Advertisment

୪ର୍ଥ ପାଳିର ଗ୍ୟାରେଣ୍ଟ ନାହିଁ: କାହିଁକି ଏମିତି କହିଲେ ନୀତୀନ ଗଡ଼କରୀ

ବର୍ତ୍ତମାନ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର କ୍ଷମତାରେ ରହିଛି। ଏନଡିଏ ତୃତୀୟ ଥର ପାଇଁ କେନ୍ଦ୍ରରେ କ୍ଷମତା ଦଖଲ କରିଥିବା ବେଳେ ଅଠାୱାଲେ ଓ ଗଡ଼କରୀ ମଧ୍ୟ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟରେ ସ୍ଥାନ ପାଇଛନ୍ତି।

Nitin Gadkari

Nitin Gadkari

Advertisment

ଆମ ସରକାର ୪ର୍ଥ ଥର ପାଇଁ କ୍ଷମତାକୁ ଆସିବାର କୌଣସି ଗ୍ୟାରେଣ୍ଟୀ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ ମତ କହିଛନ୍ତି। ଗୋଟିଏ କାର୍ଯ୍ୟକ୍ରମରେ ସେ ଏପରି କହି ଅନ୍ୟତମ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେଙ୍କୁ ଚିଢ଼ାଇବାକୁ ଚେଷ୍ଟା କରିଛନ୍ତି।

Advertisment

ବର୍ତ୍ତମାନ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର କ୍ଷମତାରେ ରହିଛି। ଏନଡିଏ ତୃତୀୟ ଥର ପାଇଁ କେନ୍ଦ୍ରରେ କ୍ଷମତା ଦଖଲ କରିଥିବା ବେଳେ ଅଠାୱାଲେ ଓ ଗଡ଼କରୀ ମଧ୍ୟ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟରେ ସ୍ଥାନ ପାଇଛନ୍ତି। ଅଠାୱାଲେ ବିଭିନ୍ନ ସରକାରରେ ମନ୍ତ୍ରୀ ହେଉଥିବାରୁ ତାଙ୍କୁ ୪ର୍ଥ ପାଳିର ଗ୍ୟାରେଣ୍ଟ ନାହିଁ ବୋଲି ଗଡ଼କରୀ କହି ଚିଢ଼ାଇଛନ୍ତି।

ମହାରାଷ୍ଟ୍ରର ନାଗପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ଗଡ଼କରୀ କହିଛନ୍ତି, “ଆମ ସରକାର ୪ର୍ଥ ଥର ପାଇଁ ଯେ କ୍ଷମତାକୁ ଫେରିବ, ତା’ର କୌଣସି ଗ୍ୟାରେଣ୍ଟୀ ନାହିଁ। କିନ୍ତୁ ଏହା ନିଶ୍ଚିତ ଯେ ରାମଦାସ ଅଠାୱାଲେ ପୁଣି ମନ୍ତ୍ରୀ ହେବେ।” ଗଡ଼କରୀ ହସିହସି ଏକଥା କହିବା ସମୟରେ ଅଠାୱାଲେ ଷ୍ଟେଜ ଉପରେ ଉପସ୍ଥିତ ରହିଥିଲେ। ତାଙ୍କୁ ଚାହିଁ ଗଡକରୀ କହିଥିଲେ ଯେ ‘‘ମୁଁ କେବଳ ମଜାକ କରୁଛି।”

Advertisment

ଅଠାୱାଲେ ହେଉଛନ୍ତି ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆ(ଆରପିଆଇ)ର ମୁଖ୍ୟ। ସେ ମୋଦି ସରକାରଙ୍କ ୩ଟି ଯାକ ପାଳିରେ ମନ୍ତ୍ରୀ ରହିଛନ୍ତି ଓ ଆଗକୁ ମଧ୍ୟ ବିଜେପି କ୍ଷମତାକୁ ଆସିଲେ, ସେ ମନ୍ତ୍ରୀ ହେବେ ବୋଲି ଆଶା ରଖିଛନ୍ତି।

ଅଠାୱାଲେ କହିଛନ୍ତି, ତାଙ୍କ ଦଳ ଆରପିଆଇ(ଏ) ମହାରାଷ୍ଟ୍ରର କ୍ଷମତାସୀନ ମାହାୟୁତି ସରକାରର ଅଂଶ ବିଶେଷ। ଆରପିଆଇ(ଏ) ରାଜ୍ୟ ବିଧାନସଭା ନିର୍ବାଚନରେ ୧୦ରୁ ୧୨ଟି ଆସନରେ ଲଢ଼ିବ।

Bjp Nitin Gadkari
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe