Advertisment

ଭାଙ୍ଗିଯିବ ବିହାର ସରକାର! ପୁଣି ମୁଖ୍ୟମନ୍ତ୍ରୀ ହେବ ନୀତୀଶ କୁମାର

ଆସନ୍ତା ଜାନୁଆରୀ 28ରେ ଜେଡିୟୁ-ବିଜେପି ସରକାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ନୀତୀଶ କୁମାର।

author-image
Debibandita Barick
ଅଦ୍ୟତନ ହୋଇଛି
Nitish Kumar

Nitish Kumar

ଶେଷରେ ଭାଙ୍ଗିବାକୁ ଯାଉଛି ଆରଜେଡି-ଜେଡିୟୁ ମେଣ୍ଟ। ବିହାରରେ ଗଠନ ହୋଇପାରେ ବିଜେପି-ଜେଡିୟୁ ସରକାର। ଆସନ୍ତା ଜାନୁଆରୀ 28ରେ ଜେଡିୟୁ-ବିଜେପି ସରକାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ନୀତୀଶ କୁମାର।

Advertisment

ବିଶେଷ ସୂତ୍ରରୁ ପ୍ରକାଶ ରିପୋର୍ଟ ଅନୁସାରେ, ଆସନ୍ତା ରବିବାର ନୀତୀଶ କୁମାର ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି। ବର୍ତ୍ତମାନ ଜନତା ଦଳ (ୟୁନାଇଟେଡ୍) ଏବଂ ରାଷ୍ଟ୍ରୀୟ ଜନତା ଦଳ ସରକାରରେ ମୁଖ୍ୟମନ୍ତ୍ରୀ ଥିବା ନୀତୀଶ ବିଜେପି-ଜେଡିୟୁ ସରକାରର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। 

ଭାରତ ରତ୍ନ ସମ୍ମାନ ପାଇଁ କର୍ପୂରୀ ଠାକୁରଙ୍କ ନାମ ଘୋଷଣା ପରେ ବଦଳିଯାଇଛି ବିହାରର ରାଜନୈତିକ ସମୀକରଣ। ନୀତୀଶ କୁମାର କେନ୍ଦ୍ର ସରକାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭୂରି ଭୂରି ପ୍ରଶଂସା କରିଥିଲେ। ଏହାପରେ ସେ ବିଜେପିରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। ଗତକାଲି ମଧ୍ୟ ଏକ ବଡ ଧରଣର ମାନସ ମନ୍ଥନ ହୋଇଥିଲା।

Advertisment

ଶେଷରେ ଜେଡିୟୁ ବିଜେପି ସହ ଗଠବନ୍ଧନ କରିବାକୁ ଯାଉଥିବା ବିଶେଷ ସୂତ୍ରରୁ ପ୍ରକାଶ ପାଇଛି।

Nitish Kumar Bihar Politics RJD JD(U)-BJP Govt In Bihar