Advertisment

ନୀତି ଆୟୋଗ ବୈଠକକୁ ଗଲେନି ନୀତୀଶ କୁମାର

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗ ବୈଠକ ବସିଛି।

Nitish Kumar & Narendra Modi

Nitish Kumar & Narendra Modi

Advertisment

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗର ନବମ ବୈଠକ ବସି ଥିବାବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏଥିରେ ଯୋଗ ଦେଇ ନାହାନ୍ତି। ବହୁ ଅଣବିଜେପି ଶାଶିତ ରାଜ୍ୟ ମୁଖ୍ୟମନ୍ତ୍ରୀମାନେ ଏହି ବୈଠକକୁ ବୟକଟ୍ କରିଛନ୍ତି।

Advertisment

କିନ୍ତୁ ବିଜେପି ନେତୃତ୍ୱାଧୀନ ଏନଡିଏର ନୀତୀଶ କୁମାରଙ୍କ ଜନତା ଦଳ(ୟୁନାଇଟେଡ) ସଦସ୍ୟ ଥିଲେ ମଧ୍ୟ ସେ ଏହି ବୈଠକରେ ଯୋଗ ଦେଇନଥିବା ଜଣାପଡ଼ିଛି। ବିହାର ପକ୍ଷରୁ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏବଂ ବିଜୟ କୁମାର ସିହ୍ନା ନୀତି ଆୟୋଗ ବୈଠକରେ ଯୋଗ ଦେଇଛନ୍ତି। 

ତେବେ ନୀତୀଶ କୁମାର କାହିଁକି ଯୋଗ ଦେଇନାହାନ୍ତି, ତାହା ଜଣାପଡ଼ି ନାହିଁ। ବିଶେଷ ସୂତ୍ରରୁ ପ୍ରକାଶ ରିପୋର୍ଟ ଅନୁସାରେ, କେନ୍ଦ୍ର ପୁଡୁଚେରୀର ବଜେଟ ପ୍ରସ୍ତାବକୁ ଅନୁମୋଦନ ଦେଇଥିଲେ, ଯାହାକୁ ନେଇ ନୀତୀଶ କୁମାର ନୀତି ଆୟୋଗ ବୈଠକରେ ତାଙ୍କର କୌଣସି ଆବଶ୍ୟକତା ନଥିବା ଅନୁଭବ କରି ଯୋଗ ଦେଇନଥିବା କୁହାଯାଉଛି। 

Advertisment

କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗ ବୈଠକ ଅନୁଷ୍ଠିତ ହୋଇଥାଏ। ଏଥିରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ରଶାସିତ ଅଞ୍ଚଳର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଏବଂ ଏକାଧିକ କେନ୍ଦ୍ରମନ୍ତ୍ରୀ ଯୋଗ ଦେଇଥାନ୍ତି। 

ଆଜିର ବୈଠକରେ ବିଜେପି ଶାସିତ ରାଜ୍ୟଗୁଡିକର ମୁଖ୍ୟମନ୍ତ୍ରୀମାନଙ୍କୁ ସରକାରଙ୍କ ପ୍ରମୁଖ ସଫଳତା ବାବଦରେ ଆଲୋଚନା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେମାନଙ୍କ ରାଜ୍ୟରେ ସରକାରଙ୍କ ପ୍ରଦର୍ଶନ ଏବଂ ସରକାରୀ ଯୋଜନା କିପରି କାର୍ଯ୍ୟକାରୀ ହେଉଛି ସେ ବାବଦରେ ଆଲୋଚନା କରିବାକୁ କୁହାଯାଇଥିଲା।

ଏହି ବୈଠକକୁ ଇଣ୍ଡିଆ ବ୍ଲକର ଅନେକ ମୁଖ୍ୟମନ୍ତ୍ରୀ ବୟକଟ୍ କରିଛନ୍ତି। କର୍ଣ୍ଣାଟକ, ହିମାଚଳ ପ୍ରଦେଶ, ତେଲାଙ୍ଗାନା, ତାମିଲନାଡ଼ୁ, କେରଳ ଓ ପଞ୍ଜାବର ମୁଖ୍ୟମନ୍ତ୍ରୀମାନେ ବୈଠକକୁ ଯାଇନାହାନ୍ତି। କିନ୍ତୁ ବେଙ୍ଗଲ ମୁଖ୍ୟମନ୍ତ୍ରୀ ନୀତି ଆୟୋଗ ବୈଠକକୁ ଯାଇଥିଲେ ମଧ୍ୟ ସେ ଅଧାରୁ ହଙ୍ଗାମା କରି ଚାଲି ଆସିଥିବା ଜଣାପଡିଛି।

ବୈଠକରେ ତାଙ୍କୁ କହିବାକୁ ସୁଯୋଗ ଦିଆଯାଇ ନାହିଁ, ତାଙ୍କ ମାଇକକୁ ମ୍ୟୁଟ୍ କରି ଦିଆଯାଇଛି ଅଭିଯୋଗ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଧାରୁ ଚାଲି ଆସିଛନ୍ତି। ସେପଟେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ବୈଠକକୁ ନ ଯିବାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।   

PM Modi Nitish Kumar NITI Aayog
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe