Advertisment

ଅନାସ୍ଥାରେ ହାରିଲେ ନୀଳଗିରି ଏନ୍‌ଏସି ଅଧ୍ୟକ୍ଷା

ଆଜି ନୀଳଗିରି ଏନ୍‌ଏସି କାର୍ଯ୍ୟାଳୟରେ ଉପଜିଲ୍ଲାପାଳଙ୍କ ତତ୍ତ୍ୱବଧାନରେ ଭୋଟିଂ ହୋଇଥିଲା। ଏଥିରେ ୧୩ରୁ ୧୧ ଜଣ କାଉନ୍‌ସିଲର ଭାଗ ନେଇଥିଲେ। ସେଥିରୁ ୧୦ ଜଣ ଅନାସ୍ଥା ସପକ୍ଷରେ ଭୋଟ୍‌ ଦେଇଥିଲେ।

ଅଦ୍ୟତନ ହୋଇଛି
NAC

NAC

Advertisment

ଅନାସ୍ଥାରେ ହାରିଲେ ନୀଳଗିରି NAC ଅଧ୍ୟକ୍ଷା। NAC ଅଧ୍ୟକ୍ଷା ଅମ୍ବିକା ଦାଶଙ୍କ ବିପକ୍ଷରେ ୧୩ କାଉନସିଲର୍‌ଙ୍କ ଭିତରୁ ୧୦ ଜଣ ଭୋଟ୍ ଦେଇଥିଲେ। ଅର୍ଥାତ ୧୦ ଜଣ ଅନାସ୍ଥା ସପକ୍ଷରେ ଭୋଟ୍‌ ଦେଇଥିଲେ। ଜଣେ ଅନାସ୍ଥା ବିପକ୍ଷରେ ଭୋଟ୍‌ ଦେଇଥିବା ବେଳେ ଦୁଇ ଜଣ ଅନୁପସ୍ଥିତ ରହିଥିଲେ।

Advertisment

ବାଲେଶ୍ୱର ଜିଲ୍ଲା ନୀଳଗିରି ଏନଏସିରେ ୧୩ ଟି ୱାର୍ଡ ରହିଛି। ୧୩ ୱାର୍ଡରୁ ୯ଟି ବିଜେଡି ହାତରେ ଥିବା ବେଳେ ୩ଟି ବିଜେପି ଓ ଗୋଟିଏ ୱାର୍ଡରେ କଂଗ୍ରେସ ଜିତିଥିଲା। ଆଉ ଏନ୍‌ଏସି ଅଧ୍ୟକ୍ଷ ପଦ ହାତେଇଥିଲେ ଥିଲା ବିଜେଡି। ଏନ୍‌ଏସି ଅଧ୍ୟକ୍ଷା ହୋଇଥିଲେ ଅମ୍ୱିକା ଦାସ। ହେଲେ ଏନ୍‌ଏସିରେ କୌଣସି ଉନ୍ନୟତ କାମ ହେଉନଥିବା ଅଭିଯୋଗ ହୋଇଥିଲା। ଯେଉଁଥିପାଇଁ କାଉନ୍‌ସିଲରମାନେ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଆଣିଥିଲେ।

ଆଜି ନୀଳଗିରି ଏନ୍‌ଏସି କାର୍ଯ୍ୟାଳୟରେ ଉପଜିଲ୍ଲାପାଳଙ୍କ ତତ୍ତ୍ୱବଧାନରେ ଭୋଟିଂ ହୋଇଥିଲା। ଏଥିରେ ୧୩ରୁ ୧୧ ଜଣ କାଉନ୍‌ସିଲର ଭାଗ ନେଇଥିଲେ। ସେଥିରୁ ୧୦ ଜଣ ଅନାସ୍ଥା ସପକ୍ଷରେ ଭୋଟ୍‌ ଦେଇଥିଲେ। ଜଣେ ଅନାସ୍ଥା ବିପକ୍ଷରେ ଅର୍ଥାତ ଅଧ୍ୟକ୍ଷାଙ୍କ ସପକ୍ଷରେ ଭୋଟ୍‌ ଦେଇଥିବା ବେଳେ ୨ ଜଣ କାଉନ୍‌ସିଲର ଅନୁପସ୍ଥିତ ରହିଥିଲେ।

Advertisment

ସୂଚନାରୁ ପ୍ରକାଶ, ଗତ ଏନ୍‌ଏସି ନିର୍ବାଚରେ ବିଜେଡି ବିଜୟ ପଥର ବିନ୍ଧାଣୀ ଥିଲେ ସନ୍ତୋଷ ଖଟୁଆ। ହେଲେ ଗତ ସାଧାରଣ ନିର୍ବାଚନରେ ତାଙ୍କୁ ଟିକଟ ନମିଳିବାରୁ ସେ ବିଜେପିରେ ଯୋଗ ଦେଇଥିଲେ। ବିଜେପି ତାଙ୍କୁ ବିଧାୟକ ପ୍ରାର୍ଥୀ କରିଥିଲା। ଆଉ ନିର୍ବାଚନରେ ସେ ବିଜୟୀ ହୋଇଥିଲେ। ସନ୍ତୋଷ ଖଟୁଆ ବିଜେପିରୁ ବିଧାୟକ ହେବା ପରେ ନୀଳଗିରି ଏନ୍‌ଏସି ରାଜନୀତିରେ ହଟଚମଟ ଦେଖାଦେଇଥିଲା। ଆଉ ତା’ପରେ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଆସିଥିବା ଚର୍ଚ୍ଚା ହେଉଛି।

ଫଳାଫଳ ପ୍ରକାଶ ପରେ ବିଧାୟକ ସନ୍ତୋଷ ଖଟୁଆ କହିଛନ୍ତି, ଅନ୍ୟାୟ, ଅନିତି ଓ ଦୁର୍ନୀତି ଯେଉଁଠି ହେବ, ତା’ ବିରୋଧରେ ବିଜେପି ଛିଡ଼ା ହେବ। ଏଠାରେ ଯିଏ ଚେୟାରମ୍ୟାନ୍‌ ଥିଲେ, ସିଏ ଚେୟାରମ୍ୟାନ୍‌ର କାମ କରୁନଥିଲେ। ସିଏ ପ୍ରକ୍ସି ଚେୟାରମ୍ୟାନ୍‌ ଥିଲେ। ତାଙ୍କ ବଦଳରେ ଆଉ ଜଣେ କିଏ କାମ କରୁଥିଲା। ଜଣଙ୍କ ବିରୋଧରେ ଯଦି ୧୧ ଜଣ କାଉନ୍‌ସିଲର ବାହାରୁଛନ୍ତି, ତାହାହେଲେ କିଛି ତଥ୍ୟ ନିଶ୍ଚିତ ଥିବ? ଏଠାରେ ଅତ୍ୟଧିକ ଦୁର୍ନୀତି ହୋଇଛି। ଦୋକାନୀ ଭାଇମାନଙ୍କୁ ଉଚ୍ଛେଦ କରାଗଲା, ହେଲେ ଆଜି ପର୍ଯ୍ୟନ୍ତ ଘର ଦେଇପାରିଲେ ନାହିଁ। ରାସ୍ତା କଡ଼ରେ ବସି ବିକୁଛନ୍ତି। ଏହାଛଡ଼ା ଅନେକ ବିକାଶମୂଳକ କାର୍ଯ୍ୟ ହୋଇପାରୁ ନାହିଁ। ତେଣୁ ବାଧ୍ୟ ହେଲେ ସେମାନଙ୍କୁ ଅନାସ୍ଥାରେ କାଟିବା ପାଇଁ ବୋଲି ଶ୍ରୀ ଖଟୁଆ କହିଛନ୍ତି।

BjD Bjp Balasore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe