Advertisment

ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତୀଶ କୁମାର

ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର।

ଅଦ୍ୟତନ ହୋଇଛି
Nitish Kumar

Nitish Kumar

Advertisment

ସରଗରମ ବିହାର ରାଜନୀତି। ଇସ୍ତଫା ଦେଲେ ଜେଡିୟୁ ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ନିଜ ଦଳର ବିଧାୟକମାନଙ୍କ ସହ ବୈଠକରେ ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ନୀତୀଶ।

Advertisment

ରାଜଭବନରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ ଭେଟି ଇସ୍ତଫା ପତ୍ର ପଠାଇଛନ୍ତି। ଏଥିସହ ଆରଜେଡି ସହ ଜେଡିୟୁର ମହାଗଠବନ୍ଧନକୁ ଭାଙ୍ଗିବାକୁ ରାଜ୍ୟପାଳଙ୍କୁ ପ୍ରସ୍ତାବ ଦେଇଛନ୍ତି ନୀତୀଶ। ଖୁବଶୀଘ୍ର ବିହାରରେ ଗଠନ ହେବାକୁ ଯାଉଛି ନୂଆ ସରକାର।

ଆରଜେଡି ସହ ମେଣ୍ଟ ଭାଙ୍ଗି ପୁଣି ବିଜେପିରେ ମିଶିବେ ନୀତୀଶ। ଆଜି ସନ୍ଧ୍ୟା 5ଟାରେ ଜେଡିୟୁ-ବିଜେପି ମେଣ୍ଟ ସରକାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ନୀତୀଶ କୁମାର। ସେ ବିହାର ବିଧାନସଭାର ନବମ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି।  

Advertisment

ଇସ୍ତଫା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ନୀତୀଶ କୁମାର କହିଛନ୍ତି, 'ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛି। ସରକାର ଭଙ୍ଗ ପାଇଁ ମଧ୍ୟ ରାଜ୍ୟପାଳଙ୍କୁ ପ୍ରସ୍ତାବ ଦେଇଛି। ଦଳର ନିଷ୍ପତ୍ତି ଆଧାରରେ ମୁଁ ଇସ୍ତଫା ଦେଇଛି।' 

Bihar CM Resigned Nitish Kumar Resigned Bihar Politics JDU
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe