Advertisment

ପ୍ରଥମଥର ପାଇଁ ମୋଦି ସରକାରରେ ଘଟିଲା ଏମିତି ଘଟଣା

ପ୍ରତିଟି ସାଧାରଣ ନିର୍ବାଚନ ପରେ ଅତି କମରେ ଜଣେ ମୁସଲିମ ସାଂସଦ ଶପଥ ନେବାର ନଜିର ରହିଛି।

Lok sabha

Lok sabha

Advertisment

ଦେଶରେ ଆରମ୍ଭ ହୋଇଛି ମୋଦି ୩.୦ ସରକାର। ରବିବାର ନରେନ୍ଦ୍ର ମୋଦି କ୍ରମାଗତ ତୃତୀୟଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ମୋଦିଙ୍କ ସହ ଆଉ ୭୧ ଜଣ ମଧ୍ୟ ମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି।

Advertisment

ତେବେ ପ୍ରଥମଥର ପାଇଁ ମୋଦି ସରକାରରେ କୌଣସି ମୁସଲିମ ସଦସ୍ୟ ମନ୍ତ୍ରୀ ଭାବେ ଶପଥ ନେଇ ନାହାନ୍ତି। ମୋଦି ୩.୦ରେ କୌଣସି ମୁସଲିମ ସାଂସଦ ନାହାନ୍ତି। ବିଜେପି ନେତ୍ୱାଧୀନ ଏନଡିଏ ସରକାର ଗଠନ ପାଇଁ ବହୁମତ ହାସଲ କରିଥିଲେ ହେଁ ମେଣ୍ଟରେ ମୁସଲିମ ସଂପ୍ରଦାୟର କେହି ବି ନାହାନ୍ତି। 

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମୁକ୍ତାର ଆବାସ ନକବୀଙ୍କୁ ବିଜେପି ପୁଣି ରାଜ୍ୟସଭାକୁ ନ ପଠାଇବାରୁ ବିଦାୟ ନେଇଥିବା ମୋଦି ୨.୦ ସରକାରରେ କେହି ବି ମୁସଲିମ ମନ୍ତ୍ରୀ ନଥିଲେ। ନକବୀ ଏକମାତ୍ର ମୁସଲିମ ସଦସ୍ୟ ଭାବେ ମୋଦି ୨.୦ ସରକାରରେ କ୍ୟାବିନେଟ ମନ୍ତ୍ରୀ ରହିଥିଲେ।

Advertisment

ପ୍ରତିଟି ସାଧାରଣ ନିର୍ବାଚନ ପରେ ଅତି କମରେ ଜଣେ ମୁସଲିମ ସାଂସଦ ଶପଥ ନେବାର ନଜିର ରହିଛି। ନରେନ୍ଦ୍ର ମୋଦି ପୂର୍ବରୁ ଦୁଇ ଥର ପ୍ରଧାନମନ୍ତ୍ରୀ ହେବା ବେଳେ ତାଙ୍କ ସହ ଅତି କମରେ ଜଣେ ମୁସଲିମ ସଂପ୍ରଦାୟର ନେତା ଶପଥ ନେଇଥିଲେ।

୨୦୧୪ରେ ମୋଦି ଯେତେବେଳେ ପ୍ରଥମଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ତାଙ୍କ ସହ ନଜମା ହେପତୁଲ୍ଲା ମନ୍ତ୍ରୀ ଭାବେ ଶପଥ ନେଇଥିଲେ। ତାଙ୍କୁ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ମିଳିଥିଲା। ୨୦୧୯ରେ ମୋଦି ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହୋଇଥିଲେ। ସେତେବେଳେ ନକବୀ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିଲେ। ତାଙ୍କୁ ମଧ୍ୟ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ମିଳିଥିଲା।

ହେଲେ ୨୦୨୪ରେ ସେମିତି କିଛି ବି ଘଟିନି। ମୋଦିଙ୍କ ସମେତ ୭୨ ଜଣ ମନ୍ତ୍ରୀ ଭାବେ ଶପଥ ନେଇଥିଲେ ହେଁ ଏମାନଙ୍କ ମଧ୍ୟରେ ଜଣେ ହେଲେ ବି ମୁସଲିମ ସଦଦସ୍ୟ ନାହାନ୍ତି।

ମୁସଲିମ ସଂପ୍ରଦାୟର କେହି ମନ୍ତ୍ରୀ ନ ହେବା ପଛରେ ମଧ୍ୟ କାରଣ ରହିଛି। ବିଜେପି କିମ୍ବା ଏହାର ସହଯୋଗୀ ଦଳରୁ କେହି ବି ୧୮ତମ ଲୋକସଭାକୁ ନିର୍ବାଚିତ ହୋଇ ନାହାନ୍ତି।

ଲୋକସଭାକୁ ଏଥର ୨୪ ଜଣ ମୁସଲିମ ସଂପ୍ରଦାୟର ନେତା ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ବିରୋଧୀ ମେଣ୍ଟ ଇଣ୍ଡିଆର ୨୧ ଜଣ ରହିଛନ୍ତି। ଏମାନଙ୍କ ବ୍ୟତୀତ ଏଆଇଏମଆଇଏମର ଅସୁଦୁଦ୍ଦିନ ଓୱେସୀ ଓ ଦୁଇ ସ୍ୱାଧୀନ ପ୍ରାର୍ଥୀ ଅବଦୁଲ ରଶିଦ ଶେଖ ଓରଫ ଇଞ୍ଜିନିୟର ରଶିଦ ଓ ମହମ୍ମଦ ହନୀଫା ଲୋକସଭାକୁ ନିର୍ବାଚିତ ହୋଇଛନ୍ତି।

୨୦୦୪ରେ ୟୁପିଏ ସରକାର ଗଠନ କରିଥିବା ବେଳେ ୪ ଜଣ ଓ ୨୦୦୯ରେ ୫ ଜଣ ମୁସଲିମ ସାଂସଦ ମନ୍ତ୍ରୀ ହୋଇଥିଲେ। ୧୯୯୯ରେ ଅଟଳ ବିହାରୀ ବାଜପେୟୀଙ୍କ ମନ୍ତ୍ରିମଣ୍ଡଳରେ ଶାହନୱାଜ ହୁସେନ ଓ ଓମାର ଅବଦୁଲ୍ଲା ରହିଥିଲେ। ୧୯୯୮ରେ ବାଜପେୟୀଙ୍କ ମନ୍ତ୍ରିମଣ୍ଡଳରେ ନକବୀ ମନ୍ତ୍ରୀ ହୋଇଥିଲେ।

Narendra Modi PM Modi Modi 3.0
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe