Advertisment

ବିଧାୟକଙ୍କୁ ବଡ଼ କଥା କହିଲେ ଉପ ମୁଖ୍ୟମନ୍ତ୍ରୀ: ବିକାଶମୂଳକ କାର୍ଯ୍ୟ ପାଇଁ କୌଣସି ପ୍ରକାରର ଟଙ୍କା ମିଳିବନି

ନିର୍ବାଚନ ବେଳେ କଂଗ୍ରେସ ଦଳ ଲୋକଙ୍କୁ ଦେଇଥିବା ୫ ଗ୍ୟାରେଣ୍ଟକୁ କାର୍ଯ୍ୟକାରୀ କରିବା ହିଁ ସରକାରଙ୍କ ପ୍ରଥମ ପ୍ରା‌ଥମିକତା ବୋଲି ସେ ବିଧାୟକମାନଙ୍କୁ ସୂଚନା ଦେଇଛନ୍ତି।

DK

DK

Advertisment

ନିଜ ନିଜର ନିର୍ବାଚନ ମଣ୍ଡଳୀରେ ବିକାଶମୂଳକ କାର୍ଯ୍ୟ ପାଇଁ କର୍ଣ୍ଣାଟକାର କ୍ଷମତାସୀନ କଂଗ୍ରେସ ବିଧାୟକମାନେ ପାଣ୍ଠି ଅପେକ୍ଷାରେ ରହିଛନ୍ତି। ହେଲେ ଚଳିତ ଆର୍ଥିକ ବର୍ଷରେ ସେମାନଙ୍କୁ ନିର୍ବାଚନ ମଣ୍ଡଳୀରେ ବିକାଶମୂଳକ କାର୍ଯ୍ୟକ୍ରମ ପାଇଁ କୌଣସି ପ୍ରକାରର ପାଣ୍ଠି ଦିଆଯାଇ ପାରିବ ନାହିଁ ବୋଲି କର୍ଣ୍ଣାଟକାର ଉପ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର କହିଛନ୍ତି।

Advertisment

ନିର୍ବାଚନ ବେଳେ କଂଗ୍ରେସ ଦଳ ଲୋକଙ୍କୁ ଦେଇଥିବା ୫ ଗ୍ୟାରେଣ୍ଟକୁ କାର୍ଯ୍ୟକାରୀ କରିବା ହିଁ ସରକାରଙ୍କ ପ୍ରଥମ ପ୍ରା‌ଥମିକତା ବୋଲି ସେ ବିଧାୟକମାନଙ୍କୁ ସୂଚନା ଦେଇଛନ୍ତି।

କଂଗ୍ରେସର ୧୧ ଜଣ ବିଧାୟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କୁ ଚିଠି ଲେଖି ମନ୍ତ୍ରୀମାନେ ବିକାଶମୂଳକ କାର୍ଯ୍ୟକ୍ରମ କରିବା ପାଇଁ ଆବଶ୍ୟକ ପାଣ୍ଠି ଦେଉ ନଥିବା ଅଭିଯୋଗ କରିଥିବା ରିପୋର୍ଟ ପ୍ରକାଶ ପାଇଥିଲା। ଅବଶ୍ୟ ଏହାକୁ ମୁଖ୍ୟମନ୍ତ୍ରୀ ଓ ଶିବକୁମାର ଫେକ ବୋଲି କହିଥିଲେ। ତଥାପି ସେ ଏବେ ବିଧାୟକମାନଙ୍କୁ ପାଣ୍ଠି ମିଳିବ ନାହିଁ ବୋଲି କହିଛନ୍ତି।

Advertisment

ବିଧାୟକ ଦଳ ବୈଠକରେ ଶିବକୁମାର କହିଛନ୍ତି ଯେ “ମୁଖ୍ୟମନ୍ତ୍ରୀ ତାଙ୍କ ବଜେଟ ଭାଷଣରେ ସମସ୍ତ ବିଧାୟକଙ୍କୁ ଧୈର୍ଯ୍ୟ ରଖିବାକୁ କହିଥିଲେ। ପୂର୍ବରୁ କ୍ଷମତାରେ ଥିବା ବିଜେପି ସରକାର ରାଜ୍ୟକୁ ଦେବାଳିଆ ସ୍ଥିତିକୁ ନେଇ ଯାଇଛି। ସେମାନେ କରିଥିବା ଭୁଲକୁ ସୁଧାରିବା ଦାୟିତ୍ୱ ଏବେ ଆମର। ଆମ ନିର୍ବାଚନ ଗ୍ୟାରେଣ୍ଟୀକୁ ପୂରଣ କରିବା ପାଇଁ ଆମକୁ ପାଣ୍ଠି ଯୋଗାଡ଼ କରିବାକୁ ପଡ଼ିବ।”

ରାଜ୍ୟର ଲୋକମାନଙ୍କୁ ନିର୍ବାଚନ ବେଳେ କଂଗ୍ରସ ଦଳ ୫ଟି ଗ୍ୟାରେଣ୍ଟ ଦେଇଥିଲା। ଏହାକୁ ପୂରା କରିବାକୁ ସରକାରଙ୍କୁ ବିପୁଳ ସମ୍ବଳ ଦରକାର। ତେଣୁ ବିଧାୟକମାନେ ନିଜ ନିଜ ନିର୍ବାଚନ ମଣ୍ଡଳୀ ପାଇଁ ଅତିକମରେ ଚଳିତ ଆର୍ଥିକ ବର୍ଷରେ ପାଣ୍ଠି ଆଶା କରନ୍ତୁ ନାହିଁ। ମୋ ବିଭାଗ, ଜଳ ସମ୍ପଦ ଓ ଜଳ ସେଚନ ବିଭାଗକୁ କୌଣସି ପ୍ରକାରର ପାଣ୍ଠି ମିଳିନି ବୋଲି ସେ କହିଛନ୍ତି।

ନର୍ବାଚନମଣ୍ଡଳୀରେ ବିକାଶମୂଳକ କାର୍ଯ୍ୟକ୍ରମ ହେଉ ନଥିବାରୁ ବିଧାୟକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହାକୁ ପ୍ରଶମିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆଜି ବିଧାୟକ ଦଳ ବୈଠକ ଡାକିଛନ୍ତି।

ଗୋଟିଏ ଘରୋଇ ହୋଟେଲରେ ଏହି ବୈଠକ ବସିବ। ଏହି ସମୟରେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ତୃଣମୂଳ ସ୍ଥିତିରେ କ’ଣ ହେଉଛି, ତା’ର ତଥ୍ୟ ନେବେ ବୋଲି ରିପୋର୍ଟ ପ୍ରକାଶ ପାଇଛି।

Congress Karnataka
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe