Advertisment

ପୁଣି ୟୁ-ଟର୍ଣ୍ଣ ମାରିବେ ନୀତୀଶ, ବିଜେପିର ଧରିବେ ହାତ!

ଉଭୟ ଜେଡିୟୁ ଓ ଆରଜେଡି ନିଜ ନିଜ ବିଧାୟକ ଓ ନେତାମାନଙ୍କୁ ଡକାଇଛନ୍ତି।

Nitish Kumar

Nitish Kumar

Advertisment

ବିହାର ରାଜନୀତି ଜାରି ରହିଛି ହଲଚଲ। ଲୋକସଭା ନିର୍ବାଚନ ପୂର୍ବରୁ ପୁଣିଥରେ ୟୁ-ଟର୍ଣ୍ଣ ମାରିପାରନ୍ତି ଜେଡିୟୁ ଅଧ୍ୟକ୍ଷ ନୀତୀଶ କୁମାର। ସେ ଆର୍‌ଜେଡି କାନି ଛାଡି ବିଜେପି ସହ କରିପାରନ୍ତି ମେଣ୍ଟ। ଏଭଳି କିଛି ସମ୍ଭାନା ମଧ୍ୟରେ ଏବେ ବିହାର ରାଜନୀତି ସରଗରମ ରହିଛି। ଉଭୟ ଜେଡିୟୁ ଓ ଆରଜେଡି ନିଜ ନିଜ ବିଧାୟକ ଓ ନେତାମାନଙ୍କୁ ଡକାଇଛନ୍ତି। ସେହିପରି ବିଜେପି ମଧ୍ୟ ନିଜର ବିହାର ପଦାଧିକାରୀମାନଙ୍କୁ ଦିଲ୍ଲୀ ଡକାଇଛି।

Advertisment

ସୂଚନା ମୁତାବକ, ଭାରତୀୟ ଜନତା ପାର୍ଟି ତଥା ବିଜେପି ନୀତୀଶ କୁମାରଙ୍କ ଘର ବାହୁଡାକୁ ମଞ୍ଜୁରୀ ଦେଇସାରିଛି। ଏଭଳି ସ୍ଥିତିରେ ନୀତୀଶ ବିହାର ବିଧାନସଭା ଭାଙ୍ଗି ପାରନ୍ତି ବୋଲି କୁହାଯାଇଛି। ବିଜେପି ନିଜର ସମସ୍ତ ବିଧାୟକଙ୍କୁ ପାଟନା ଡକାଇଥିବା ମଧ୍ୟ ସୂଚନା ମିଳିଛି।

ସେପଟେ ଗୁରୁବାର ସନ୍ଧ୍ୟାରେ ବିଜେପି ରାଜ୍ୟ ସଭାପତି ସମ୍ରାଟ ଚୌଧୁରୀ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ରେଣୁ ଦେବୀ ଦୁହେଁ ହଠାତ୍ ଦିଲ୍ଲୀ ଅଭିମୁଖେ ବାହାରିଥିବା ବେଳେ ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ମଧ୍ୟ ଗହଳି ଚହଳି ବଢିଯାଇଛି। ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ନୀତୀଶ କୁମାରଙ୍କ ସହ ଜେଡିୟୁ ରାଜ୍ୟ ସଭାପତି ଉମେଶ କୁଶୱାହା, ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଦଳର ସାଂସଦ ଲଲନ ସିଂହ, ବିହାର କ୍ୟାବିନେଟ୍ ମନ୍ତ୍ରୀ ସଞ୍ଜୟ ଝା ଏବଂ ଦଳର ଅନ୍ୟ ବଡ଼ ବଡ଼ ନେତାମାନେ ଉପସ୍ଥିତ ଅଛନ୍ତି। ସେଠାରେ ଏହି ନେତାମାନଙ୍କର ଏକ ବୈଠକ ଚାଲିଛି।

Advertisment

ଏହି ବୈଠକରେ ଉଭୟ ଲାଲୁ ଓ ନୀତୀଶଙ୍କ ଘନିଷ୍ଠ କୁହାଯାଉଥିବା ମୁସଲମାନ ନେତା ଅଲ୍ଲୀ ଅସରଫ ଫାତମି ମଧ୍ୟ ଉପସ୍ଥିତ ଥିଲେ। ସେପଟେ ପାଟନାର ତେଜସ୍ୱୀ ଯାଦବ ଓ ଆରଜେଡି ଶିବିରରେ ମଧ୍ୟ ହଇଚଇ ସୃଷ୍ଟି ହୋଇଛି । ତେଜସ୍ୱୀ ଯାଦବ ତାଙ୍କ ଘନିଷ୍ଠ ବିଧାୟକ ଏବଂ ଦଳୀୟ ଅଧିକାରୀଙ୍କ ସହ ଘନ ଘନ ବୈଠକ ଜାରି ରଖିଛନ୍ତି।

ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଏସବୁ ଭିତରେ ମେଣ୍ଟ ନ ଭାଙ୍ଗିବା ପାଇଁ ନୀତୀଶ କୁମାରଙ୍କୁ ମନାଇବା ଲାଗି ଲାଲୁ ପ୍ରସାଦ ଯାଦବ ଆକ୍ଟିଭ ହୋଇପଡିଛନ୍ତି। ସେ ନୀତୀଶ କୁମାରଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି। ସେପଟେ କଂଗ୍ରେସର ଶୀର୍ଷ ନେତାମାନେ ମଧ୍ୟ ନୀତୀଶଙ୍କ ସହ ଯୋଗାଯୋଗ କରିଛନ୍ତି।

ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀଙ୍କ 'ଇଣ୍ଡି' ମେଣ୍ଟକୁ ଗୋଟିଏ ପରେ ଗୋଟିଏ ଛଟ୍‌କା ଲାଗୁଛି। ଗତ ଦୁଇ ଦିନରେ ଦୁଇ ପ୍ରମୁଖ ନେତା ମମତା ବାନାର୍ଜୀ ଏବଂ ଅରବିନ୍ଦ କେଜ୍ରିୱାଲ କଂଗ୍ରେସ ସହ ପଞ୍ଜାବ ଏବଂ ପଶ୍ଚିମବଙ୍ଗରେ ମେଣ୍ଟ କରିବାକୁ ମନା କରି ଦେଇଥିଲେ। ଏବେ ଇଣ୍ଡିଆ ମେଣ୍ଟକୁ ଗଠନ କରିଥିବା ନୀତୀଶ ମଧ୍ୟ ଏଥିରୁ ଭିନ୍ନ ହେବାକୁ ଯାଉଥିବା ଆଶଙ୍କା କରାଯାଇଛି।

ଗତ ସପ୍ତାହରେ ନୀତୀଶ କୁମାର ରାଜନୀତିରେ ବଂଶବାଦ ଉପରେ ମନ୍ତବ୍ୟ ଦେଇଥିଲେ। ଯାହାଦ୍ଵାରା ସେ ପରୋକ୍ଷରେ ଲାଲୁ ପ୍ରସାଦ ଯାଦବଙ୍କୁ ଟାର୍ଗେଟ କରୁଥିବା କୁହାଯାଉଥିଲା। ପରେ ଲାଲୁଙ୍କ ଝିଅ ମଧ୍ୟ ପରୋକ୍ଷରେ ନୀତୀଶଙ୍କୁ ସମାଲୋଚନା କରିଥିଲେ। ଏହାରି ମଧ୍ୟରେ ଇଣ୍ଡିଆ ମେଣ୍ଟରେ ଚାଲିଥିବା ଟଣା ଓଟରାରେ କୌଣସି ବାସ୍ତବିକ ଚିତ୍ର ମିଳୁ ମନଥିବାରୁ ନୀତୀଶ କୁମାର ଅସନ୍ତୋଷ ଥିବା କୁହାଯାଉଛି।

ଯଦି ଆଲୋଚନା ସତ ହୁଏ ତେବେ ନୀତୀଶ କୁମାରଙ୍କ ଶିବିରରେ ପଞ୍ଚମ ଥର ପରିବର୍ତ୍ତନ ହେବ। ୨୦୧୩ ଠାରୁ ସେ ଏନଡିଏ ଏବଂ ମହାମେଣ୍ଟ ମଧ୍ୟରେ ଗୋଷ୍ଠୀ ପରିବର୍ତ୍ତନ କରିଛନ୍ତି।

Bjp Nitish Kumar Bihar Politics JDU
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe