Advertisment

ହିନ୍ଦୁସ୍ତାନକୁ ମଣିପୁରରେ ହତ୍ୟା କରିଛି ବିଜେପି: ରାହୁଲ ଗାନ୍ଧୀ

ମଣିପୁର ହିଂସା ନେଇ ସଂସଦରେ ଆରମ୍ଭ ହୋଇଥିବା ଅନାସ୍ଥା ପ୍ରସ୍ତାବ ବିତର୍କରେ ଭାଗ ନେଲେ ରାହୁଲ ଗାନ୍ଧୀ। ଭାରତ ଯୋଡ ଯାତ୍ରା ସମୟର ଅନୁଭୂତି ବଖାଣିଲେ, ମଣିପୁର ହିସାଂକୁ ନେଇ ବିଜେପିକୁ ଟାର୍ଗେଟ କେଲ।

author-image
Debibandita Barick
ଅଦ୍ୟତନ ହୋଇଛି
Rahul Gandhi In Lok Sabha

Rahul Gandhi In Lok Sabha

ବହୁ ବାଦ-ବିବାଦ ପରେ ସଂସଦରେ ବିତର୍କ ରଖିଲେ ରାହୁଲ ଗାନ୍ଧୀ। ମଣିପୁର ହିଂସା ନେଇ ସଂସଦରେ ଆରମ୍ଭ ହୋଇଥିବା ଅନାସ୍ଥା ପ୍ରସ୍ତାବ ବିତର୍କରେ ଭାରତ ଯୋଡ ଯାତ୍ରା ଅନୁଭୂତିରୁ ଭାଷଣ ଆରମ୍ଭ କରିଛନ୍ତି ରାହୁଲ। ସେ କହିଛନ୍ତି, "ମୁଁ ସମୁଦ୍ର ତଟରୁ କାଶ୍ମୀର ପର୍ଯ୍ୟନ୍ତ ଯାତ୍ରା କରିଛି। ଯାତ୍ରା ସମୟରେ ସବୁଦିନ ସକାଳ 6ରୁ ରାତି 7/8 ପର୍ଯ୍ୟନ୍ତ ସବୁ ବର୍ଗର ଲୋକଙ୍କ ସହ ଭେଟିଛି, ଆଉ ସେମାନଙ୍କ ଅଭିଯୋଗ ଶୁଣିଛି। ବୃଦ୍ଧରୁ ବାଳୁତ ସମସ୍ତେ ଆସି ମୋତେ ସମର୍ଥନ ଜଣାଇଛନ୍ତି।"

Advertisment

ସେ ଆହୁରି କହିଛନ୍ତି ଯେ, ଭାରତ ଯୋଡ ଯାତ୍ରା ଆଗକୁ ଜାରି ରହିବ। ଯାତ୍ରା ଆରମ୍ଭରେ ମୁଁ ଜାଣିନଥିଲି କାହିଁକି ଏ ଯାତ୍ରା ଆରମ୍ଭ କରିଛି। ଭାରତ ଯୋଡ ଯାତ୍ରା ଆରମ୍ଭ ସମୟରେ ମୋ ମନରେ ଅହଙ୍କାର ଥିଲା। ଧୀରେ ଧୀରେ କଷ୍ଟ ପାଇଲି, ଅହଙ୍କାରକୁ କ୍ରମେ ଡରାଇବାକୁ ଲାଗିଲି। ଏହି ସମୟରେ ସାଧାରଣ ଜନତାଙ୍କ ଅନେକ ଅଭିଯୋଗ ଶୁଣିଲି ଆଉ ସମର୍ଥନ ବି ପାଇଲି। ଚାଷୀ ଆସି ତାଙ୍କ ଅଭିଯୋଗ କରିଛନ୍ତି। ଚାଷୀଙ୍କୁ ଫସଲ ବିମା ଦିଆଯାଉନଥିବା ଭାରତ ଯୋଡ ଯାତ୍ରା ସମୟରେ ହିଁ ଜାଣିବାକୁ ପାଇଲି ବୋଲି ରାହୁଲ ଗାନ୍ଧୀ କରିଛନ୍ତି। 

ଏହାପରେ ମୁଖ୍ୟ ପ୍ରସଙ୍ଗକୁ ଫେରିଥିଲେ ରାହୁଲ। ମଣିପୁର ହିଂସା ନେଇ ବିତର୍କ ରଖି ସେ ମୋଦୀ ସରକରାକୁ କଡା ସମାଲୋଚନା କରିଛନ୍ତି।ହିନ୍ଦୁସ୍ତାନକୁ ମଣିପୁରରେ ହତ୍ୟା କରାଯାଇଛି ବୋଲି ରାହୁଲ ଗାନ୍ଧୀ ସଂସଦରେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ବିଜେପି ପୂରା ହିନ୍ତୁସ୍ତାନକୁ ମଣିପୁରରେ ହତ୍ୟା କରିଛି। ନିକଟରେ ମୁଁ ମଣିପୁର ଯାଇଥିଲି, କିନ୍ତୁ ପ୍ରଧାନମନ୍ତ୍ରୀ ବର୍ତ୍ତମାନ ସୁଦ୍ଧା ସେଠାକୁ ଗଲେ ନାହିଁ। ମୋତେ ଦୁଃଖ ବଖାଣିବା ସମୟରେ ମଣିପୁର ବାସିନ୍ଦା ବେହୋସ୍ ହୋଇ ଯାଉଥିଲେ। କିଛି କହିବା ପୂର୍ବରୁ ସେମାନେ କାନ୍ଦି କାନ୍ଦି ବେହୋସ୍ ହୋଇ ପଡୁଥିଲେ। ମଣିପୁର ଆଉ ମଣିପୁର ହୋଇ ନାହିଁ, ତାକୁ ଭାଗ ଭାଗ କରି ଦିଆଯାଇଛି। ଦୁଇଟି ଭାଗରେ ମଣିପୁରକୁ ବିଭାଜିତ କରାଯାଇଛି ବୋଲି ରାହୁଲ ଗାନ୍ଧୀ କହିଛନ୍ତି।  

Advertisment
Bjp Rahul Gandhi Parliament Monsoon Session No-confidence Motion Rahul Gandhi In Parliament Manipur Issue