Advertisment

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ନୀତୀଶ କୁମାର, କହିଲେ ଏଥର ଆଉ NDA ଛାଡି ଯିବିନି

ନ୍ୟାସନାଲ ଡେମୋକ୍ରାଟିକ ଆଲାଏନ୍ସ (ଏନଡିଏ) ମେଣ୍ଟକୁ ବାହୁଡିବା ପରେ ପ୍ରଥମ କରି ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କରିଛନ୍ତି ନୀତୀଶ।

author-image
Debibandita Barick
Narendra Modi & Nitish Kumar

Narendra Modi & Nitish Kumar

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ନ୍ୟାସନାଲ ଡେମୋକ୍ରାଟିକ ଆଲାଏନ୍ସ (ଏନଡିଏ) ମେଣ୍ଟକୁ ବାହୁଡିବା ପରେ ପ୍ରଥମ କରି ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କରିଛନ୍ତି ନୀତୀଶ। ଏହି ସମୟରେ ସେ ଆଉ କେବେବି ଏନଡିଏ ଛାଡି ଯିବେନାହିଁ ବୋଲି କହିଛନ୍ତି। 

Advertisment

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଜେଡି (ୟୁ) ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନାତୀଶ କୁମାର 1995ରୁ ବିଜେପି ସହ ତାଙ୍କ ସମ୍ପର୍କକୁ ଦୋହରାଇ କହିଛନ୍ତି, ମୁଁ ହୁଏତ ପୂର୍ବରୁ ଦୁଇ ଦୁଇ ଥର ଏନଡିଏ ଛାଡିଥିଲି, ହେଲେ ଏବେ ଆଉ ଛାଡି ଯିବିନି। ଆମେ ଏନଡିଏରେ ହିଁ ରହିବୁ।

ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ପରେ ନୀତୀଶ କୁମାର ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଛନ୍ତି। ଏହି ସମୟରେ ବିହାର ସହ ଜଡିତ ଅନେକ ଶାସନ ତଥା ରାଜନୈତିକ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ଆସନ୍ତା ଫେବୃଆରୀ 12ରେ ନୀତୀଶଙ୍କ ସରକାର ବିଧାନସଭାରେ ଆସ୍ଥା ଭୋଟର ସମ୍ମୁଖୀନ ହେବାର ପାଞ୍ଚ ଦିନ ପୂର୍ବରୁ ଏହି ବୈଠକ ବସିଥିଲା।

Advertisment

ବିହାରର ଆରଜେଡି ଓ ଜେଡିୟୁ ମିଳିତ ଭାବେ ସରକାର ଗଢିଥିଲେ। ନିକଟରେ ମେଣ୍ଟ ସରକାର ଭାଙ୍ଗି ଏନଡିଏ ସହ ମିଶି ନବମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ନୀତୀଶ କୁମାର। ଜାନୁଆରୀ 28ରେ ନୀତୀଙ୍କ ସହ ଆଠ ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଥିଲେ। ଆସନ୍ତା ଫେବୃଆରୀରେ ଆସ୍ଥା ଭୋଟର ସାମ୍ନା କରିବ ନୀତୀଶ ସରକାର। 

BIhar CM Nitish Meets PM Modi Nda Nitish Kumar