Advertisment

BSKYକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ନ କରିବାକୁ କହିଲା ବିଜେପି

କିଏ ଓ କାହିଁକି BSKY ନାଁରେ ଦ୍ୱନ୍ଦ୍ୱ ସୃଷ୍ଟି କରିଛନ୍ତି, ସେନେଇ ନାନା ପ୍ରଶ୍ନ ଉଠୁଥିବା ବେଳେ ରାଜ୍ୟ ସରକାରଙ୍କ ପାଖରେ ପଡ଼ିରହିଥିବା BSKY ଟଙ୍କାକୁ ନେଇ ଆଶା ଆଶଙ୍କାରେ ଘରୋଇ ନର୍ସିଂ ହୋମ୍ ମାଲିକ।

undefined

BJP Logo

Advertisment

ରାଜ୍ୟରେ ସରକାର ବଦଳୁଥିବା ଦେଖି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ(BSKY)କୁ ଆଉ ଗ୍ରହଣ କରାଯାଉ ନାହିଁ। ନୂଆ ସରକାର ଆସିଥିଲେ BSKY କାମ କରିବନି କହି କେଉଁଠି ରୋଗୀଙ୍କୁ ଫେରାଇ ଦିଆଯାଉଛି ତ ଆଉ କେଉଁଠି ନିଜ ଖର୍ଚ୍ଚରେ ଚିକିତ୍ସା ପାଇଁ କୁହାଯାଉଛି। ରାଜ୍ୟର କିଛି ଘରୋଇ ମେଡ଼ିକାଲ୍‌ ଏବଂ କ୍ଲିନିକ ପକ୍ଷରୁ ରୋଗୀଙ୍କୁ ଫେରାଇ ଦିଆଯାଉଥିବା ଅଭିଯୋଗ ହୋଇଛି। ତେବେ କିଏ ଓ କାହିଁକି BSKY ନାଁରେ ଦ୍ୱନ୍ଦ୍ୱ ସୃଷ୍ଟି କରିଛନ୍ତି, ସେନେଇ ନାନା ପ୍ରଶ୍ନ ଉଠୁଥିବା ବେଳେ ରାଜ୍ୟ ସରକାରଙ୍କ ପାଖରେ ପଡ଼ିରହିଥିବା BSKY ଟଙ୍କାକୁ ନେଇ ଆଶା ଆଶଙ୍କାରେ ଘରୋଇ ନର୍ସିଂ ହୋମ୍ ମାଲିକ।

Advertisment

ଅପରପକ୍ଷେ କାର୍ଡ ବନ୍ଦ ନାଁରେ ସ୍ୱାସ୍ଥ୍ୟସେବା ଅବହେଳାକୁ ସାମାଜିକ ଅପରାଧ ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିବା ସହ ସାଧାରଣ ନାଗରିକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବା ପ୍ରତି ସରକାରଙ୍କ ପ୍ରାଥମିକତା। ସରକାର ପରିବର୍ତ୍ତନ ଏକ ନିରନ୍ତର ପ୍ରକ୍ରିୟା। BSKY କାର୍ଡକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି କରାନଯାଉ ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି।

BjD Bjp BSKY
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe