Advertisment

ମୋଦି ୩.୦ ସରକାର: ଅଗ୍ନିପଥ ଯୋଜନାର ପୁନର୍ବିଚାର ପାଇଁ କହିଲା ନୀତୀଶ କୁମାରଙ୍କ ଜେଡିୟୁ

ବିଜେପି ନେତ୍ୱାଧୀନ ଏନଡିଏରେ ଥିବା ଜେଡିୟୁ ଆଜି ମୋଦି ୨.୦ ସରକାର ଆରମ୍ଭ କରିଥିବା ଅଗ୍ନିପଥ ଯୋଜନାର ପୁନର୍ବିଚାର କରିବାକୁ ଦାବି କରିଛି।

author-image
Hemant Lenka
Nitish Kumar

Nitish Kumar

କେନ୍ଦ୍ରରେ ତୃତୀୟ ପାଳି ସରକାର ଆରମ୍ଭ କରିବାକୁ ଯାଉଥିବା ବିଜେପି କଡ଼ା ପରୀକ୍ଷା ସାମ୍ନା କରିବା ଏକପ୍ରକାରର ସ୍ପଷ୍ଟ ହୋଇଛି। ସାଧାରଣ ନିର୍ବାଚନରେ ବିଜେପି ଏକାକୀ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହାସଲ କରି ପାରି ନଥିବାରୁ ଏବେ ସହଯୋଗୀ ଦଳଗୁଡ଼ିକ ନିଜ ନିଜର ଦାବି ଉପସ୍ଥାପନ କରିବା ଆରମ୍ଭ କରି ଦେଇଛନ୍ତି।

Advertisment

ମୋଦି ୩.୦ ସରକାରରେ ଜେଡିୟୁ ଓ ଟିଡିପି କିଙ୍ଗ ମେକର ସାଜିଛନ୍ତି। ଏମାନଙ୍କ ସମର୍ଥନ ଉପରେ ମୋଦି ୩.୦ ସରକାରର ଭାଗ୍ୟ ନିର୍ଭର କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ନୀତୀଶ କୁମାରଙ୍କ ଜେଡିୟୁ ଏବେ ବଡ଼ ଦାବି ଉପସ୍ଥାପନ କରିଛି।

ବିଜେପି ନେତ୍ୱାଧୀନ ଏନଡିଏରେ ଥିବା ଜେଡିୟୁ ଆଜି ମୋଦି ୨.୦ ସରକାର ଆରମ୍ଭ କରିଥିବା ଅଗ୍ନିପଥ ଯୋଜନାର ପୁନର୍ବିଚାର କରିବାକୁ ଦାବି କରିଛି। ସେନା ବାହିନୀରେ ୪ ବର୍ଷିଆ ନିଯୁକ୍ତି ପାଇଁ ମୋଦି ୨.୦ ସରକାର ଅଗ୍ନିପଥ ଯୋଜନା ଲାଗୁ କରିଥିଲେ।

Advertisment

ଏହାକୁ କଂଗ୍ରେସ ସମେତ ବିଭିନ୍ନ ମହଲରେ ବିରୋଧ କରାଯାଉଛି। କିନ୍ତୁ କେନ୍ଦ୍ର ସରକାର ଏହାକୁ ଏଯାଏ ପ୍ରତ୍ୟାହାର କରି ନାହାନ୍ତି। ହେଲେ ଏବେ ଜେଡିୟୁ ପକ୍ଷରୁ ଏହାର ସମୀକ୍ଷା କରିବାକୁ ଦାବି କରାଯିବ ବୋଲି କୁହାଯାଇଛି।

ଜେଡିୟୁ ନେତା କେସି ତ୍ୟାଗୀ କହିଛନ୍ତି, ଅଗ୍ନିପଥ ଯୋଜନା ବିରୋଧରେ ବିଭିନ୍ନ ମହଲରେ କ୍ରୋଧ ଓ ଅସନ୍ତୋଷ ରହିଛି। ଏହା ନିର୍ବାଚନ ବେଳେ ମଧ୍ୟ ଦୃଶ୍ୟମାନ ହୋଇଛି। ତେଣୁ ଅଗ୍ନିପଥ ଯୋଜନାର ପୁନର୍ବିଚାର ହେବା ଦରକାର। ବିଭିନ୍ନ ସ୍ଥାନରେ ଏହା ବିରୋଧରେ ମତ ପ୍ରକାଶ ପାଇଛି। ନିର୍ବାଚନ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଥିଲା।

ଯେତେବେଳେ ଅଗ୍ନିପଥ ଯୋଜନା ଲାଗୁ ହୋଇଥିଲା ସେତେବେଳେ ସେନା ବାହିନୀର ଗୋଟିଏ ବଡ଼ ଅଂଶ ଏଥିରେ ଏକମତ ହୋଇ ନଥିଲେ। ନିର୍ବାଚନ ସମୟରେ ସେମାନଙ୍କ ପରିବାର ଲୋକ ମଧ୍ୟ ବିକ୍ଷୋଭ କରିଥିଲେ। ତେଣୁ ଏହା ଉପରେ ଆଲୋଚନା ହେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

ଏକକ ନାଗରିକ ସଂହିତା ସମ୍ପର୍କରେ ମଧ୍ୟ କେସି ତ୍ୟାଗୀ ମତ ରଖିଛନ୍ତି। ସେ କହିଛନ୍ତି, “ଏକକ ନାଗରିକ ସଂହିତା ଆମର ଆଭିମୁଖ୍ୟ ସ୍ପଷ୍ଟ ରହିଛି। ଏ ପ୍ରସଙ୍ଗରେ ସମସ୍ତ ଅଂଶିଦାରଙ୍କ ସହ ଆଲୋଚନା ହେବା ଉଚିତ।

ସେମାନଙ୍କ ମତାମତକୁ ମଧ୍ୟ ବିଚାରକୁ ନେବା ଦରକାର। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ୟୁସିସି ପ୍ରସଙ୍ଗରେ ଆଇନ କମିଶନର ଅଧ୍ୟକ୍ଷଙ୍କୁ ମଧ୍ୟ ଚିଠି ଲେଖିଥିଲେ। କିନ୍ତୁ ଏହା ଉପରେ ବିସ୍ତୃତ ଆଲୋଚନା ହେବା ଉଚିତ। ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରି ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେଲେ ଭଲ।”

Nitish Kumar Lok Sabha Elections 2024