Advertisment

କଂଗ୍ରେସ ଠାରୁ ଦୂରେଇଲେ ନୀତୀଶ! ରାହୁଲଙ୍କ ରାଲିକୁ ନା'

ନୀତୀଶଙ୍କ ଏହି ନିଷ୍ପତ୍ତି ପରେ ଇଣ୍ଡିଆ ମେଣ୍ଟରେ ଫାଟ ବଢୁଥିବା ଥିବା ନେଇ ଆଶଙ୍କା କରାଯାଉଛି।

Rahul And Nitish

Rahul And Nitish

Advertisment

ବିରୋଧୀଙ୍କ ଇଣ୍ଡିଆ ମେଣ୍ଟରେ ଦେଖାଦେଲାଣି ଫାଟ। ଜଣଙ୍କ ପରେ ଜଣେ ନେତା କଂଗ୍ରେସ ଠାରୁ ଫେରାଇଲେଣି ମୁହଁ। ଆପ୍‌ ଓ ଟିଏମ୍‌ସି ପରେ ଏବେ ଜେଡିୟୁ ମଧ୍ୟ ହଁ ନାଁ ସ୍ଥିତିରେ ରହିଥିବା ଭଳି ମନେ ହେଉଛି। କାରଣ ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ସାମିଲ ହେବେ ବୋଲି କୁହାଯାଉଥିବା ବେଳେ ଏବେ କିନ୍ତୁ ସେ ଏହାକୁ ନା' କରିଦେଇଛନ୍ତି। ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଅଂଶଗ୍ରହଣ କରିବେ ନାହିଁ ବୋଲି ସୂଚନା ମିଳିଛି।

Advertisment

ଆସନ୍ତା ଜାନୁଆରୀ ୨୯ରେ ବିହାରରେ ପହଞ୍ଚିବ ଭାରତ ଯୋଡୋ ନ୍ୟାୟ ଯାତ୍ରା। ଜାନୁଆରୀ ୩୦ରେ ଭାରତ ଯୋଡୋ ନ୍ୟାୟ ଯାତ୍ରା ଅଧିନୀରେ ପୂର୍ଣ୍ଣିୟାରେ ରାହୁଲ ଗାନ୍ଧି ଏକ ରାଲି କରିବେ। ତେବେ ଏହି ରାଲିରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସାମିଲ ହେବେ ନାହିଁ। ରିପୋର୍ଟ ଅନୁଯାୟୀ, ଜାନୁଆରୀ ୩୦ରେ ନୀତୀଶଙ୍କର ପାଟନାରେ ଏକ କାର୍ଯ୍ୟକ୍ରମ ରହିଛି। ତେଣୁ ପୂର୍ଣ୍ଣିୟା ଠାରେ ଅନୁଷ୍ଠିତ ରାଲିରେ ଯୋଗଦେବା ତାଙ୍କ ପକ୍ଷେ ସମ୍ଭବ ନୁହେଁ।

ନୀତୀଶଙ୍କ ଏହି ନିଷ୍ପତ୍ତି ପରେ ଇଣ୍ଡିଆ ମେଣ୍ଟରେ ଫାଟ ବଢୁଥିବା ଥିବା ନେଇ ଆଶଙ୍କା କରାଯାଉଛି। ମମତା ବାନାର୍ଜୀ ଏବଂ ଭଗବନ୍ତ ମନଙ୍କ ପରେ ବର୍ତ୍ତମାନ ନୀତୀଶ କୁମାର ମଧ୍ୟ କଂଗ୍ରେସଠାରୁ ଦୂରରେ ରହିଛନ୍ତି। ନୀତୀଶଙ୍କର ଏହି ପଦକ୍ଷେପରୁ ଏହା ଦୃଶ୍ୟମାନ ହେଉଛି।

Advertisment

କହିରଖୁ ଯେ, ବିହାର ରାଜନୀତିରେ ଏବେ ଅନେକ ହଲଚଳ ଜାରି ରହିଛି। ନୀତୀଶ କୁମାରଙ୍କୁ ନେଇ ଅନେକ ପ୍ରକାରର ଆଲୋଚନା ଚାଲିଛି। ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ମଧ୍ୟ ନୀତୀଶ କୁମାରଙ୍କୁ ନେଇ ସତର୍କ ହୋଇପଡିଥିବା ମନେ ହେଉଛି।

ବାସ୍ତବରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ଭାରତ ରତ୍ନ ଦେବାକୁ ମଙ୍ଗଳବାର କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ। ଏହା ଏହାପରେ ନୀତୀଶ କୁମାର ତାଙ୍କ ଚିନ୍ତକ ତଥା ଗୁରୁ କର୍ପୂରୀ ଠାକୁରଙ୍କ ୧୦୦ ତମ ଜନ୍ମ ବାର୍ଷିକୀ ପାଳନ ପାଇଁ ଆୟୋଜିତ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେବା ସହ ପରିବାରବାଦ ଉପରେ ମଧ୍ୟ କଟାକ୍ଷ କରିଥିଲେ।

ନୀତୀଶ ପରିବାରରବାଦ ଉପରେ ଏଭଳି କଟାକ୍ଷ କରିବା ବିହାର 'ମହାମେଣ୍ଟ'ରେ ସବୁ କିଛି ଠିକ୍‌ ନଥିବା ସୂଚାଇ ଦେଇଛି। ସେପଟେ ନୀତୀଶ କୁମାରଙ୍କ କଟାକ୍ଷର କଡା ଜବାବ ଦେଇଛନ୍ତି ଲାଲୁ ପ୍ରସାଦ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ। ସେ ନିଜ ଟ୍ୱିଟ୍‌ରେ ଇସାରା ଇସାରାରେ ନୀତୀଶ ବଦଳୁଥିବା ବିଚାରଧାରା ଓ ତାଙ୍କ ପରିବାରରେ କେହି ଯୋଗ୍ୟ ନଥିବା ଭଳି କଥା କହିଛନ୍ତି। 

Congress Rahul Gandhi Nitish Kumar JDU INDIA Alliance
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe