Advertisment

‘ମେଣ୍ଟକୁ ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ, କେନ୍ଦ୍ର ନିଷ୍ପତ୍ତି ପାଳନ ହେବ’

ଗତକାଲି ରାଜ୍ୟ ବିଜେପିର କୋର୍ କମିଟି ଓ ନିର୍ବାଚନ କମିଟି ବୈଠକ ପରେ ଆଜି ଦିଲ୍ଲୀମୁହାଁ ହୋଇଛନ୍ତି ସଭାପତି ମନମୋହନ ସାମଲ।

author-image
Niharika Rout
ଅଦ୍ୟତନ ହୋଇଛି
Juel Oram

Juel Oram

ମେଣ୍ଟକୁ ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ। ପ୍ରାର୍ଥୀ ତାଲିକା ସଟ୍ ଲିଷ୍ଟ କରାଯାଇ କେନ୍ଦ୍ରକୁ ପଠା ଯାଇଛି । କେନ୍ଦ୍ର ଯାହା ନିଷ୍ପତ୍ତି କେନ୍ଦ୍ର ନେବ ତାକୁ ପାଳନ କରାଯିବ ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା ଜୁଏଲ ଓରାମ।

Advertisment

ଗତକାଲି ରାଜ୍ୟ ବିଜେପିର କୋର୍ କମିଟି ଓ ନିର୍ବାଚନ କମିଟି ବୈଠକ ପରେ ଆଜି ଦିଲ୍ଲୀମୁହାଁ ହୋଇଛନ୍ତି ସଭାପତି ମନମୋହନ ସାମଲ। ନିର୍ବାଚନ କମିଟି ବୈଠକରେ ପ୍ରସ୍ତୁତ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଧରି ମନମୋହନ ସାମଲ ଦିଲ୍ଲୀ ଯାଇଥିବା ସୂଚନା ମିଳିଛି। ଏହି ତାଲିକାରୁ ପୁଣି ସଟ୍ ଲିଷ୍ଟ କରାଯିବା ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରସ୍ତୁତ ହେବ।

ଇତି ମଧ୍ୟରେ ବିଜେପି-ବିଜେଡି ମେଣ୍ଟକୁ ନେଇ ସସ୍‌ପେନ୍ସ ହଟି ନ ଥିବା ବେଳେ ଆଜି ଏନେଇ ମତ ରଖିଛନ୍ତି ବରିଷ୍ଠ ବିଜେପି ନେତା ଜୁଏଲ ଓରାମ । ମେଣ୍ଟକୁ ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ ବୋଲି ସ୍ପଷ୍ଟ ହୋଇଛି ଜୁଏଲ ଓରାମ ।

Advertisment

ଅପରପକ୍ଷେ, ଦିଲ୍ଲୀରେ ଆଜି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ବିଜେପି କୋର୍ କମିଟି ବୈଠକ ଅନୁଷ୍ଠିତ ହେଉଛି। ଏହି ବୈଠକରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରମୁଖ ଯୋଗ ଦେଉଛନ୍ତି। ଓଡିଶା ସମେତ ୟୁପି, ପଶ୍ଚିମବଙ୍ଗ ଆଦି ରାଜ୍ୟର ପ୍ରତିନିଧିମାନେ ମଧ୍ୟ ଏହି ବୈଠକେ ସାମିଲ ହେବେ।

ଆଗକୁ ନିର୍ବାଚନ ଥିବା ବେଳେ ଏହାକୁ ଶାନ୍ତିଶୃଙ୍ଖଳାର ସହ ସମାପନ ନିମନ୍ତେ ପୁଲିସ୍‌ର ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି। ପୁଲିସ୍ ଡିଜି ଅରୁଣ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଆଜି ଭୁବନେଶ୍ୱର ଡିଜି କ୍ୟାମ୍ପ ଅଫିସରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ଏହି ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ, ଆଇନ ଶୃଙ୍ଖଳା ଏଡିଜି, SIW ଡିଆଇଜି ପ୍ରମୁଖ ସାମିଲ ହୋଇଛନ୍ତି। ତାସହ ଭିଡିଓ କନଫରେନସିଂ ଜରିଆରେ ସବୁ ଜିଲ୍ଲାର ଏସପି ଏଥିରେ ଯୋଗ ଦେଇଛନ୍ତି। ନିର୍ବାଚନ ପରିଚାଳନା ଓ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରାଯାଇଛି।

Bjp Jual Oram