Advertisment

ନୀତୀଶ କୁମାରଙ୍କ ବୟାନକୁ ନେଇ ଚର୍ଚ୍ଚା: ଇଣ୍ଡିଆ ମେଣ୍ଟ ସକ୍ରିୟ ନ ହେବା ପଛରେ କଂଗ୍ରେସ

କଂଗ୍ରେସ ୫ ରାଜ୍ୟର ବିଧାନସଭା ନିର୍ବାଚନକୁ ନେଇ ଅତି ବ୍ୟବସ୍ଥା ଦେଖାଉଛି। ତେଣୁ କିଛି ମାସ ତଳେ ଇଣ୍ଡିଆ ମେଣ୍ଟ ଯେଉଁଭଳି ସକ୍ରିୟତା ଦେଖାଇଥିଲା, ଏବେ ସେମିତି କିଛି ଗତି ହାସଲ କରିପାରୁ ନଥିବା ନୀତୀଶ କହିଛନ୍ତି।

Nitish Kumar

Nitish Kumar

Advertisment

ବିଜେପି ବିରୋଧରେ ଲଢ଼ିବା ପାଇଁ ବିରୋଧୀ ଗଠନ କରିଥିବା ଇଣ୍ଡିଆ ମେଣ୍ଟରେ କିଛି ବି ଠିକଠାକ ଚାଲି ନାହିଁ। ପ୍ରଥମେ ଅଖିଲେଶ ଯାଦବ ମେଣ୍ଟର ଭବିଷ୍ୟତ ନେଇ କଂଗ୍ରେସକୁ ସମାଲୋଚନା କରିଥିଲେ। ଏବେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଇଣ୍ଡିଆ ମେଣ୍ଟ ସକ୍ରିୟ ଭାବେ କାର୍ଯ୍ୟ ନ କରିବା ପଛରେ କଂଗ୍ରେସ ରହିଛି ବୋଲି କହିଛନ୍ତି।

Advertisment

କଂଗ୍ରେସ ୫ ରାଜ୍ୟର ବିଧାନସଭା ନିର୍ବାଚନକୁ ନେଇ ଅତି ବ୍ୟବସ୍ଥା ଦେଖାଉଛି। ତେଣୁ କିଛି ମାସ ତଳେ ଇଣ୍ଡିଆ ମେଣ୍ଟ ଯେଉଁଭଳି ସକ୍ରିୟତା ଦେଖାଇଥିଲା, ଏବେ ସେମିତି କିଛି ଗତି ହାସଲ କରିପାରୁ ନଥିବା ନୀତୀଶ କହିଛନ୍ତି।

ସିପିଆଇ ପକ୍ଷରୁ ବିହାରର ପାଟନା ଠାରେ ‘ବିଜେପି ହଟାଅ, ଦେଶ ବଞ୍ଚାଅ’ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ନୀତୀଶ କୁମାର ଯୋଗ ଦେଇ କେନ୍ଦ୍ରର କ୍ଷମତାସୀନ ବିଜେପିକୁ ହଟାଇବା ପାଇଁ ସମସ୍ତେ ଏକାଠି ହୋଇଥିବା କହିଛନ୍ତି।

Advertisment

ସେ କହିଛନ୍ତି, “ବିରୋଧୀ ଏକାଠି ମେଣ୍ଟ କରିଛନ୍ତି। କିନ୍ତୁ ମେଣ୍ଟ ସେତେଟା ସକ୍ରିୟ ହୋଇପାରୁନି। କଂଗ୍ରେସ ପାର୍ଟି ୫ ରାଜ୍ୟର ବିଧାନସଭା ନିର୍ବାଚନରେ ଅଧିକ ଫୋକସ କରୁଛି।

ଇଣ୍ଡିଆ ମେଣ୍ଟରେ ଥିବା ସବୁ ଦଳ କଂଗ୍ରେସକୁ ନେତୃତ୍ୱ ଦେବାକୁ ରାଜି ହୋଇଥିଲେ। କିନ୍ତୁ ଏବେ ଲାଗୁଛି ସେମାନେ ମେଣ୍ଟ ପ୍ରତି ନିର୍ବାଚନ ପରେ ଧ୍ୟାନ ଦେବେ। ସେହିପରି ନିର୍ବାଚନ ପରେ ପରବର୍ତ୍ତୀ ମିଟିଂ ଡାକିବେ।”

Nitish Kumar Congress India Opposition
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe