Advertisment

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତୀଶ କୁମାର

ମହାମେଣ୍ଟକୁ ମହା ଝଟକା।

author-image
Manoj Swain

ଇସ୍ତଫା ଦେଲେ ଜେଡିୟୁ ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ରାଜଭବନରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ ଭେଟି ଇସ୍ତଫା ପତ୍ର ପଠାଇଛନ୍ତି ନୀତୀଶ। ଆରଜେଡି ସହ ମେଣ୍ଟ ଭାଙ୍ଗି ପୁଣି ବିଜେପିରେ ମିଶିବେ ନୀତୀଶ। ଇସ୍ତଫା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ନୀତୀଶ କୁମାର କହିଛନ୍ତି, 'ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛି। ଦେଢ଼ ବର୍ଷରେ ମେଣ୍ଟରେ କିଛି ସ୍ଥିତି ଠିକ୍ ଲାଗିଲାନି। ଏବେ ନୂଆ ମେଣ୍ଟ ସହ ଆଗକୁ ବଢ଼ିବା । ଦଳର ସବୁ ନେତା ନିଷ୍ପତ୍ତି ନେବେ । ନିଷ୍ପତ୍ତି ହୋଇଗଲେ ଆଜି ପୁଣି ସରକାର ଗଢ଼ିବା।

Advertisment
Nitish Kumar Resigned Bihar