Advertisment

ବିହାରରେ ଲାଗୁ ହେବ ୭୫% ସଂରକ୍ଷଣ ବ୍ୟବସ୍ଥା!

ବର୍ତ୍ତମାନ ଇବିସିଙ୍କ ପାଇଁ ୧୮%, ଓବିସିଙ୍କ ପାଇଁ ୧୬%, ଅନୁସୂଚିତ ଜାତିଙ୍କ ପାଇଁ ୧୬% ଓ ଏସ୍‌ଟିଙ୍କ ପାଇଁ ୧% ସଂରକ୍ଷଣ ବ୍ୟବସ୍ଥା ରହିଛି। ସରକାରୀ ଚାକିରି ଓ ଶିକ୍ଷାନୁଷ୍ଠାନରେ ଏପରି ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯାଉଛି।

Bihar

Bihar

Advertisment

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟର ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଅନ୍ୟ ପଛୁଆ ବର୍ଗ ଓ ଅତ୍ୟନ୍ତ ପଛୁଆ ବର୍ଗଙ୍କ ପାଇଁ ୬୫% ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ପ୍ରସ୍ତାବ ଦେଇଛନ୍ତି।

Advertisment

ସଂରକ୍ଷଣ ବ୍ୟବସ୍ଥା ୫୦%ରୁ ଅଧିକ ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଏହାକୁ ଅତିକ୍ରମ କରି ସଂରକ୍ଷଣ ବ୍ୟବସ୍ଥାକୁ ୬୫% କରିବାକୁ ବିହାର ସରକାର ଯୋଜନା କରିଛନ୍ତି।

ଜାତିଗତ ଜନଗଣନା ସର୍ଭେ ବେଳେ ସଂଗ୍ରହ ହୋଇଥିବା ରାଜ୍ୟବାସୀଙ୍କ ଆର୍ଥିକ ଓ ଶିକ୍ଷାଗତ ସ୍ଥିତି ସମ୍ପର୍କିତ ତଥ୍ୟକୁ ସାର୍ବଜନୀନ କରିବା ପରେ ନୀତୀଶ କୁମାର ବିଧାନସଭାରେ ସଂରକ୍ଷଣ ବ୍ୟବସ୍ଥାକୁ ବୃଦ୍ଧି କରିବାରକୁ ପ୍ରସ୍ତାବ ଦେଇଛନ୍ତି।

Advertisment

ବିହାର ସରକାର ଦେଇଥିବା ପ୍ରସ୍ତାବ ଯଦି କାର୍ଯ୍ୟକାରୀ ହେବ, ତା’ହେଲେ ରାଜ୍ୟରେ ଲାଗୁ ହେଉଥିବା ସଂରକ୍ଷଣ ବ୍ୟବସ୍ଥା ୭୫%କୁ ବୃଦ୍ଧି ପାଇବ। କାରଣ କେନ୍ଦ୍ର ସରକାର ପୂରା ଦେଶରେ ଆର୍ଥିକ ପଛୁଆ ବର୍ଗର ଲୋକଙ୍କ ପାଇଁ ୧୦% ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଛନ୍ତି। ତେଣୁ ବିହାର ସରକାରଙ୍କ ୬୫% ଓ କେନ୍ଦ୍ରର ୧୦% ସଂରକ୍ଷଣ ବ୍ୟବସ୍ଥାକୁ ମିଶାଇଲେ ଏହା ୭୫%ରେ ପହଞ୍ଚି ଯିବ।

ନୀତୀଶ କୁମାର କହିଛନ୍ତି, “ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ପଛୁଆ ବର୍ଗଙ୍କ ପାଇଁ ଥିବା ସଂରକ୍ଷଣ ବ୍ୟବସ୍ଥା ବୃଦ୍ଧି କରିବାର ଆବଶ୍ୟକ ରହିଛି। ଆମେ ବିଚାରବିମର୍ଶ କରି ପରବର୍ତ୍ତୀ ପଦକ୍ଷେପ ନେବୁ। ଚଳିତ ଅଧିବେଶନରେ ହିଁ ଆମେ ପରିବର୍ତ୍ତନ ପାଇଁ ଲକ୍ଷ୍ୟ ରଖିଛୁ।”

ନୀତୀଶ କୁମାରଙ୍କ ପ୍ରସ୍ତାବ ଅନୁଯାୟୀ, ଅନୁସୂଚିତ ଜାତିଙ୍କ ପାଇଁ ୨୦%, ଅନୁସୂଚିତ ଜନଜାତିଙ୍କ ପାଇଁ ୨% ଓ ଅନ୍ୟ ପଛୁଆ ବର୍ଗ ଏବଂ ଅତି ପଛୁଆ ବର୍ଗ (ଇବିସି)ଙ୍କ ପାଇଁ ୪୩% ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ।

ବର୍ତ୍ତମାନ ଇବିସିଙ୍କ ପାଇଁ ୧୮%, ଓବିସିଙ୍କ ପାଇଁ ୧୬%, ଅନୁସୂଚିତ ଜାତିଙ୍କ ପାଇଁ ୧୬% ଓ ଏସ୍‌ଟିଙ୍କ ପାଇଁ ୧% ସଂରକ୍ଷଣ ବ୍ୟବସ୍ଥା ରହିଛି। ସରକାରୀ ଚାକିରି ଓ ଶିକ୍ଷାନୁଷ୍ଠାନରେ ଏପରି ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯାଉଛି।

Bihar Caste Census Bihar Caste Census
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe