Advertisment

ଅନାସ୍ଥା ପ୍ରସ୍ତାବକୁ ନେଇ ଅଡ଼ୁଆରେ ପଡ଼ିବେ କି ମୋଦି ସରକାର? ଜାଣନ୍ତୁ କାହା ପାଖରେ କେତେ ସାଂସଦ

ମୋରାଜୀ ଦେଶାଇ, ଚରଣ ସିଂହ, ଭିପି ସିଂହ ଓ ଅଟଳ ବିହାରୀ ବାଜପେୟୀଙ୍କ ସରକାର ଅନାସ୍ଥା ଭୋଟରେ ଫେଲ ମାରିବାର ନଜିର ରହିଛି।

No Confidence Motion

No Confidence Motion

Advertisment

ନୂଆ କରି ଗଠନ ହୋଇଥିବା ବିରୋଧୀଙ୍କ ମେଣ୍ଟ ଇ.ଣ୍ଡି.ଆର ଅଂଶ ବିଶେଷ କଂଗ୍ରେସ ଓ ତେଲେଙ୍ଗାନାର କ୍ଷମତାସୀନ ବିଆରଏସ୍‌ ନରେନ୍ଦ୍ର ମୋଦି ସରକାର ବିରୋଧରେ ଦୁଇଟି ଭିନ୍ନଭିନ୍ନ ଅନାସ୍ଥା ପ୍ରସ୍ତାବ ଦେଇଛନ୍ତି। କଂଗ୍ରେସ ଦେଇଥିବା ଅନାସ୍ଥା ପ୍ରସ୍ତାବକୁ ଲୋକସଭା ବାଚସ୍ପତି ଓମ ବିର୍ଲା ଗ୍ରହଣ ମଧ୍ୟ କରି ନେଇଛନ୍ତି। ଆସନ୍ତା ୧୦ ଦିନ ମଧ୍ୟରେ ଏହା ଉପରେ ବିତର୍କ ହେବ।

Advertisment

ମଣିପୁର ହିଂସାକୁ ନେଇ ସଂସଦରେ ଅଚଳାବସ୍ଥା ଲାଗି ରହିଥିବା ବେଳେ ସରକାରଙ୍କୁ ଘେରିବା ପାଇଁ ବିରୋଧୀ ଏପରି ପ୍ରସ୍ତାବ ଆଣିଛନ୍ତି। ତେବେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ମୋଦି ସରକାରଙ୍କୁ ଅଡ଼ୁଆରେ ପକାଇ ପାରିବ କି? ସରକାର ଏହାକୁ ନେଇ ଚିନ୍ତା କରିବା ଦରକାର କି?

ସଂଖ୍ୟା ଖେଳରେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ଫେଲ ମାରିବା ଏକ ପ୍ରକାରର ସୁନିଶ୍ଚିତ। ତେବେ ବିରୋଧୀ ମଣିପୁର ପ୍ରସଙ୍ଗରେ ସରକାରଙ୍କୁ ଘେରିବା ପାଇଁ ଯେଉଁ ଯୋଜନା କରିଥିଲେ, ସେଥିରେ ସଫଳ ହୋଇଥିବା ଦାବି କରିଛନ୍ତି। ସଂସଦରେ ପ୍ରଧାନମନ୍ତ୍ରୀ ମୋଦି ମଣିପୁର ପ୍ରସଙ୍ଗରେ ବିବୃତି ରଖନ୍ତୁ ବୋଲି ବିରୋଧୀ ଚାହୁଁଥିଲେ।

Advertisment

ଏବେ ଅନାସ୍ଥା ପ୍ରସ୍ତାବ ବେଳେ ଉଭୟ ବିରୋଧୀ ଓ ସରକାରୀ ଦଳର ସାଂସଦ ଅନାସ୍ଥା ପ୍ରସ୍ତାବ ଉପରେ ନିଜର ପକ୍ଷ ରଖିବେ। ଶେଷରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଲୋକସଭାକୁ ସ୍ଥିତି ସମ୍ପର୍କରେ ଅବଗତ କରାଇବେ। ଏହାପରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ ହେବ।

କାହା ପାଖରେ କେତେ ସାଂସଦ

ଲୋକସଭାର ମ୍ୟାଜିକ ନମ୍ବର ହେଲା ୨୭୨। ପ୍ରଧାନମନ୍ତ୍ରୀ ମୋଦିଙ୍କ ଏନଡିଏ ସରକାର ପାଖରେ ୩୩୧ ଜଣ ସାଂସଦ ରହିଛନ୍ତି। ଏକାକୀ ବିଜେପି ପାଖରେ ୩୦୩ ଜଣ ସଦସ୍ୟ ଅଛନ୍ତି। ବିରୋଧୀ ଇ.ଣ୍ଡି.ଆର ସାଂସଦଙ୍କ ସଂଖ୍ୟା ୧୪୪। ସେହିପରି କେସିଆର, ବିଜେଡି ଓ ୱାଇଏସ୍‌ଆର କଂଗ୍ରେସ ପାଖରେ ୭୦ ଜଣ ସାଂସଦ ରହିଛନ୍ତି। ତେଣୁ ଅନାସ୍ଥା ପ୍ରସ୍ତାବକୁ ମାତ୍‌ ଦେବାକୁ ମୋଦି ସରକାର ସକ୍ଷମ। ତଥାପି ଏହା ଉପରେ ଆଲୋଚନା ହେବ। ସବୁ ଦଳର ସାଂସଦ ନିଜ ନିଜ ପକ୍ଷ ରଖିବେ।

ସରକାର ଯେତେବେଳେ ନିଜ ଉତ୍ତରଦାୟିତ୍ୱରୁ ଓହରି ଯାଆନ୍ତି ସେତେବେଳେ ବିରୋଧୀ ଅନାସ୍ଥା ପ୍ରସ୍ତାବକୁ ଏହା ବିରୋଧରେ ବ୍ୟବହାର କରନ୍ତି। ମେଣ୍ଟ ସରକାରକୁ ସାଧାରଣତଃ ଗାଦିଚ୍ୟୁତ କରିବା ପାଇଁ ଏହାକୁ ବ୍ୟବହାର କରାଯାଏ। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରଙ୍କୁ ଠାରୁ ଆରମ୍ଭ କରି ନରେନ୍ଦ୍ର ମୋଦିଙ୍କ ଯାଏ ଅନାସ୍ଥା ପ୍ରସ୍ତାବର ସମ୍ମୁଖୀନ ହୋଇଛନ୍ତି।

ମୋରାଜୀ ଦେଶାଇ, ଚରଣ ସିଂହ, ଭିପି ସିଂହ ଓ ଅଟଳ ବିହାରୀ ବାଜପେୟୀଙ୍କ ସରକାର ଅନାସ୍ଥା ଭୋଟରେ ଫେଲ ମାରିବାର ନଜିର ରହିଛି। ଶେଷଥର ପାଇଁ ଲୋକସଭାରେ ଅନାସ୍ଥା ପ୍ରସ୍ତାବ ୨୦୧୮ରେ ମୋଦି ସରକାର ବିରୋଧରେ ଆସିଥିଲା। ହେଲେ ଏଥିରେ ମୋଦି ସରକାର ବେଶ ସଫଳତାର ସହ ପାସ କରିଥିଲେ। ଏହାର ପରବର୍ତ୍ତୀ ବର୍ଷରେ ହୋଇଥିବା ନିର୍ବାଚନରେ ଏନଡିଏକୁ ୩୩୧ ଆସନ ମିଳିଥିଲା।

PM Modi Monsoon Session Parliament
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe