Advertisment

‘ବିଜେଡି- ବିଜେପି ମେଣ୍ଟ ଅସମ୍ଭବ, ଦଳ ଏକାକୀ ଲଢ଼ିବ’

‘ବିଜେଡି ସହ କୌଣସି ପ୍ରକାର ମେଣ୍ଟର ସମ୍ଭାବନା ନାହିଁ । କୌଣସି ବି ପରିସ୍ଥିତିରେ ସାଲିସ କରିବ ନାହିଁ ବିଜେପି।’

author-image
Niharika Rout
ଅଦ୍ୟତନ ହୋଇଛି
sunil bansal

sunil bansal

‘ବିଜେଡି ସହ କୌଣସି ପ୍ରକାର ମେଣ୍ଟର ସମ୍ଭାବନା ନାହିଁ । କୌଣସି ବି ପରିସ୍ଥିତିରେ ସାଲିସ କରିବ ନାହିଁ ବିଜେପି। ଦଳ ସମସ୍ତ ବିଧାନସଭା ଓ ଲୋକସଭା ସିଟ୍‌ରେ ଏକାକୀ ଲଢ଼ିବ, ଆଉ ଲଢ଼େଇ ଜୋରଦାର ହେବ ।’

Advertisment

ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ହୋଇଥିବା ବିଜେପିର ପଦାଧିକାରୀ ବୈଠକରେ କର୍ମୀଙ୍କ ଦ୍ୱନ୍ଦ୍ୱ ଦୂର କରି ଏପରି ଭାଷଣ ଦେଇଛନ୍ତି ବିଜେପି କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ।

ପଦାଧିକାରୀ ବୈଠକ ପରେ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ନିଜ ପ୍ରତିକ୍ରିୟାରେ କହିଛନ୍ତି, 'ବିଜେଡି-ବିଜେପି ମେଣ୍ଟ ହେବନି । ବିଜେଡି ସହ ୱାନ ଟୁ ୱାନ୍ ଫାଇଟ୍‌ ହେବ। ୨୧ ଲୋକସଭା, ୧୪୭ ବିଧାନସଭାରେ ବିନା ସାଲିସରେ ଲଢ଼ିବୁ।’

Advertisment

ଆଗାମୀ ନିର୍ବାଚନ ପାଇଁ ଦଳର ଋଣନୀତି ସମ୍ପର୍କରେ ସେ କହିଛନ୍ତି, କେନ୍ଦ୍ର ସରକାରଙ୍କ ୧୫୭ ଯୋଜନାର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇକୁ । '୫୦% ଭୋଟ ଟାର୍ଗେଟରେ ଦଳୀୟ କର୍ମୀ ଘର ଜଗିବେ, କିଛି ପରିବାରର ଦାୟିତ୍ୱ ନେବେ। ଜାନୁଆରୀ ୫ରୁ ସଂଘର୍ଷ ଆରମ୍ଭ ହେବ କହିଛନ୍ତି ରାଜ୍ୟ ପ୍ରଭାରୀ ସୁନୀଲ ବଂଶଲ।

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହିତ ବହୁ ବରିଷ୍ଠ କାର୍ଯ୍ୟକର୍ତ୍ତା ଏହି ବୈଠକରେ ଉପସ୍ଥିତ ଥିଲେ। ବିଜେପିର ରାଜ୍ୟ ପଦାଧିକାରୀ, ଜିଲ୍ଲା ସଭାପତି ବୈଠକରେ ସାମିଲ ହୋଇଛନ୍ତି। ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ବିଜେପି ସାଂସଦ ଜୁଏଲ ଓରାମ, ଅପରାଜିତା ଷଡଙ୍ଗୀ, ପ୍ରମୁଖ ଉପସ୍ଥିତ ଥିଲେ।

BJP Meetingବିଜେପି ମିଟିଂରେ ପ୍ରମୁଖ ନେତୃବୃନ୍ଦ ।

ଏନେଇ ଭୁବନେଶ୍ୱର ସାଂସଦୁ ଅପରାଜିତା ଷଡଙ୍ଗୀ କହିଛନ୍ତି, ନିର୍ବାଚନରେ ଯୁଦ୍ଧ କରିବାର ଅଛି। କୌଣସି ଦଳ ସହ ସାଲିସର ପ୍ରଶ୍ନ ନାହିଁ। ପ୍ରାଞ୍ଜଳ ଭାବେ କୁହାଯାଇଛି, କୌଣସି ମେଣ୍ଟର ସମ୍ଭାବନା ନାହିଁ। ବହୁ ଲୋକ ନିଜ ସ୍ୱାର୍ଥ ପାଇଁ ଭ୍ରମାତ୍ମକ ପରିସ୍ଥିତି ସୃଷ୍ଟି କରୁଛନ୍ତି। । ୧୪୭ ବିଧାନସଭା ଏବଂ ୨୧ ଲୋକସଭାରେ ଆସନରେ ବିଜେପି ଏକାକୀ ଲଢିବ । ଲଢ଼େଇ ଜୋରଦାର ହେବ ।

ପଦାଧିକାରୀ ବୈଠକ ପରେ ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର କହିଛନ୍ତି, ‘ଜାନୁଆରୀ ୫ ତାରିଖରୁ ଆରମ୍ଭ ହେବ ସଂଘର୍ଷ । ଜଣେ ଲେଖାଏଁ ବିଜେପି କର୍ମକର୍ତ୍ତା 'କିଛି ଘରର ଦାୟିତ୍ୱ ନେବେ । କଂଗ୍ରେସ ମଇଦାନରେ ନାହିଁ, ତେଣୁ ବିଜେଡି ସହ ୱାନ୍‌ ଟୁ ୱାନ୍ ଫାଇଟ୍ ହେବ ।୫୦% ଭୋଟ୍‌ ହାତେଇବା ପାଇଁ ବୁଥ୍‌ସ୍ତରରେ ରଣନୀତି ପ୍ରସ୍ତୁତ ହୋଇ ସାରିଛି।’

ପାର୍ଟି ସବୁବେଳେ କାମ କରି ଚାଲିଛି। ସବୁଠି ବୁଥ କମିଟି ଗଠିତ ହୋଇଛି। ବିଜେଡିକୁ ସମସ୍ତେ ଜାଣି ସାରିଲେଣି। ଲୋକେ ଉକ୍ତ ଦଳର ମୂଳୋତ୍ପାଟନ କରିବାକୁ ଚାହୁଁଛନ୍ତି। ଆମେ ଗାଁକୁ ଯିବୁ। ଲୋକଙ୍କ ସମସ୍ୟା ସହ ଜଡ଼ିତ ହେବୁ । ସେମାନଙ୍କ ନିକଟରେ ସବୁ ଯୋଜନା ପହଞ୍ଚାଯିବ । ପ୍ରଧାନମନ୍ତ୍ରୀଙ୍କ ସମସ୍ତ ଯୋଜନା ମହିଳାଙ୍କ ନିକଟରେ ପହଞ୍ଚିବ । ବୁଥକୁ ମଜବୁତ କରାଯିବ । ମେଣ୍ଟର ପ୍ରଶ୍ନ ନାହିଁ ବୋଲି ବିଜେପିର ଜଣେ ନେତା ଗଣମାଧ୍ୟମକୁ କହିଛନ୍ତି।

Bjp Aparajita Sarangi Sunil Bansal