Advertisment

ନୂଆ ସରକାର ଗଠନ ପାଇଁ ନୀତୀଶଙ୍କ ଦାବି, ସନ୍ଧ୍ୟାରେ ନେବେ ଶପଥ

ନୀତୀଶ କୁମାରଙ୍କ ସମେତ ମୋଟ ୯ଜଣ ମନ୍ତ୍ରୀ ଆଜି ଶପଥ ନେବେ।

ଅଦ୍ୟତନ ହୋଇଛି
Nitish Kumar submitted letter to Governor

Nitish Kumar submitted letter to Governor

Advertisment

ବିହାରରେ ଭାଙ୍ଗି ସାରିଛି ମହାମେଣ୍ଟ ସରକାର। ନୀତୀଶ କୁମାର ନିଜ ପଦରୁ ଇସ୍ତଫା ଦେଇସାରିଛନ୍ତି। ଏହାପରେ ନୂଆ ସରକାର ଗଠନ ପାଇଁ ନୀତୀଶ ଏବେ ରାଜ୍ୟପାଳଙ୍କୁ ଭେଟି ଦାବି ଜଣାଇଛନ୍ତି। ରାଜଭବନରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ ଭେଟି ସେ NDA ସମର୍ଥନ ପତ୍ର ଦେଇଛନ୍ତି।

Advertisment

ବିହାରରେ ସରକାର ଗଠନ ପାଇଁ କେବଳ ୧୨୨ ଜଣ ବିଧାୟକ ଆବଶ୍ୟକ। ତେବେ ନୂଆ ସରକାର ଗଢ଼ିବା ପାଇଁ ନୀତୀଶଙ୍କୁ ୧୨୮ ବିଧାୟକଙ୍କ ସମର୍ଥନ ରହିଛି। ଏଥିରେ ୭୮ ବିଜେପି, ୪୫ ଜେଡିୟୁ, ୪ HAM (ହିନ୍ଦୁସ୍ତାନ ଆଓ୍ୱାମ ମୋର୍ଚ୍ଚା) ଓ ଜଣେ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ଜଣାଇଛନ୍ତି।

ନୀତୀଶ କୁମାର NDA ବିଧାୟକ ଦଳ ନେତା ଭାବେ ନିର୍ବାଚିତ କରାଯାଇଛି। ଯଦି ସବୁକିଛି ଠିକ୍ ରୁହେ ତେବେ ଆଜି ସନ୍ଧ୍ୟାରେ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଭାବେ ପୁଣିଥରେ ଶପଥ ନେବେ। ଏଥସହ ସେ ଏହାକୁ ମିଶାଇ ୯ମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ହେବେ। ନୀତୀଶ କୁମାରଙ୍କ ସମେତ ମୋଟ ୯ଜଣ ମନ୍ତ୍ରୀ ଆଜି ଶପଥ ନେବେ। 

Advertisment

JDU ଓ ବିଜେପିରୁ ୩ ଜଣ ଲେଖାଏଁ, HAMରୁ ଜଣେ ଓ ଜଣେ ସ୍ୱାଧିନ ବିଧାୟକ ଶପଥ ନେବେ। ସମ୍ରାଟ ଚୌଧୁରୀ, ବିଜୟ ସିହ୍ନା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ପ୍ରେମ କୁମାର, ଶ୍ରବଣ କୁମାର, ସନ୍ତୋଷ କୁମାର ସୁମନ, ବିଜେନ୍ଦ୍ର ଯାଦବ, ସୁମିତ କୁମାର ସିଂହଙ୍କୁ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ରାଜ୍ୟପାଳ ଶପଥ ଗ୍ରହଣ କରାଇବେ।

ବିଜେପି ସାଂସଦ ସୁଶୀଲ ମୋଦି କହିଛନ୍ତି, 'ନୀତୀଶ କୁମାରଙ୍କ ଇସ୍ତଫା ଦେବା ନିଷ୍ପତ୍ତିକୁ ଆମେ ସ୍ୱାଗତ କରୁଛୁ। ମୁଁ ଜାଣିଥିଲି ଯେ ଆରଜେଡି-ଜେଡିୟୁ ଏକ ଅସ୍ୱାଭାବିକ ମେଣ୍ଟ। ବିଜେପି ଏବଂ ଜେଡିୟୁ ମିଳିତ ଭାବେ ବିହାରରେ ସରକାର ଗଠନ କରିବେ। ଆସନ୍ତା କିଛି ଘଣ୍ଟା ମଧ୍ୟରେ ଏକ ନୂତନ ସରକାର ଗଠନ ହେବ।'

କହିରଖୁ ଯେ, ବିଜେପିର ସମର୍ଥନରେ ନୀତୀଶ ନେତୃତ୍ୱରେ ବିହାରରେ ଏକ ନୂତନ ସରକାର ଗଠନ ହେବାକୁ ଯାଉଛି। ବିଜେପିର ସମ୍ରାଟ ଚୌଧୁରୀ ଏବଂ ବିଜୟ ସିହ୍ନା ନୂତନ ସରକାରରେ ଉପ-ମୁଖ୍ୟମନ୍ତ୍ରୀ ହେବେ। ରବିବାର ଦିନ ବିଧାୟକ ଦଳ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ନୂତନ ସରକାରକୁ ଜିତନ ରାମ ମଞ୍ଜୀ ମଧ୍ୟ ସମର୍ଥନ କରିଛନ୍ତି। ନୀତୀଶଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବା ପାଇଁ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନାଡ୍ଡା ମଧ୍ୟ ପାଟନାକୁ ଆସୁଥିବା ସୂଚନା ମିଳିଛି। 

Bjp Nitish Kumar Bihar Politics JDU
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe