ   ଇସ୍ତଫା ଦେଇ ରାଜ୍ୟସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ଏପରିକି ଏଥିପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ଶେଷ ହୋଇସାରିଛି । ଆସନ୍ତାକାଲି ଅର୍ଥାତ୍ ମାର୍ଚ୍ଚ ୫ତାରିଖ ପୂର୍ବାହ୍ନ ସାଢ଼େ ୧୧ଟା ସମୟରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ଜଣାପଡ଼ିବା ପରେ ଦେଶର ରାଜନୀତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।

Advertisment


ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଦୀର୍ଘବର୍ଷ ଧରି ବିହାରର ମୁଖ୍ୟମନ୍ତ୍ରୀ ଥିବା ନୀତିଶ କୁମାର(Bihar CM Nitish Kumar) ଏବେ ଜାତୀୟ ରାଜନୀତିକୁ ଫେରିବେ। ସେ ମୁଖ୍ୟମନ୍ତ୍ରୀ ପଦରୁ ଓହରିବା ପରେ ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବି କରାଯାଇପାରେ ବୋଲି ଆଲୋଚନା ହେଉଛି । ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ମଧ୍ୟ ଆସନ୍ତାକାଲି ପାଟନା ପହଂଚିବାର କାର୍ଯ୍ୟକ୍ରମ ରହିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ଓ ନୀତିଶ କୁମାରଙ୍କ ନାମାଙ୍କନ ପତ୍ର ଦାଖଲ ସମୟରେ ଶ୍ରୀ ଶାହ ଉପସ୍ଥିତ ରହିବାର ସମ୍ଭାବନା ରହିଛି । 

ଆହୁରି ମଧ୍ୟ ଚର୍ଚ୍ଚା ହେଉଛି ଯେ, ନୀତିଶଙ୍କ ପୁଅ ନିଶାନ୍ତ କୁମାରଙ୍କୁ ରାଜ୍ୟ ରାଜନୀତିରେ ବଡ଼ ଦାୟିତ୍ୱ ମିଳିପାରେ । ନୀତିଶ କୁମାର ଦିଲ୍ଲୀ ଯିବା ପରେ ତାଙ୍କ ପୁଅ ନିଶାନ୍ତଙ୍କୁ ଉପମୁଖ୍ୟମନ୍ତ୍ରୀ ପଦରେ ଅବସ୍ଥାପିତ କରାଯାଇପାରେ । ବିଜେପିର ମୁଖ୍ୟମନ୍ତ୍ରୀ ଓ ନୀତିଶଙ୍କ ଜେଡିୟୁରୁ ଦୁଇଜଣଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ମିଳିପାରେ ବୋଲି ଜଣାପଡ଼ିଛି ।

Advertisment

ଯଦି ନୀତିଶ କୁମାର ରାଜ୍ୟସଭାକୁ ଯାଆନ୍ତି ତେବେ ସେ ଦେଶର ହାତଗଣତି ନେତାଙ୍କ ମଧ୍ୟରେ ସାମିଲ ହେବେ, ଯିଏକି ବିଧାନସଭା, ବିଧାନ ପରିଷଦ, ଲୋକସଭା ଓ ରାଜ୍ୟସଭା ଭଳି ସମସ୍ତ ସଦନର ସଦସ୍ୟ ହେବାର ଗୌରବ ଅର୍ଜନ କରିବେ ।

ତେବେ ନୀତିଶ କୁମାର ରାଜ୍ୟସଭା ନାମାଙ୍କନ ପତ୍ର ଦାଖଲ କରିବେ କି ନାହିଁ ତାକୁ ନେଇ ଆନୁଷ୍ଠାନିକ ଭାବେ ଜେଡିୟୁ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।

Bihar CM Nitish Kumar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe