Advertisment

ଗିରଫ ସଞ୍ଜୟ ସିଂହ ହାଇକୋର୍ଟରେ ନିରାଶ

ଅକ୍ଟୋବର ୪ରେ ଇଡି ସଞ୍ଜୟ ସିଂହଙ୍କୁ ୧୦ ଘଣ୍ଟାରୁ ଅଧିକ ସମୟ ଜେରା କରିଥିଲା। ଏହାପରେ ତାଙ୍କୁ ବିଧିବଦ୍ଧ ଭାବେ ଗିରଫ କରିଥିଲା।

AAP

AAP

Advertisment

ପ୍ରତ୍ୟାହୃତ ହୋଇ ସାରିଥିବା ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଗିରଫ ଆପ୍‌ ସାଂସଦ ସଞ୍ଜୟ ସିଂହଙ୍କୁ ମିଳିଲାନି ଆଶ୍ୱସ୍ତି। ଏହି ଘଟଣାରେ ଇଡି ମନିଲଣ୍ଡରିଂ ମାମଲା ରୁଜୁ କରି ଶ୍ରୀ ସିଂହଙ୍କୁ ଗିରଫ କରିଥିଲେ। ଏହାକୁ ସେ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ହେଁ ତାଙ୍କୁ ନିରାଶ ହେବାକୁ ପଡ଼ିଛି।

Advertisment

ଅକ୍ଟୋବର ୪ରେ ଇଡି ସଞ୍ଜୟ ସିଂହଙ୍କୁ ୧୦ ଘଣ୍ଟାରୁ ଅଧିକ ସମୟ ଜେରା କରିଥିଲା। ଏହାପରେ ତାଙ୍କୁ ବିଧିବଦ୍ଧ ଭାବେ ଗିରଫ କରିଥିଲା। ଏହାକୁ ଗତ ସପ୍ତାହ ଠାରୁ ସଞ୍ଜୟ ସିଂହ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।

ଆଜି ତାଙ୍କ ଆବେଦନକୁ ଖାରଜ କରି ଜଷ୍ଟିସ ସ୍ୱର୍ଣ୍ଣା କାନ୍ତା ଶର୍ମା କହିଛନ୍ତି, “ଆଶ୍ୱସ୍ତି ପ୍ରଦାନ କରିବା ପାଇଁ କୌଣସି ପ୍ରକାରର କାରଣ ନାହିଁ।”

Advertisment

ସିବିଆଇ ଓ ଇଡିର କହିବା କଥା ଯେ ୨୦୨୧-୨୨ରେ ଦିଲ୍ଲୀ ଅବକାରୀ ନୀତିକୁ ଲାଗୁ କରିବା ବେଳେ ବ୍ୟାପକ ଅନିୟମିତତା ହୋଇଛି। ମଦ ବ୍ୟବସାୟୀଙ୍କୁ ଫାଇଦା ଦେବା ପାଇଁ ଅବକାରୀ ନୀତିରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ଦୁଇ ତଦନ୍ତକାରୀ ସଂସ୍ଥା ଅଭିଯୋଗ କରିଛନ୍ତି।

ଏହି ତଥାକଥିତ ଘୋଟାଲାରେ ଶ୍ରୀ ସିଂହ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏଥିସହ ସେ ମଧ୍ୟ ଆର୍ଥିକ ସ୍ତରରେ ଲାଭବାନ ହୋଇଥିବା କୁହାଯାଉଛି। ଏଥିପାଇଁ ଇଡି ତାଙ୍କୁ ଗିରଫ କରିଛି।

ସଞ୍ଜୟ ସିଂହଙ୍କ ପୂର୍ବରୁ ଆପ୍‌ର ବରିଷ୍ଠ ନେତା ମନୀଷ ସିସୋଦିଆଙ୍କୁ ମଧ୍ୟ ଇଡି ଗିରଫ କରିଥିଲେ। ଏବେ ସେ ସଞ୍ଜୟ ସିଂହଙ୍କ ଭଳି ଜେଲରେ ରହିଛନ୍ତି।

AAP Sanjay Singh Arrest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe