Advertisment

'ଇଣ୍ଡିଆ' ମେଣ୍ଟର ମଙ୍ଗ ଧରିବେ ନୀତୀଶ!

ଇଣ୍ଡିଆ ମେଣ୍ଟର ପ୍ରଧାନମନ୍ତ୍ରୀ ଚେହେରା ଭାବେ ମଲ୍ଲିକାର୍ଜୁନ ଖଡଗେଙ୍କ ନାମ ପ୍ରସ୍ତାବ ଦିଆଯିବା ପରେ ଏହାକୁ ନେଇ ନୀତୀଶ କୁମାର ଅସନ୍ତୁଷ୍ଟ ଥିବା ଦେଖିବାକୁ ମିଳିଥିଲା।

Nitish Kumar

Nitish Kumar

Advertisment

ଇଣ୍ଡିଆ ମେଣ୍ଟର ମଙ୍ଗ ଧରିପାରନ୍ତି ଜେଡିୟୁ ଅଧ୍ୟକ୍ଷ ନୀତୀଶ କୁମାର। ଖପ୍ପା ଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶଙ୍କୁ ଇଣ୍ଡିଆ ମେଣ୍ଟରେ ମିଳିପାରେ ବଡ ଦାୟିତ୍ୱ। ସୂତ୍ର ଅନୁଯାୟୀ ଜେଡିୟୁ ନେତା ନୀତୀଶ କୁମାର ଇଣ୍ଡିଆ ମେଣ୍ଟର ସଂଯୋଜକ ହୋଇପାରନ୍ତି। ନୀତୀଶ ଓ କଂଗ୍ରେସ ସମେତ ଇଣ୍ଡିଆ ମେଣ୍ଟର ବହୁ ବଡ ବଡ ନେତାଙ୍କ ସହ ଆସନ୍ତାକାଲି ଜୁମ୍‌ ଆପ୍‌ରେ ଭର୍ଚୁଆଲ ବୈଠକ ହେବେ। ଏହି ବୈଠକରେ ତାଙ୍କୁ ଇଣ୍ଡିଆ ମେଣ୍ଟର ସଂଯୋଜକ କରିବାକୁ ପ୍ରସ୍ତାବ ଦିଆଯାଇପାରେ ବୋଲି କୁହାଯାଉଛି।

Advertisment

ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆରଜେଡି ନେତା ତେଜସ୍ୱୀ ଯାଦବ ଏବଂ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କ ଠାରୁ କଂଗ୍ରେସ ଏ ସମ୍ପର୍କରେ ସମ୍ମତି ନେଇଛି। ଶରଦ ପାୱାର ଏବଂ ଉଦ୍ଧବ ଠାକରେଙ୍କ ସହ ମଧ୍ୟ ଆଲୋଚନା ହୋଇଛି। ଦକ୍ଷିଣ ଭାରତୀୟ ଦଳ ଏବଂ ବାମପନ୍ଥୀ ନେତାଙ୍କ ସହ ମଧ୍ୟ ଆଲୋଚନା କରାଯାଇଛି। ସୂଚନା ଅନୁଯାୟୀ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସମେତ ବହୁ ବଡ଼ ବଡ଼ କଂଗ୍ରେସ ନେତା ଜୁମ୍ ଆପରେ ରହିବେ। INDIA ମେଣ୍ଟର ପ୍ରମୁଖ ଦଳର ଜାତୀୟ ସଭାପତିମାନେ ମଧ୍ୟ ଏହି ଜୁମ୍‌ ମିଟିଂରେ ଯୋଗଦେବେ।

ନୀତୀଶ କୁମାରଙ୍କୁ ମେଣ୍ଟର ସଂଯୋଜକ କରିବା ପଛରେ ମଧ୍ୟ ଅନେକ କାରଣ ରହିଛି। ପ୍ରଥମେ ସେ ବିରୋଧୀଦଳମାନଙ୍କ ଏକଜୁଟ୍ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଗତବର୍ଷ ସେ ଭିନ୍ନ ଭିନ୍ନ ରାଜ୍ୟ ଗସ୍ତ କରି ବିରୋଧୀଦଳର ନେତାମାନଙ୍କୁ ଏକାଠି କରିଥିଲେ। ଏଣୁ ନୀତୀଶ କୁମାରଙ୍କୁ ଇଣ୍ଡିଆ ମେଣ୍ଟର ସୂତ୍ରଧର ବୋଲି ମଧ୍ୟ କୁହାଯାଇପାରିବ। ୨୦୨୩ ଜୁନ ମାସରେ ସେ ୧୫ଟି ଅଣ ବିଜେପି ଦଳଙ୍କୁ ଗୋଟିଏ ମଞ୍ଚରେ ବସାଇବାରେ ସକ୍ଷମ ହୋଇଥିଲେ। ତେବେ ଅସନ୍ତାକାଲିର ଜୁମ୍‌ ମିଟିଂ ପରେ ନୀତୀଶ ଇଣ୍ଡିଆ ମେଣ୍ଟର ସଂଯୋଜକ ହେବେ ନା ନାହିଁ ତାହା ସ୍ପଷ୍ଟ ହେବ। 

Advertisment

ନିକଟରେ ଦିଲ୍ଲୀରେ ହୋଇଥିବା ଇଣ୍ଡଆ ମେଣ୍ଟ ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ଚେହେରା ଭାବେ ମଲ୍ଲିକାର୍ଜୁନ ଖଡଗେଙ୍କ ନାମ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ୧୨ଟି ଦଳ ସମର୍ଥନ କରିଥିଲେ। କିନ୍ତୁ ଏହାକୁ ନେଇ ନୀତୀଶ କୁମାର ଅସନ୍ତୁଷ୍ଟ ଥିବା ଦେଖିବାକୁ ମିଳିଥିଲା।

Congress Nitish Kumar INDIA Alliance
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe